ଓଡ଼ିଶାର ଏହି ଅଙ୍ଗନବାଡ଼ି Didi ଅଟନ୍ତି କୋଟିପତି,ଏତେ ସମ୍ପତି ରଖିଛନ୍ତି ଯେ ଗଣି ଗଣି ନାକେଦମ ହେଲେ Officer

ସାଙ୍ଗମାନେ ଭିଜିଲାନ୍ସ କବଜାରେ ଜଣେ ଅଙ୍ଗନବାଡ଼ି ଦିଦି ଆସିଛନ୍ତି।ତାଙ୍କ ଘରେ ବର୍ତ୍ତମାନ ଚଢ଼ାଉ ଚାଲିଛି।ତେବେ ଯେତେବେଳେ ସାମ୍ବାଦିକ ତାଙ୍କୁ ଏହି ବିଷୟରେ ପଚାରିଲେ ତ ସେ କହିଛନ୍ତି କି ମୋର ତ ଏତେ ପରିମାଣର ସମ୍ପତି କିଛି ନାହିଁ।କେହି ତାକୁ ସହି ପାରନ୍ତି ନାହିଁ।କିଏ ଯଦି ଆମ ନାମରେ କଂପ୍ଲେନ କରିଥିବ।ସାର ମାଡ଼ମ ମାନେ ତ ଆସି ତଦନ୍ତ କରୁଛନ୍ତି।ସେମାନେ ଯାହା ପାଇବେ ଯଦି ଆମର କିଛି ବାହ୍ୟ ସମ୍ପତି ଥିବ।ଆପଣଙ୍କର ଗୋଟିଏ ଜାଗାରେ ଦୁଇ ତାଲା ଘର ଏହା ସହ ଝାରପଡ଼ାରେ ତିନି ତାଲା ଘର।ଆମର ଝାରପଡ଼ାରେ କିଛି ଘର ନାହିଁ।ଆମର ମଙ୍ଗରାଜ ଛକ କେଶୁରାରେ ଘର ଅଛି।

ଏଟା ଆମ ରହିବା ଘର।ଆଉ ଦୁଇଟା ଆମେ ଜାଗା କିଣି କରିଛୁ ଘର।ଆମ ଦୁଇ ଜଣକର ରୋଜଗାର ଅଛି।ମୋ ସ୍ବାମୀ କୋର୍ଟରେ କାମ କରନ୍ତି।ମୁଁ ବହୁତ ପରିଶ୍ରମ କରିଛି ଛୋଟ ବେଳୁ।ଜୀବନରେ ଯେତେ ଯେତେ କଷ୍ଟ କାମ ସବୁ କରିଛି।ଲୋକମାନେ ଏମିତି ବହୁତ କଥା କହିବେ।ଆମେ ଯଦି ଭଲରେ ଚଳିଲୁ ଲୋକମାନେ ସହି ପାରିବେନି ବହୁତ କଥା କହିବେ।

ଏହା ସହ ଅଫିସର ମାନେ ତଦନ୍ତ କରୁଛନ୍ତି ସେମାନେ ଯାହା ପାଇବେ ଆପଣଙ୍କୁ ଜଣେଇବେ।ଆପଣଙ୍କ ଦରମା କେତେ ଗୋଟେ ମାସର।ମୋର ଦରମା ୭୫୦୦ ଟଙ୍କା।ଆଉ ଏହି ୭୫୦୦ ଟଙ୍କାରେ ଆପଣଙ୍କର ଦୁଇ ମହଲା ଘରର ଅଛି।ନାଇଁ ତା ମାନେ କଣ ଆମେ ଅଲଗା କିଛି କରୁନୁ।ମୋ ସ୍ବାମୀ ଧୂପ,ଫିନାଇଲ ଫ୍ୟାକ୍ଟ୍ରି କରିଛନ୍ତି।ସେ ଏମିତି ଅନେକ ବେପାର କରୁଛନ୍ତି।

ମୁଁ ସତ୍ୟ ସାଇ ସ୍କୁଲରେ ଥିବା ବେଳେ କ୍ୟାଣ୍ଟିନ କରିଥିଲି।ମୋ ଜୀବନରେ ମୁଁ ବହୁତ ବହୁତ କଷ୍ଟ କରିଛି। ମୁଁ ଅନ୍ୟାୟ ଭାବେ କିଛି କାର୍ଯ୍ୟ କରି ନାହିଁ।ମୋ ସ୍ବାମୀ ଜମି ବାଡି ବେପାର କରୁଛନ୍ତି ମଧ୍ୟ।ସେ ଯେଉଁ ଏତେ କଷ୍ଟ କରୁଛନ୍ତି ସେଟା କି ଲୋକ ଦେଖି ସହି ପାରୁନାହାନ୍ତି।ଭିଜିଲାନ୍ସ ବର୍ତ୍ତମାନ ମାଡମଙ୍କ ଘରେ ଚଢ଼ାଉ ଜାରି ରଖିଛି।ଜଣେ ଅଙ୍ଗନବାଡ଼ି କର୍ମୀ ଅଛନ୍ତି କବିତା ମାଥନ।

ତାଙ୍କ ଘରେ ଭିଜିଲାନ୍ସ ଏବେ ଯାଞ୍ଚ କରୁଛି।ଏକାଧିକ ସମ୍ପତି ବର୍ତ୍ତମାନ ପର୍ଯ୍ୟନ୍ତ ସେ ପାଇଲେଣି।ଏହା ସହ ବିଭିନ୍ନ ଜାଗାରେ ତାଙ୍କର ଦୁଇ ଦୁଇ ମହଲା ବା ତିନି ତିନି ମହଲା ଘର ପାଇଲେଣୀ।ତାଙ୍କର ପୈତୃକ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି।ଯେତିକି ଯେତିକି ଚଢ଼ାଉ ଜାରି ହଉଛି ସେତିକି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।ଏବେ ତାଙ୍କର ଅନେକ ସମ୍ପତି ଧୀରେ ଧୀରେ ସାମ୍ନାକୁ ଆସିଲାଣି।

କଥା ହେଉଛି କି ଜଣେ ଅଙ୍ଗନବାଡ଼ି ଦିଦି କେମିତି ଏତେ ସମ୍ପତ୍ତିର ଅଧିକାରୀ ହେଲେ।କେଉଁ ଠାରୁ ଏତେ ଟଙ୍କା ଆଣିଲେ।ଯାହାର ଦରମା ମାତ୍ର ୬ ରୁ ୭ ହଜାର ଟଙ୍କା।ସେ ଏତେ ବଡ ବଡ ସମ୍ପତ୍ତିର ଅଧିକାରୀ ହେଲେ କେମିତି।ସେ କହୁଛନ୍ତି କି ସେ ଜିରୋ ରୁ ହିରୋ ହେଇଛନ୍ତି।

https://www.youtube.com/watch?v=UMHGrtcsmyk

Leave a Reply

Your email address will not be published. Required fields are marked *