ଅର୍ଚ୍ଚନାର ଫିଟିଲା ତଥ୍ୟ,Sradhanjali ଙ୍କ ପାଇଁ ଅର୍ଚନା ଥିଲେ ସବୁ,ରାତାରାତି ହେଉଥିଲେ ଲକ୍ଷପତି..

ଅର୍ଚ୍ଚନା ଠକ ପଡିଲେ ଧରା।ସେ ଯେଉଁ ଝିଅ ମାନଙ୍କୁ ଟାର୍ଗେଟ କରୁଥିଲେ ସେମାନଙ୍କୁ କହୁଥିଲେ ତୁ ଚାକିରୀ ନୁହେଁ ସେକ୍ସ କର ଅଧିକ ଟଙ୍କା କମେଇବୁ।ଠିକ ସେମିତି ଘଟିଥିଲା ଶ୍ରଦ୍ଧାଞ୍ଜଳି ଙ୍କ ସହିତ।ଶ୍ରଦ୍ଧାଞ୍ଜଳି ହଉଛନ୍ତି ସେହି ଯୁବତୀ ଯିଏ କି ଅକ୍ଷୟ ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ,ଆଉ ଯାହାଙ୍କ ଉପରେ ଚାପ ପକାଇଥିଲେ ଅର୍ଚ୍ଚନା ଆଉ ଅକ୍ଷୟଙ୍କ ସହ ସମ୍ପର୍କ ରଖିବା ପାଇଁ।

ତେବେ ଅର୍ଚ୍ଚନା ଆଉ ଶ୍ରଦ୍ଧାଞ୍ଜଳି ପ୍ରଥମେ ଭେଟ ହେଇଥିଲେ ଜାଗବଡାର ଏହି ଘରେ ଅର୍ଥାତ ଯେଉଁ ଘରେ ସେମାନେ ନିଜ ଜୀବନର ଏଭଳି ଏକ ଅଧ୍ୟାୟ ଆରମ୍ଭ କରିଥିଲେ ଯାହା ବୋଧହୁଏ ସେମାନେ ଜାଣି ନଥିଲେ ସେମାନଙ୍କୁ କେଉଁ ବାଟରେ ନେଇଯିବ।ତେବେ ସେଇ ଜାଗାରେ ହିଁ ଅର୍ଚ୍ଚନା ଙ୍କ ସହିତ ଶ୍ରଦ୍ଧାଞ୍ଜଳି ଙ୍କ

ଦେଖା ସାକ୍ଷାତ ହେଇଥିଲା ଆଉ ସେ ଶ୍ରଦ୍ଧାଞ୍ଜଳି ଙ୍କୁ କହିଥିଲେ ଲୋକଙ୍କ ସହ ସଂପର୍କ ରଖି ତାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ।ଆଉ ଶ୍ରଦ୍ଧାଞ୍ଜଳି ମଧ୍ୟ ପରିସ୍ଥିତି ରେ ପଡି ସେ ସବୁ କରିବା ପାଇଁ ବାଧ୍ୟ ହେଇଥିଲେ।ତେବେ ସବୁଠାରେ ଆପତ୍ତି ଉଠାଇଥିଲେ ଏହି ଭଡ଼ା ଘରର ଓନର ଅର୍ଥାତ ଯାହାଙ୍କର ନାମ

ହଉଛି ପ୍ରୋମଦ କୁମାର ସ୍ବାଇଁ।ପ୍ରୋମଦ କୁମାର ସ୍ବାଇଁ କହିଥିଲେ ଏସବୁ ଏଠାରେ ଚଳିବ ନାହିଁ କାରଣ ରାତି ହେଲେ ଅନେକ ସାର ନାମୀ ଦାମୀ ଗାଡ଼ି ଅନେକ ଲୋକ ଯିବା ଆସିବା କରୁଥିଲେ,ଆଉ ସାହି ପଡିଶା ପାରିବାରିକ ଲୋକ ମାନଙ୍କୁ ଏସବୁରେ ଅସୁବିଧା ହଉଥିଲା।ତେବେ ଯାହାକୁ ନେଇ ଆପତ୍ତି ଉଠାଇଥିଲେ

ଘରର ଓନର ପ୍ରୋମଦ ବାବୁ।ଆଉ ପ୍ରୋମଦ ବାବୁ ଏହାକୁ ନେଇ ଖଣ୍ଡଗିରି ଥାନାରେ ଏକ ଏତଲା ଦେଇଥିଲେ।ଏତଲା ଆଧାର କରି ଖଣ୍ଡଗିରି ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଅର୍ଚ୍ଚନା ଖଣ୍ଡଗିରି ଥାନାରେ ପହଞ୍ଚି ଆଉ ଏକ ପାଲଟା ଏତଲା ଦେଇଦେଲେ ଘର ଓନରଙ୍କ ନାମରେ। ପ୍ରୋମଦ ବାବୁ

କୁଆଡେ ତାଙ୍କ ସହ ସଂପର୍କ ରଖୁଛନ୍ତି ଆଉ ତାଙ୍କୁ ରେପ କରୁଛନ୍ତି ବୋଲି କହିଲେ,ଆଉ ଏହା ପରେ ପୋଲିସ ଏହାକୁ ନେଇ ଛାନ ଭିନ ମଧ୍ୟ କଲା,ତେବେ ଘଟଣା ସେଇଠାରେ ହିଁ ବନ୍ଦ ହେଇଯାଇଥିଲା ଆଉ ଏହା ପରେ ଜାଗା ପରିବର୍ତ୍ତନ କରିଦେଇଥିଲେ ଅର୍ଚ୍ଚନା ଆଉ ଶ୍ରଦ୍ଧାଞ୍ଜଳି।

Leave a Reply

Your email address will not be published. Required fields are marked *