ଫେକ ଆକାଉଣ୍ଟ କରି ଯୁବତୀଙ୍କୁ ଫସାଉଥିଲେ।ଫେକ ଆକାଉଣ୍ଟ କରି ଝିଅଙ୍କ ସହ ସମ୍ପର୍କ ରଖୁଥିଲେ ଏଇ ହଉଛନ୍ତି ସେଇ କରିତ କର୍ମା ବାବୁ ପରୀକ୍ଷିତ ନାଏକ।ଯିଏ କିଛି ଦିନ ପୂର୍ବରୁ ରୋଷେୟା ଭାବେ କାମ କରୁଥିଲେ ଏବଂ ତାଙ୍କର ଇଛା ଶକ୍ତି ଏତେ ଥିଲା ଯେ ସୁନ୍ଦରୀ ଝିଅ ମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠେଇବେ ଆଉ ଝିଅ ମାନଙ୍କ ସହ ଅଶ୍ଳୀଳ ଚାଟିଙ୍ଗ କରୁଥିଲେ।
ଏବଂ ୨ ଜଣ ନାବାଳିକା ଯେତେବେଳେ ଅଭିଯୋଗ କରିଥିଲେ ତାପରେ ଆଜି ସାଇବର ଥାନା ଅଧିକାରୀ ତାଙ୍କୁ ଗିରଫ କରିଛି।କଣ ପାଇଁ ଆପଣ ଏମିତି କରିଛନ୍ତି କେତେ ଜଣଙ୍କ ସହ ଆପଣ ଏମିତି କରିଛନ୍ତି।ଅଭିଯୁକ୍ତ:ନାଇଁ ମୁଁ କିଛି କରିନି ଫେକ ଆକାଉଣ୍ଟ ସେମାନେ ନିଜେ ଖୋଲିଥିଲେ ଆଜ୍ଞା।ସେଇ ଆକାଉଣ୍ଟ ଟା ସେ ନିଜେ ଖୋଲିଥିଲେ
ମୁଁ ଖୋଲିନି ମୁଁ କାହା ସହ ଚାଟିଙ୍ଗ କରିନି।ସେ ନିଜେ ତାଙ୍କ ସାଙ୍ଗ ସହ ଚାଟିଂ କରିଛନ୍ତି।ମିଡିଆ:କିଏ ଖୋଲିଥିଲେ?ଅଭିଯୁକ୍ତ:ସୁନିତା ବେହେରା ଯିଏ ସେ ମୋ ମୋବାଇଲ ନେଇକି ବ୍ୟବହାର କରେ।ସେ କଲେଜ ଗଲେ କି ତାଙ୍କ ଘରେ ଥିଲେ ମୁଁ ତାଙ୍କ ଘରେ ରହୁଥିଲି ତ ସେ ନିଜେ ଚଲାଇଥିଲା ସେ ନିଜେ ଖୋଲିଛି।
ମିଡିଆ: ସୁନିତା କୁ କେମିତି ଆପଣ ଚିହ୍ନିଲେ?ଅଭିଯୁକ୍ତ: ହଷ୍ଟେଲରେ ମୁଁ ରୋଷେଇ କରୁଥିଲି ସେ ହଷ୍ଟେଲ ରେ ପାଠ ପଢୁଥିଲେ।ମିଡିଆ:ସେଇଠୁ ଆପଣଙ୍କର ସମ୍ପର୍କ?ଅଭିଯୁକ୍ତ: ହଁ ସେଇଠୁ ସେ ମତେ ଚିହ୍ନିଛି।ମିଡିଆ:ଫେକ ମାନେ କାହିଁକି ଆପଣଙ୍କ ନାମରେ ସେ ଦିଜଣ ଯାକ ଅଭିଯୋଗ କଲେ?
ଫେକ ଆଇଡି କଣ କି ସେ ମୋ ମୋବାଇଲ ଚଲଉଥିଲା ତ ମୁଁ ଭୁବନେଶ୍ୱରରେ ରହୁଥିଲି ଆଉ କିଛି ଦିନ ମୁଁ ଆନ୍ଧ୍ରା ପଳେଇଥିଲି ତାପରେ ତାଙ୍କ ସହିତ ଯୋଗାଯୋଗ ହେଇ ପାରିଲାନି ସେଥିପାଇଁ ସିଏ କହିଲେ କି ଆଉ କଣ୍ଟାକ୍ଟ କରିବନି କି ଏସ ଏମ ଏସ କରିବନି।ମୁଁ ବି ଆଉ କରୁନଥିଲି।ତେଣୁ ସେ ସେମିତି କଲେ ଆଉ।
ମିଡିଆ:ଅଭିଯୋଗ ହୋଇଛି ଆପତ୍ତି ଜନକ ଫୋଟ ପଠେଇଛନ୍ତି ଅଶ୍ଳୀଳ କଥା ବି ଆପଣ ପଠେଇଛନ୍ତି।ଅଭିଯୁକ୍ତ: ନାହିଁ ସାର ଆପତ୍ତି ଜନକ ଫୋଟ ମୁଁ ଦେଇନି କି ମୋ ପାଖରେ ବି ନାହିଁ।ତାହେଲେ କାହିଁକି ଦେଲେ ଆପଣଙ୍କର ତାଙ୍କ ସହ କଣ ପୂର୍ବ ଶତ୍ରୁତା ରହିଛି?ସେକଥା ସେ ଜାଣିଥିବେ ମୁଁ ତ ଆନ୍ଧ୍ରା ପଲେଇଥିଲି ଆନ୍ଧ୍ରରୁ ଆସିଲି।
ତାପରେ ମତେ ସେ କହିଲେ କଲ କରିବନି କି ୟେ କରିବନି ମୁଁ ବି ଆଉ କଲିନି।ତାପରେ ମଝିରେ ତାଙ୍କ ସାଙ୍ଗ ତାଙ୍କ ସାଙ୍ଗରେ ରହୁଥିଲେ ସେ ତାଙ୍କ ସାଙ୍ଗଠୁ ମୋ ପାଖକୁ କଲ କରିଥିଲେ ତାପରେ ତାଙ୍କ ସାଙ୍ଗ ତାଙ୍କ ମାଆ କୁ କହିଲେ ତାପରେ ସେ କହିଲେ ମୋ ପାଖକୁ କଲ କରିବନି ଆଉ ସେଇଥିପାଇଁ ସେ କେସ କରିଛନ୍ତି ଆଉ।