ଅଜଗର ପେଟରେ Cuttack ବାଙ୍କୀ ଅଞ୍ଚଳର ବୃଦ୍ଧ ବ୍ୟବସାୟୀ,ଠିଆ ଠିଆ ଗିଳିଦେଲା ମଣିଷ କୁ…ଦେଖନ୍ତୁ Video

କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଆସିଛି ଛାତି ଥରାଇ ଦେଲା ଭଳି ଖବର ଯେଉଁଠି ଗୟଳବଙ୍କରେ ଗୋଟିଏ ବ୍ୟକ୍ତିଙ୍କୁ ଅଜଗର ଗିଳି ଦେଇ ଥିବାର ସୂଚନା ମିଳିଛି। ଗୋଟିଏ ବୃଦ୍ଧ ବ୍ୟକ୍ତିଙ୍କୁ ଗୋଟିଏ ବିଶାଳକାୟ ଅଜଗର ଗିଳି ଦେଇଛି।ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ସାନମୁଣ୍ଡଳି ଗ୍ରାମର ଅଧିବାସୀ ଏବଂ ତାଙ୍କର ବୟସ ହେଉଛି ପ୍ରାୟ ୭୭ ବର୍ଷ।

ସେ ଜଣେ ଲୁଗା ବ୍ୟବସାୟୀ ବୋଲି ଜଣା ପଡିଛନ୍ତି ଏବଂ ସେ ଗତକାଲି ଠାରୁ ନିଖୋଜ ଥିଲେ।ସେ ଚନ୍ଦକା ସ୍ଥିତ ଆଦିବାସୀ ଅଧିକୃତ ଗ୍ରାମ ଡମପଡା କୁ ଲୁଗା ବିକ୍ରି କରିବାକୁ ଜଙ୍ଗଲ ପାଖ ରାସ୍ତା ଦେଇ କରି ଯାଇଥିଲେ କିନ୍ତୁ ସେହିଠାରୁ ଫେରି ନଥିଲେ ସେଥିପାଇଁ ତାଙ୍କର ଘର ଲୋକେ ସ୍ଥାନୀୟ ପୋଲିସ

ଷ୍ଟେସନରେ ଅଭିଯୋଗ କରିଥିଲେ।ପୋଲିସର କର୍ମଚାରୀ ଏବଂ ସନ୍ଧାନି କୁକୁର ମାନେ ବୃଦ୍ଧ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ।ବହୁତ ଖୋଜିବା ପରେ ଶେଷକୁ ସନ୍ଧାନ କାରୀ କୁକୁର ଶୁଙ୍ଘି ଶୁଙ୍ଘି ଏହି ବିରାଟ ଅଜଗର ପାଖରେ ପହଞ୍ଚିଥିଲା।ଏହା ପରର ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ।

ସେହି ଅଜଗର ପେଟରେ ଗୋଟିଏ ବିରାଟ ଜୀବ ଥିବାର ପ୍ରତୀତ ହେଉଥିଲା ତେଣୁ ଏହା ସନ୍ଦେହ କରା ଯାଉଥିଲା କି ବୋଧ ହୁଏ ଏହି ବିରାଟ ଅଜଗର ଟି ବୃଦ୍ଧ ବ୍ୟକ୍ତିଙ୍କୁ ଗିଳି ଦେଇଛି।ସମସ୍ତେ ଏହା ସନ୍ଦେହ କରୁଥିଲେ ଏବଂ ସନ୍ଦେହ ସେତେବେଳେ ଅଧିକ ଦୃଢୀଭୂତ ହେଲା ଯେତେବେଳେ ସେହି ଅଜଗର ଥିବା ସ୍ଥାନ

ଠାରୁ କିଛି ଦୂରରେ ବୃଦ୍ଧ ବ୍ୟକ୍ତିଙ୍କ ସାଇକେଲ,ବ୍ୟାଗ୍ ଏବଂ ଅନ୍ୟାନ୍ୟ ଜିନିଷ ଗୁଡ଼ିକ ସବୁ ମିଳିଥିଲା।ଏହା ପରେ ଏହି ଘଟଣା ସତ୍ୟ ହୋଇ ଯାଇଥିଲା କି ବିରାଟ ଅଜଗର ଟି ବୃଦ୍ଧ ବ୍ୟକ୍ତିଙ୍କୁ ଗିଳି ଦେଇଛି।ଅଜଗର ପେଟରେ ମଧ୍ୟ କୌଣସି ମଣିଷ ଥିବାର ପ୍ରତୀତ ମଧ୍ୟ ହେଉଥିଲା।ଏହି ଘଟଣା ପ୍ରଚାର ହେବା ପରେ

ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ହୋଇ ଯାଇଛି ଏବଂ ଭୟରେ କେହି ନିଜର ଘରୁ ବାହାରକୁ ଆସିବା ପାଇଁ ସାହାସ କରୁ ନାହାନ୍ତି।ତେବେ ଏହା ଏକ ରିପୋର୍ଟ ଭିଡିଓରୁ ଜଣା ଯାଇଛି।

https://www.youtube.com/watch?v=LRgPEjh1kYE

Leave a Reply

Your email address will not be published. Required fields are marked *