ଭଦ୍ରକ Amargadia ରେ ରାତିରେ ଗାଁ ଲୋକଙ୍କୁ କାମୁଡ଼ିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଲା ନାଗସାପ,ଆଉ ତାପରେ ସାପ ଧରାଳି ସହିତ ଯାହା ଘଟିଲା…

Uncategorized

ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଏହି ଘଟଣା ଘଟି ସାମ୍ନାକୁ ଆସିଛି ଯେତେବେଳେ ଅନ୍ଧାର ରାତିର ମାଟିଘରେ ଲୋକେ ବିଶ୍ରାମ କରୁଥିଲେ ଏହି ସମୟରେ ପରିବାର ଲୋକଙ୍କୁ ସୁସୁ ଶବ୍ଦ ଶୁଣାଗଲା ଓ ଲୋକେ ତୁରନ୍ତ ସତର୍କ ହୋଇଗଲେ କି, ଘରେ ଏକ ସାପ ପଶିଛି ବୋଲି। ବିଦ୍ୟୁତ ଆଲୋକ ଲଗାଅ ଦେଖିବାପରେ ଘରଲୋକେ ଦେଖିଲେ ଯେ

ଏକ ବିଶାଳ ବୁଢ଼ା ନାଗସାପ ଘରେ ପଶିଯାଇଛି ଓ ଲୋକଙ୍କୁ ଦେଖି ସେ ଆହୁରି ରାଗରେ ଗର୍ଜନ କରିବାରେ ଲାଗିଛି। ଘରଲୋକେ ନିଜ ଜୀବନ ବଞ୍ଚାଇ ପ୍ରଥମେ ଘର ଭିତରୁ ବାହାରକୁ ଚାଲିଆସିଲେ।ଗାଁ ଲୋକେ ମଧ୍ୟ ଜାଣିଲେ ସାପଟି ବ୍ୟକ୍ତି ଜଣକ ଘରେ ପଶିଯାଇଛି। ଏହି ସମୟରେ ଗାଁ ର ଜଣେ ବ୍ୟକ୍ତି ଜିଲ୍ଲା

ବନବିଭାଗକୁ ଏହା ବିଷୟରେ ସୂଚିତ କରାଇଥିଲେ। ଖବର ପାଇ ସାପ ଧରାଳି ଆସି ଗାଁ ରେ ପହଞ୍ଚିଥିଲେ ଓ ଉକ୍ତ ଘରକୁ ସାପ ଅନୁସନ୍ଧାନରେ ଯାଇଥିଲେ। ମାଟିଘର ଭିତରେ ପଶିବାପରେ ସେ ଦେଖିବାକୁ ପାଇଲେ ସାପଟି ଭାଡ଼ି ତଳେ ଲୁଚିଛି। ଏହାପରେ ସେ ନିଜର ଷ୍ଟିକ ବାହାର କରି ସାପକୁ ଭାଡ଼ି ଭିତରୁ

ଟାଣିଲେ କିନ୍ତୁ ସାପଟି ବହାରିଲାନାହିଁ।ଚେଷ୍ଟା କରି ସେ ସାପକୁ ଆଉଥରେ ଷ୍ଟିକ ଜରିଆରେ ଟାଣିଥିଲେ ଓ ଏଥିରେ ସାପଟି ରାଗିଯାଇ ସାପ ଧରାଳିଙ୍କୁ କାମୁଡ଼ିବାପାଇଁ ଗୋଡ଼ାଇ ଆସିଥିଲା। ବ୍ୟକ୍ତି ଜଣକ ସତର୍କ ହୋଇଗଲେ ଓ ଚିନ୍ତାକଲେ ସାପକୁ କେମିତି ଧରିବେ। ବହୁତ ପ୍ରଚେଷ୍ଟା ପରେ ସେ ସାପର ଲାଞ୍ଜକୁ କାବୁ

କରି ଏହାକୁ ଧରିଥିଲେ ଓ ବାହାରକୁ ଆଣିଥିଲେ।ଘରଲୋକେ ଏହାଦେଖି ଖୁସି ହୋଇ ଉକ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇ କହିଥିଲେ, ଆଜି ଯଦି ଆପଣ ଆସିନଥାନ୍ତେ ତାହେଲେ ରାତିସାରା ସାପ ଭୟରେ ଆମ ଘରଲୋକଙ୍କୁ ବାହାରେ ରହିବାକୁ ପଡ଼ିଥାନ୍ତା। ଏହାପରେ ସାପ ଧରାଳି ଜଣକ ତାଙ୍କୁ ଉତ୍ତର ଦେଇ କହିଥିଲେ

ଧନ୍ୟବାଦ ତ ମୋତେ ଆପଣଙ୍କୁ ଦେବାର ଥିଲା କାହିଁକି ନା ଆପଣ ତୁରନ୍ତ ନିଜକୁ ସାପ ଠାରୁ ବଞ୍ଚାଇ ବାହାରକୁ ଚାଲିଆସିଲେ ଓ ମୋତେ ଖବର ଦେଇଥିଲେ।

Leave a Reply

Your email address will not be published. Required fields are marked *