ବେଡ଼ରୁମ ଭିତରକୁ ପଶିଲା Bisakta ତମ୍ପ ସାପ, ସାପକୁ ଦେଖି ଭୟଭୀତ ହୋଇଗଲେ ଘରଲୋକେ ଆଉ ତାପରେ ଯାହା ହେଲା…

ଭଦ୍ରକ ଜିଲ୍ଲାରୁ ଏକ ଖବର ସାମ୍ନାକୁ ଆସିଛି ଯେଉଁଠାରେ ଏକ ଦୁଇ ମହଲା ଉପରେ ରହୁଥିବା ଏକ ପରିବାର ଭୟଭୀତ ହୋଇ ଜିଲ୍ଲା ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ଘଟଣା ଏହାକି ଯେ, ଦୁଇ ମହଲା ଉପରେ ରହୁଥିବା ଏହି ପରିବାର ଲୋକଙ୍କ ଘର ଭିତରକୁ ଏକ ତମ୍ପ ସାପ ପଶି ଆସିଥିଲା। ସାପକୁ ଦେଖି ସେମାନେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ

ଓ ସେମାନେ ବିଶ୍ବାସ କରି ପାରିଲେନାହିଁ ଯେ, ଦୁଇ ମହଲା ଉପରକୁ କେମିତି ଏକ ସାପ ପଶିଆସିଲା।ଏହାପରେ ଘରର ସଦସ୍ୟ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ଖବର ପାଇ ଭଦ୍ରକ ବନବିଭାଗ ତରଫରୁ ଏକ ସ୍ନେକ କ୍ୟାଚର ଟିମ ଆସି ଠିକଣା ଜାଗାରେ ପହଞ୍ଚିଥିଲା। ଏଠାରେ ପହଞ୍ଚିବା ପରେ

ସାପ ଧରାଳି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ସାପଟି ଉପରକୁ କେମିତି ଆସିଲା। ବହୁତ ଚେଷ୍ଟା କରି ସେମାନେ ଏହି ଛୋଟ ତମ୍ପ ସାପକୁ ଘର ଭିତରୁ ଉଦ୍ଧାର କରିଥିଲେ। ସାପଟି ଚାଲି ଯିବାପାଇଁ ବହୁତ ଚେଷ୍ଟା କଲା କିନ୍ତୁ ଅସଫଳ ହେଲା ତଥାପି ସାପଟି ରାଗିଯାଇ ବହୁତ ଗର୍ଜନ ମଧ୍ୟ କରିଥିଲା।

ସାପ ଧରାଳି ଏକ ଜୋତା ପିନ୍ଧିଥିଲେ ଯାହାକୁ ସାପଟି ବାରମ୍ବାର ଚୋଟ ମାରିଥିଲା କିନ୍ତୁ ଏହା ଏକ ଲେଦର ଜୋତା ଥିବାରୁ ସାପ ଏହାକୁ ଭେଦ କରି ପାରିଲାନାହିଁ। ସେପଟେ ଘରଲୋକଙ୍କୁ ପଚାରିବାପରେ ସେମାନେ କହିଥିଲେ କି, ବୋଧହୁଏ ସାପଟି ପାଇପ ଜରିଆରେ ଉପରକୁ ଚାଲିଆସିଛି।

ସାପକୁ ଧରିବାପରେ ସେ ଘରଲୋକଙ୍କୁ ସତର୍କ ରହିବାପାଇଁ ସୂଚନା ଦେଇଥିଲେ ଓ ସେଠାରୁ ବିଷାକ୍ତ ଚନ୍ଦ୍ରନାଗକୁ ଧରି ଚାଲିଆସିଥିଲେ।

Leave a Reply

Your email address will not be published. Required fields are marked *