ପ୍ଲାଷ୍ଟିକ Bottel ରେ କୁଡିଆ ଘର,ଦେଖିବା ପରେ ଆପଣଙ୍କ ମନ ମଧ୍ୟ ଜିତିଯିବ ଏହି ସୁନ୍ଦର ଘର…ଦେଖନ୍ତୁ Video

ସାଙ୍ଗମାନେ ସୋସିଆଲ ମିଡିଆରେ ଅନେକ ଖବର ଚର୍ଚ୍ଚାରେ ଅଛି।ତେବେ ଆଜି ଆମେ ଏହି ଭଳି ଏକ ଖବର ବିଷୟରେ ଜାଣିବା।ତେବେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଅର୍ଟିକିଲ ଶେଷ ପର୍ଯ୍ୟନ୍ତ ପଢନ୍ତୁ।ଆସନ୍ତି ଜାଣିବା ଆଜିର ତଥ୍ୟ ବିଷୟରେ।ଇଟା କି ସିମେଣ୍ଟ ନୁହେଁ। ପ୍ଲାଷ୍ଟିକ ବୋତଲରେ ତିଆରି ହେଉଛି ଘର।ତେବେ ଗୋଟିଏ ଘର ତିଆରି କରିବା ପାଇଁ କେତେ କଣ ଲାଗିଥାଏ।

ଯେମିତି ଇଟା, ବାଲି, ସିମେଣ୍ଟ, ଛଡ ଆହୁରି କେତେ କଣ।କିନ୍ତୁ ଆପଣ କଣ ଏମିତି ଘର ଦେଖିଛନ୍ତି କି ଯାହାକୁ ବ୍ୟବହାର କରିବା ପାଇଁ ତିଆରି କରାଯାଏ ନାହିଁ ଇଟା ବାଲି ସିମେଣ୍ଟ। ଶୁଣିବାକୁ ଟିକେ ଅଡ଼ୁଆ ଲାଗିଲେ ବି ଏହା ହେଉଛି ସତ।ନିକଟରେ ଏହି ଭଳି ଏକ ଘରର ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଇଟା କିମ୍ବା ସିମେଣ୍ଟ ନୁହେଁ ସେ ପ୍ଲାଷ୍ଟିକ ବୋତଲରେ ସେ ପ୍ରସ୍ତୁତ କରିଛନ୍ତି ଏହି ଘର।ସେ ଏହି ଘରର ଫୋଟୋକୁ ଟୁଇଟରରେ ସେୟାର କରିଥିଲେ।ଏହି ଘରକୁ ଯିଏ ଦେଖୁଛି ସେ ଚକିତ ହୋଇ ପଡୁଛି।ଏହି ଘରର ଏକ ଭିଡିଓ ମଧ୍ୟ ୟୁଟ୍ୟୁବରେ ବହୁତ ଚର୍ଚ୍ଚାରେ ଅଛି।ତେବେ ଜଣେ କମ ବୟସ୍କ ଯୁବକ ଅନେକ ପ୍ଲାଷ୍ଟିକ ବୋତଲ ସାହାର୍ଯ୍ୟରେ

ଏହି ସୁନ୍ଦର ଘରକୁ ତିଆରି କରିଛନ୍ତି।ତେବେ ଏହି ଯୁବକ ଜଣକ ପରିଚୟ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ। ଅଦରକାରୀ ପ୍ଲାଷ୍ଟିକ ବୋତଲକୁ ସେ ଏକାଠି କରି ଠିଆ କରିଛନ୍ତି ସେ ଘର।ଏହି ଘରେ କବାଟ ସାଙ୍ଗକୁ ଅଛି ଝରକା।କେବଳ ସେତିକି ନୁହେଁ ଘର ଚାରି ପାଖରେ କାନ୍ଥ ମଧ୍ୟ ଉଠିଛି।ଘରର କେବଳ ଛାତ ତିଆରି ହୋଇଛି ପାଳ ନଡ଼ାରେ।ଘରର ଢାଞ୍ଚାକୁ ବାଉଁଶରେ ତିଆରି କରିଛନ୍ତି ଯୁବକ।ତେବେ ଏହି ଘରକୁ ଯିଏ ଦେଖୁଛି ସେ ପ୍ରଶଂସା କରୁଛି।

Leave a Reply

Your email address will not be published. Required fields are marked *