Malkanagiri ଜଙ୍ଗଲ ଭିତରେ ୧୮ ବର୍ଷୀୟା ନାବାଳିକା ଝିଅକୁ ଏକା ଛାଡ଼ିଦେଇ ଚାଲିଗଲେ ବାପା ଓ ମାଆ,ଆଉ ତାପରେ ଯାହା ଘଟିଲା…

ଓଡ଼ିଶାର ମାଲକାନଗିରି ଜିଲ୍ଲାରୁ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଗୋଟିଏ ନାବାଳିକା ଝିଅର କରୁଣ କାହାଣୀ ଆପଣଙ୍କ ହୃଦୟକୁ ଦୁଃଖିତ କରିଦେବ। ଝିଅଟିର କାହାଣୀ ଓ ତାଙ୍କ ବାପା ମାଆଙ୍କ ବିଷୟରେ ଆଜି ଆମେ ଏହି ଲେଖା ଦ୍ୱାରା ଆପଣଙ୍କୁ ଜଣାଇବୁ। ଆସନ୍ତୁ ଜାଣିବା ଝିଅଟି ସହିତ କଣ ଘଟିଥିଲା।ମାଲକାନଗିରି ଜିଲ୍ଲା ଏମପିଭି ଗାଁର

ଶେଷମୁଣ୍ଡରେ ଜଙ୍ଗଲ ପାଖରେ ଥିବା ଏକ କୁଡ଼ିଆ ଘରେ ନାବାଳିକା ଝିଅ ଦୀପା ରହୁଛି। ପିଲାଟିର ଦୁଃଖ ଏହାକି ଯେ, ତା’ ବାପା ଆଉ ମାଆ ମରି ଯାଇଛନ୍ତି। ଝିଅଟିର ମାଆ ବହୁତ ଆଗରୁ ଚାଲିଯାଇଥିଲେ, ଘର ଚଳିବାପାଇଁ ଓ ଝିଅର ପାଠ ପଢ଼ିବା ଖର୍ଚ୍ଚ ଉଠାଇବା ପାଇଁ ତାଙ୍କ ବାପା ବାହାର ଲୋକଙ୍କ କାମ କରି ସବୁ ସମ୍ଭାଳୁଥିଲେ।

କିନ୍ତୁ ବାପାଙ୍କୁ କ୍ୟାନ୍ସର ହୋଇଥିବା କାରଣରୁ ସେ ବିଗତ ୭ ଦିନ ହେବ ଆରପାରିକୁ ଚାଲିଯାଇଛନ୍ତି।ଏଥିରେ ଝିଅଟି ଘରେ ଏକା ହୋଇଯାଇଛି ଓ ଜଙ୍ଗଲ ପାଖରେ ଏକା ରହିବାକୁ ବାଧ୍ୟ ହୋଇଛି। ନିଜର ପରିବାରକୁ ହରାଇବା ପରେ ଝିଅଟି ଅସହାୟ ହୋଇଯାଇଛି, ପେଟ ପୋଷିବା ପାଇଁ ସେ ଲୁଣ ଓ ଲଙ୍କା ଲଗାଇ ଭାତ ଖାଉଛି।

ଭଲ ଭାବରେ ଦୁଇଓଳି ଦୁଇମୁଠା ଖାଇବାକୁ ପାଉନାହିଁ।ଏହିକଥା ମିଡ଼ିଆଙ୍କ କାନରେ ପଡ଼ିବାପରେ ସେମାନେ ଏମପିଭି ଗ୍ରାମରେ ପହଁଚିଥିଲେ ଓ ଝିଅଟିକୁ ତା’ର ଦୁଃଖଦ ଜୀବନ ବିଷୟରେ ପ୍ରଶ୍ନ ପଚାରିଥିଲେ, ଏଥିରେ ଝିଅଟି କହିଥିଲା କି, “ମୋ ବାପା ମା ନାହାଁନ୍ତି ଆଉ ମୁଁ ଏଠାରେ ଏକଲା ରହୁଛି, ଭାତ ସହିତ

ମୋ ପାଖରେ ଆଉ କିଛିନାହିଁ ଖାଇବା ପାଇଁ, ପଢ଼ିବାକୁ ମୋର ବହୁତ ଇଚ୍ଛା କିନ୍ତୁ କଣ କରିବି ମୋ ପାଖରେ ଏଥିପାଇଁ ଟଙ୍କା ନାହିଁ। ଝିଅର କାହାଣୀ ସେଠାରେ ସମସ୍ତଙ୍କୁ ଭାବବିହ୍ଵଳ କରିଦେଇଥିଲା।ମିଡ଼ିଆ ଏହାପରେ ସ୍ଥାନୀୟ ଲୋକଙ୍କୁ ପ୍ରଶ୍ନ କଲାରୁ, ସ୍ଥାନୀୟ ଅଙ୍ଗନବାଡି ଆଶାକର୍ମୀ କହିଥିଲେ

ଝିଅଟିର ବାପା- ମାଆ କେହି ନାହାଁନ୍ତି। ସରକାରଙ୍କ ତରଫରୁ କେବଳ ଚାଉଳ ଟିକେ ମିଳୁଛି ଓ ଝିଅଟି ପଢିବାରେ ବହୁତ ଭଲ କିନ୍ତୁ ସେ ଆଉ ପଢ଼ିବାକୁ ଯାଇପାରୁନାହିଁ। ଆମେ ଜାଣିବାପରେ ଝିଅଟି ରହୁଥିବା ଘର ପରିସରକୁ ସଫା କରିଥିଲୁ।ଗାଁ ଲୋକେ ମିଡ଼ିଆକୁ କହିଥିଲେ, ତା’ ବାପା ମରିବାପରେ ଆମେ ଗାଁ

ଲୋକେ ମିଶି ତା’ର ଶୁଦ୍ଧିକ୍ରିୟା କରିଥିଲୁ। ଏବେ ଆମେ ଚାହୁଁଛୁ, ସରକାର ଏହି ପିଲାଟିକୁ ସହାୟତାର ହାତ ବଢ଼ାନ୍ତୁ ଓ ଏହି ପିଲାଟିକୁ କୌଣସି ହଷ୍ଟେଲରେ ରଖି ମାଗଣା ଶିକ୍ଷା ଦିଆଯାଉ ଯାହାଦ୍ୱାରା ପିଲାଟିର ଭବିଷ୍ୟତ ଉଜ୍ବଳ ହୋଇପାରିବ।

Leave a Reply

Your email address will not be published. Required fields are marked *