ଛାତ ଉପରେ ଲୁଗା ଶୁଖୋଉଥିଲେ ସାବଧାନ,Smrutirekha ଙ୍କ ସହ ଯାହା ଘଟିଲା ଜାଣିଲେ ଆପଣ ଆଖିରେ ଲୁହ ଆସିଯିବ..ଦେଖନ୍ତୁ Video

Uncategorized

ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ବହୁତ ପବିତ୍ର ହୋଇଥାଏ। ସେମାନଙ୍କ ମଧ୍ୟରେ ଥିବା ପ୍ରେମ ପାଇଁ ସେମାନେ ସାରା ଜୀବନ ଏକତ୍ର ହୋଇ ରହିବାପାଇଁ ପରସ୍ପରକୁ କଥା ଦେଇଥାନ୍ତି। ଏମିତି ଏକ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କୁଶଳ ଗ୍ରାମରୁ, ଯେଉଁଠାରେ ସୈନ୍ୟରେ ଥିବା ଜଣେ ଯବାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବହୁତ ପ୍ରେମ ଥିଲା।

ସେମାନେ ସାରା ଜୀବନ ଏକ ହୋଇ ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ କିନ୍ତୁ କାଳ ର ନିର୍ଣ୍ଣୟ କିଛି ଅଲଗା ଥିଲା ଓ ସେ ଏହି ଦୁଇ ଯୋଡ଼ିକୁ ଅଲଗା କରି ଦେଇଥିଲା। ସ୍ୱାମୀ ସାମ୍ନାରେ ସ୍ତ୍ରୀ ର ମୃତ୍ୟୁ ହୋଇଯାଇଥିଲା ଓ ଏହାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା।

ଢେଙ୍କାନାଳ ଜିଲ୍ଲାର ମନୋଜ ଯିଏକି ଭାରତୀୟ ଆର୍ମିରେ କାର୍ଯ୍ୟରତ ରହିଛନ୍ତି ଓ କାଶ୍ମୀରରେ ତାଙ୍କର ପୋଷ୍ଟିଂ ମଧ୍ୟ ହୋଇଥିଲା। ସେ କିଛିବର୍ଷ ପୂର୍ବରୁ ତାଳଚେରର ଏକ ଯୁବତୀଙ୍କୁ ଲଭ ମ୍ୟାରେଜ କରିଥିଲେ। ବିବାହ ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆହୁରି ବଢ଼ିଥିଲା ଓ ସେ ପରସ୍ପରକୁ କଥା ଦେଇଥିଲେ କି

ଯେତେ କଠିନ ପରିସ୍ଥିତି ଆସୁ ନା କାହିଁକି ଆମେ କେବେବି ଜଣେ ଆଉଜଣଙ୍କ ଠାରୁ ଅଲଗା ହେବାନାହିଁ।ମନୋଜ କାଶ୍ମୀରରେ ଡ୍ୟୁଟି କରୁଥିବା କାରଣରୁ ସେ ତାଙ୍କ ପତ୍ନୀଙ୍କୁ ନେଇ କାଶ୍ମୀର ଚାଲିଯାଇଥିଲେ ଓ ସେଠାରେ ରହିଲେ। ସବୁଦିନ ଭଳି ମନୋଜ ଡ୍ୟୁଟିରେ ଯାଆନ୍ତି ଓ ତାଙ୍କ ପତ୍ନୀ ଘରେ ରୁହନ୍ତି

କିନ୍ତୁ ସେଦିନ ତାଙ୍କ ଭାଗ୍ୟରେ ଅଲଗା କିଛି ଲେଖାଥିଲା।ମନୋଜ ସେଦିନ ଡ୍ୟୁଟିରେ ଚାଲିଗଲେ ଓ ଘରେ ଏକଲା ଥିବା ପତ୍ନୀ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ସେ ଜାଣିନଥିଲେ ଏକ ବିଜୁଳି ତାର ତାଙ୍କ ଜୀବନ ନେଇଯିବ। ଲୁଗା ଶୁଖାଉଥିବା ସମୟରେ ତାଙ୍କୁ ଶକ୍ତ ବିଜୁଳି ଆଘାତ ଲାଗିଥିଲା

ଓ ତାଙ୍କର ସେହି ମୁହୂର୍ତ୍ତରେ ହିଁ ପ୍ରାଣବାୟୁ ଚାଲିଯାଇଥିଲା।ମନୋଜ ଡ୍ୟୁଟିରୁ ଫେରି ଘରକୁ ଆସି ଦେଖନ୍ତି ତ ତାଙ୍କ ପତ୍ନୀ ଛାତ ଉପରେ ପଡ଼ିଛନ୍ତି ଓ ତୁରନ୍ତ ସେ ତାଙ୍କ ଯବାନ ସାଥି ମାନଙ୍କ ସହିତ ମିଶି ତାଙ୍କୁ ଡାକ୍ତରଖାନା ନେଇଥିଲେ ଓ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷିତ କରିଦେଇଥିଲେ। ଏହାପରେ ମନୋଜ

ନିଜ ପତ୍ନୀଙ୍କ ବିୟୋଗରେ ବହୁତ ଦୁଃଖୀ ହୋଇଥିଲେ।ସେ ଏହାପରେ ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ନେଇ ଆସିଥିଲେ। ଏଠାରେ ତାଙ୍କ ପତ୍ନୀଙ୍କ ମୃତ ଶରୀର ଦେଖିବାକୁ ବହୁତ ଲୋକଙ୍କ ଭିଡ଼ ଜମିଥିଲା ଓ ଶେଷରେ ସେ ନିଜ ପତ୍ନୀଙ୍କର ଅନ୍ତିମ ସଂସ୍କାର କରିଥିଲେ।

Leave a Reply

Your email address will not be published. Required fields are marked *