ସେଦିନ ପାଗ ଠିକ ଥିଲା ଓ ଆକାଶ ନିର୍ମଳ ମଧ୍ୟ ଥିଲା। ଖରା ପାଗ ଦେଖି ଏକ ଡ଼ଙ୍ଗାରେ 10 ଜଣ ପର୍ଯ୍ୟଟକ ଓ 2 ଜଣ ନାଉରିଆଙ୍କ ସମେତ ମୋଟ 12 ଜଣ କାଳିଜାଇଙ୍କ ଦର୍ଶନ କରିବାକୁ ବାଲୁଗାଁ କୂଳରୁ ଚିଲିକା ଭିତରେ ଥିବା ମାଆ କାଳିଜାଇଙ୍କ ପୀଠକୁ ଗଲେ।ସେଠାରେ ସେମାନେ ମାଆଙ୍କ ଦର୍ଶନ କଲେ ଓ ପୂଜାର୍ଚ୍ଚନା
ସାରି ପୁଣି କୂଳକୁ ଫେରିବାକୁ ପ୍ରସ୍ତୁତ ହେଲେ। ନାଉରିଆ ଭାଇ ଡ଼ଙ୍ଗା ବାହାର କଲା ଓ ସବୁଲୋକ ଡ଼ଙ୍ଗାରେ ବସିଲେ, ନୌକା କାଳିଜାଇ ପୀଠରୁ କୂଳ ଆଡ଼କୁ ଆସିଲା ଓ ଏହି ସମୟରେ ନୌକାଟି ମଝି ଚିଲିକାରେ ଥିବା ସମୟରେ ଏକ କାଳବୈଶାଖୀ ଆସି ପହଞ୍ଚିଗଲା ଓ ଡ଼ଙ୍ଗାକୁ ଓଲଟାଇ ଦେଲା। ଲୋକମାନେ
ବହୁତ ଭୟଭୀତ ହୋଇଗଲେ ଓ ନିଜର ଲାଇଫ ଜାକେଟକୁ ଜୋରରେ ଜାବୁଡ଼ି ଧରିଲେ।ଖବର ପାଇ ବାଲୁଗାଁ ପୋଲିସ ଘଟଣା ସ୍ଥଳକୁ ଆସିଲେ ଓ ଦୀର୍ଘ ସମୟର ପ୍ରଚେଷ୍ଟା ଜରିଆରେ ସେମାନେ 12 ଜଣଙ୍କ ମଧ୍ୟରୁ 11 ଜଣଙ୍କ ଜୀବନ ବଞ୍ଚାଇଥିଲେ ଓ ଏହିଠାରେ ଜଣେ ନିଖୋଜ ହୋଇଯାଇଥିଲେ
ବହୁତ ଖୋଜାଖୋଜି କରିବାପରେ ବାଲୁଗାଁ ପୋଲିସକୁ ପରଦିନ ସେହି ବ୍ୟକ୍ତିଙ୍କ ଶବ ମିଳିଥିଲା।ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାର ରାଜକିଶୋର ଖୁଣ୍ଟିଆ ଥିଲେ। ଯିଏକି କାଳିଜାଇ ପୀଠରେ ଏକ ଦୋକାନ ଚଳାଉଥିଲେ ଓ।ସେଠାକୁ ନିତିଦିନ ସେ ଯାଆନ୍ତି କିନ୍ତୁସେଦିନ କାଳ ତାଙ୍କ ଜୀବନ ଡ଼ଙ୍ଗା
ବୁଡ଼ିବା ଦ୍ୱାରା ନେଇଯାଇଥିଲା। ସ୍ଥାନୀୟ ଲୋକଙ୍କର କହିବାହେଲା ଆଜିବି, କାଳିଜାଇ ପାହାଡ଼ ପାଖରେ ରାତି ହେଲେ ଡାକୁଛି, ବାପା, ମାଆ ମୋତେ ନେଇଯାଅ, ମୁଁ ବୁଡ଼ିଯାଉଛି