ଶୁଭଶ୍ରୀ ଓ Chita ଙ୍କ ଶେଷ ୨୭ ସେକେଣ୍ଡ କଲ ରେକର୍ଡିଂ ଖୋଲିବ ଓୟୋ କାହାଣୀ,ବାହା ହେଇଥିଲା ଜଣେ ହେଲେ ଆଉ ଜଣେ ଲଜ ରେ କରୁଥିଲା…

ଭୁବନେଶ୍ୱର ଶାସ୍ତ୍ରୀ ନଗର ଶୁଭଶ୍ରୀ ମହାପାତ୍ରଙ୍କ ଜୀବନ ହାରିବା ଘଟଣାରେ ବିଏଫ ଚିତକୁ ଗିରଫ କରିଛି କମିଶନରେଟ ପୋଲିସ।ତେବେ ଗିରଫ ପରେ ସତ ମାନିଛି ଯୁବକ।ହଁ ନୟାଗଡର ଯୁବକ ଚିତ ରଞ୍ଜନ ଜେନାଙ୍କର ବିବାହ ପୂର୍ବରୁ ଶୁଭଶ୍ରୀଙ୍କ ସହିତ ଥିଲା ପ୍ରେମ ସମ୍ପର୍କ।ଆଉ ଶୁଭଶ୍ରୀ ଜୀବନ ହାରିବା ଦିନ ଶେଷ ୭ ଟି କଲକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା।

ଶୁଭଶ୍ରୀ ୨୭ ସେକେଣ୍ଡ ପାଇଁ ଚିତଙ୍କ ସହ ଶେଷ ଥର ପାଇଁ କଥା ହେଇଥିଲେ।ଆଉ ସେହି ୨୭ ସେକେଣ୍ଡରେ ହିଁ ଲୁଚିଛି ମୃତ୍ୟୁର ରହସ୍ୟ।ଆଉ କୁହା ଯାଉଥିବା ସେହି ଓୟୋ ରୁମର ଘଟଣା ମଧ୍ୟ କୁଆଡେ ସେହି ୨୭ ସେକେଣ୍ଡରେ ଲୁଚିକି ରହିଛି।ଆଉ ଘଟଣା ସମ୍ପର୍କରେ ଭବନେଶ୍ୱରର ଡିସିପି ପ୍ରତ୍ୟୁସ ସିଂ ଙ୍କ କହିବା କଥା ପାରକ୍ରୀୟାପ୍ରୀତି

ଅବିଶ୍ବାସ ଆଉ ଝଗଡାରୁ ହିଁ ଜୀବନ ହାରିଛନ୍ତି ଶୁଭଶ୍ରୀ।୨୦୧୪ ରେ ବାହା ହେଇଥିବା ଯୁବକ ୨୦୧୯ ରେ ପୂର୍ବତନ ପ୍ରେମିକ ତାଙ୍କ ଗାଁର ଚିତଙ୍କ ସହିତ ତାଙ୍କର ପ୍ରେମର ସମ୍ପର୍କ ଗଢ଼ି ଉଠିଥିଲା।ବାଉଁଶ ତଳର ନିଆଁ କୁହୁଳିଲା ପରି ପୁଣି ଥରେ ହଜି ଯାଇଥିବା,ମାରି ଯାଇଥିବା ପ୍ରେମ ସମ୍ପର୍କ ଜିଁ ଉଠିଥିଲା

ଜୀବନ୍ତ ହୋଇ ଉଠିଥିଲା।ଆଉ ପୁଣି ଥରେ ସମ୍ପର୍କ ଗଢି ଉଠିବା ପରେ ଉଭୟ ଲଜରେ ରହୁଥିଲେ, ଓୟ୍ୟୋ ରୁମରେ ରହୁଥିଲେ, ବାହାରେ ବୁଲୁଥିଲେ,ପୁଅକୁ ଟ୍ୟୁସନ ଛାଡ଼ି ପାର୍କ ବି ଯାଉଥିଲେ।ଆଉ ଏଭଳି କିଛି ସମ୍ପର୍କକୁ ନେଇ ସନ୍ଦେହ କରୁଥିଲେ ଶୁଭଶ୍ରୀଙ୍କ ସ୍ବାମୀ ଗୋଟିଏ ପଟେ ଶୁଭଶ୍ରୀଙ୍କ ସନ୍ଦେହ କରୁଥିଲେ

ତାଙ୍କ ସ୍ବାମୀ ଆଉ ଗୋଟିଏ ପଟେ ତାଙ୍କ ପ୍ରେମିକ ସହ ଶୁଭଶ୍ରୀ ଲଜରେ ରହୁଥିଲେ।ଆଉ ସେପଟେ ଶୁଣିବାକୁ ମିଳୁଛି ଶୁଭଶ୍ରୀ କୁଆଡେ କ୍ୟାପିଟାଲ ହସ୍ପିଟାଲକୁ ଆଉ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ ଆଉ ଯାହାକୁ ନେଇ ପୁରୁଣା ପ୍ରେମିକ ଚିତଙ୍କ ସହିତ ଶୁଭଶ୍ରୀଙ୍କ ର କୁଆଡେ ପ୍ରବଳ ଝଗଡ଼ା ହେଇଥିଲା।

ଆଉ ଜଉ ଝଗଡ଼ାକୁ ନେଇ ଚିତ ଶୁଭଶ୍ରୀଙ୍କୁ କୁଆଡେ ମାଡ଼ ଧର ମଧ୍ୟ କରିଛି।ଏହା ପରେ ମାନସିକ ଅଶାନ୍ତିରେ ଥିଲେ ଶୁଭଶ୍ରୀ।ଆଉ ତାପରେ ନିଜ ଜୀବନ ହାରିଦେଲେ।ଏବେ ଚିତ ତା ଦୋଷ ସ୍ୱୀକାର କରିଛି।ତାକୁ ଗିରଫ କରାଯାଇଛି ବୋଲି ଡିସିପି ମଧ୍ୟ କହିଛନ୍ତି।ତେବେ ଦେଖିବାକୁ ବାକି ରହିଲା ଚିତ କେଉଁ ଦଣ୍ଡ ପାଉଛି।

Leave a Reply

Your email address will not be published. Required fields are marked *