Fat To Fit ଗଣେଷ ଆଚାର୍ଯ୍ୟ କେବେ ଥିଲେ ୨୦୦ କିଲୋ ଓଜନର, ବିନା ସର୍ଜରୀ କରାଇ ୧ ବର୍ଷରେ କମାଇଲେ ୯୮ କିଲୋ ଓଜନ, ଏମିତି ବନାଇଲେ ଜବରଦସ୍ତ ବଡି…

ବଲିଉଡ୍ ଇଣ୍ତଷ୍ଟ୍ରିର ଲୋକପ୍ରିୟ କୋରିଓଗ୍ରାଫର୍ ଗଣେଷ ଆଚାର୍ଯ୍ୟଙ୍କୁ କେଉଁ ପରିଚୟର ଆବଶ୍ୟକତା ପଡେ ନାହିଁ, ସେ ଦେଶର ଜଣାଶୁଣା କୋରିଓଗ୍ରାଫର୍ ଅଟନ୍ତି, ଗଣେଷ ଆଚାର୍ଯ୍ୟ ଗୋବିନ୍ଦାଙ୍କ ଠାରୁ ନେଇକରି ଫିଲ୍ମ ଇଣ୍ତଷ୍ଟ୍ରିରେ ନୁଆ କଳାକାରଙ୍କ ଡ୍ୟାନ୍ସ ଷ୍ଟେପ୍ ଶିଖାଇଛନ୍ତି, ୧୪ ଜୁନ୍ ୧୯୭୧ କୁ ଚେନ୍ନାଇରେ ଜନ୍ମ ନେଇଥିବା ଗଣେଷ ଆଚାର୍ଯ୍ୟ ଆଜି ୫୦ ବର୍ଷୀୟ ହୋଇସାରିଛନ୍ତି ।ଗୋଟେସମୟ ଥିଲା ଯେବେ ଗଣେଷ ଆଚାର୍ଯ୍ୟଙ୍କ ଓଜନ ୨୦୦ କେଜି ପର୍ଯ୍ୟନ୍ତ ପହଞ୍ଚିସାରିଥିଲା କିନ୍ତୁ ଏହାପରେ ବି ସେ ଲଗାତାର ଷ୍ଟାରସ୍ ଙ୍କ ପାଇଁ ଡ୍ୟାନ୍ସ କୋରିଓଗ୍ରାଫି କରିଥିଲେ, ଏହି ସମୟରେ ସେ ଲଗାତାର କାମ କରୁଥିଲେ, କିନ୍ତୁ ନିଜ କଡା ପରିଶ୍ରମ ବଳରେ ଗଣେଷ ଅଚାର୍ଯ୍ୟ ୯୮ କେଜି ଓଜନ୍ କମାଇପାରିଥିଲେ ।

ଆପଣଙ୍କୁ କହିଦେବୁ କି ଗଣେଷ ଆଚାର୍ଯ୍ୟ ସବୁଠାରୁ ପ୍ରଥମେ ନିଜ ଭଉଣୀ କମଳା ଆଚାର୍ଯ୍ୟଙ୍କ ଠାରୁ ଡ୍ୟାନ୍ସ ଶିଖିଥିଲେ, ଏହାପରେ ଲୋକପ୍ରିୟ କୋରିଓଗ୍ରାଫର୍ କମଲଜୀଙ୍କ ଆସିଷ୍ଟାଣ୍ଟ ହେଲେ, କେବଳ ୧୨ ବର୍ଷର୍ ଆୟୁରେ ସେ ନିଜର୍ ଏକ୍ ଡ୍ୟାନ୍ସ ଗ୍ରୁପ୍ କରିଥିଲେ, ୧୯ ବର୍ଷ ବୟସରେ ସେ ବହୁତ ଲୋକପ୍ରିୟ ହୋଇଗଲେ, ଗଣେଷ ଆଚାର୍ଯ୍ୟ ୧୯୯୨ ରେ ଆସିଥିବା ଫିଲ୍ମ ଅନାମ୍ ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ, ସେ ରଣବୀର୍ ସିଂଙ୍କ ଠାରୁ ନେଇକରି ଗୋବିନ୍ଦାଙ୍କ ପର୍ଯ୍ୟନ୍ତ ଫିଲ୍ମର ଗୀତରେ କୋରିଓଗ୍ରାଫ୍ କରିଛନ୍ତି ।

ଲୋକପ୍ରିୟ କୋରିଓଗ୍ରାଫର୍ ଗଣେଷ ଆଚାର୍ଯ୍ୟ କିଛି ସମୟ ପୁର୍ବରୁ କମେଡିଆନ୍ କପିଲ୍ ଶର୍ମା ଶୋରେ ପହଞ୍ଚିଥିଲେ, ଏହି ଶୋର ସମୟରେ ସେ ନିଜ ଓଜନ ହ୍ରାସ କରିବାର କଥା କହିଥିଲେ, ସେ କହିଲେ କି ଟ୍ରେନର୍ ଅଜୟ ନାଇଡୁ ଙ୍କ ଦେଖାଶୁଣାରେ ସେ ଓଜନ କମାଇବାରେ ସହାୟତା ପାଇଥିଲେ, ସେ ନିଜ ଉଦ୍ଧେଶ୍ୟକୁ ନେଇକରି ପ୍ରତିବଦ୍ଧ ହୋଇଥିଲେ, ଓ ଓଜନ କମାଇବାପାଇଁ ତାଙ୍କୁ କଡା ପରିଶ୍ରମ କରିବାକୁ ପଡୀଥିଲା । କୋରିଓଗ୍ରାଫର୍ ଗଣେଷ ଆଚାର୍ଯ୍ୟ କହିଲେ କି ଆରମ୍ଭର ୨ ମାସ୍ ମୋର୍ ପାଇଁ ଚ୍ୟାଲେଞ୍ଜିଙ୍ଗ୍ ହୋଇଥିଲା, ମୋତେ ପହଁରିବାର ତରିକା ସିଖାଇବାରେ ୧୫ ଦିନ ଲାଗିଯାଇଥିଲା, ଧୀରେ ଧିରେ ମୋର ଟ୍ରେନର୍ ଅଜୟ ନାଇଡୁ ମୋତେ ପାଣିରେ କ୍ରଂଚେଜ୍ କରିବା ସିଖାଇଥିଲେ, ଏହାପରେ ଗଣେଷ ଆଚାର୍ଯ୍ୟ ନିଜ ବଡିରେ ଅନ୍ତର୍ ଦେଖିବାକୁ ପାଇଲେ, ଗଣେଷ ଆଚାର୍ଯ୍ୟ କହିଲେ ସେ ୭୫ ମିନିଟ୍ ପର୍ଯ୍ୟନ୍ତ ୧୧ ଟି ଏକ୍ସରସାଇଜ୍ କରିଥିଲେ, ଏହି ପରି ଦେଢ ବର୍ଷ ରେ ୮୫ କିଲୋ ଓଜନ କମ୍ କରିଦେଇଥିଲେ  ।

ଆପଣଙ୍କୁ କହିଦେବୁ କି ଫିଲ୍ମ୍ ଭାଗ୍ ମିଲଖା ଭାଗ୍ ଗୀତ ହବନ କରେଙ୍ଗେ କୋରିଓଗ୍ରାଫି ପାଇଁ ଗଣେଷ ଆଚାର୍ଯ୍ୟ ଜାତୀୟ ପୁରସ୍କାର୍ ପ୍ରାପ୍ତ କରିଛନ୍ତି, ତାଙ୍କ ଭାରି ଓଜନ କେବେ ତାଙ୍କୁ ଡ୍ୟାନ୍ସକରିବାରେ ରୋକିପାରିନଥିଲା, ସେ କେବେ ୨୦୦ କେଜି ହୋଇଥିଲେ, କିନ୍ତୁ ଏବେ ସୋସିଆଲ୍ ମିଡିଆ ଉପରେ ସୁପରହିଟ୍ ଫିଲ୍ମର୍ ଫଟୋ ବହୁତ ଅଧିକା ଭାଇରାଲ୍ ହେବାରେ ଲାଗିଛି । ଗଣେଷ ଆଚାର୍ଯ୍ୟ କହିଲେ କି ଡ୍ୟାନ୍ସ ମୋତେ ଓଜନ କମାଇବାରେ ବହୁତ ସହାୟତା ଦେଇଥିଲା, ମୋର ଓଜନ ଯେବେ ବହୁତ୍ ଅଧିକା ଥିଲା ତେବେ ବି ମୁଁ ଡ୍ୟାନ୍ସ କରୁଥିଲି କିନ୍ତୁ ଜଲଦି ଥକିଯାଉଥିଲି, କିନ୍ତୁ ଓଜନ କମାଇବା ପରେ ଦୁଇଗୁଣା ଏନର୍ଜୀ ରେ ଡ୍ୟାନ୍ସ କରୁଛି, ଏତିକି ନୁହେଁ ମୋର କପଡାର ସାଇଜ୍ ଏବେ ୭ ଏକ୍ସ୍ ଏଲ୍ ରୁ ଏଲ୍ ହୋଇସାରିଛି ।

ବଲିଉଡ୍ ଇଣ୍ତଷ୍ଟ୍ରିର ଲୋକପ୍ରିୟ କୋରିଓଗ୍ରାଫର୍ ଗଣେଷ ଆଚାର୍ଯ୍ୟ ନିଜ କଡା ପରିଶ୍ରମ ଓ ନିୟମିତ ଏକ୍ସରସାଇଜ୍ ଓ ୱାର୍କଆଉଟ୍ କରି ୯୮ କେଜି ଓଜନ କମାଇଲେ, ମହଜୁଦା ସମୟରେ ସେ ବହୁତ ଫିଟ୍ ଓ ହେଲଦି ଅଛନ୍ତି, ସେ ନିଜ ୱାର୍କଆଉଟ୍ ରୁଟିନ୍ ଫଟୋ ସବୁଦିନ ନିଜ ଇନଷ୍ଟାଗ୍ରାମରେ ସେୟାର୍ କରନ୍ତି, ଏବେ ଯେଉଁ ଲୋକ ମୋଟାପାରୁ ପିଡିତ୍ ଅଛନ୍ତି, ତାଙ୍କ ପାଇଁ ଗଣେଷ ଆଚାର୍ଯ୍ୟ ଫିଟନେସ୍ ଆଇକନ୍ ହୋଇସାରିଛନ୍ତି, ଗଣେଷ ଆଚାର୍ଯ୍ୟ କହନ୍ତି କି ତାଙ୍କର ଏହି ପୁରା ଯାତ୍ରାରେ ତାଙ୍କ ପରିବାର୍ ପୁରା ସାଥ୍ ଦେଇଛି, ଓ ଟ୍ରେନର୍ ଅଜୟ ନାଇଡୁ ଙ୍କ୍ ଦେଖାଶୁଣାରେ ସେ ଏହି ଯାତ୍ରାରେ ସଫଳ ଭାବେ ଓଜନ ହ୍ରାସ କରାଇପାରିଛନ୍ତି ।

Leave a Reply

Your email address will not be published. Required fields are marked *