ଜୀବନକୁ ଛଡାଇ ଆଣିଲେ ଡାକ୍ତର Arjun,ମୃତ୍ୟୁ ବି ପାଖ ମାଡିବାକୁ ଭୟକଲା…

ଡାକ୍ତର ଦିଅନ୍ତି ପୁନର୍ଜନ୍ମ ସେଇଥିପାଇଁ ସେ ଦ୍ଵିତୀୟ ଭଗବାନ ବୋଲି କୁହାଯାଆନ୍ତି, ଭଗବାନଙ୍କ ଦୟାରୁ ଡାକ୍ତର ଏପରି କରିପାରନ୍ତି।ଲୋଭ ରାଗକୁ ନ ଦେଖି ଜଣେ ଡାକ୍ତର ରୋଗୀଙ୍କୁ ସୁସ୍ଥ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି।ତେବେ ଭଗବାନଙ୍କ ଦୟା ହେଲେ ସବୁ ସମ୍ଭବ।ସବୁ ପ୍ରଭୁଙ୍କ ଇଛା।ଏମିତି ଯଦି ପ୍ରଶ୍ନ ଆସୁଛି ତେବେ ଉତ୍ତର ହଁ।ଏଇ ଆର୍ଟିକିଲଟିକୁ ପଢ଼ନ୍ତୁ।

ଜଣେ ବ୍ୟକ୍ତି ବୋଧେ ତାଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇକି ଡାକ୍ତରଙ୍କ ପାଖକୁ ପରାମର୍ଶ ନେବାକୁ ଆସିଛନ୍ତି।ପାଖରେ ସମ୍ପର୍କୀୟ ମଧ୍ୟ ବସିଛନ୍ତି।କିନ୍ତୁ ଏ କଣ ଭଲରେ ଡାକ୍ତରଙ୍କ ସହ କଥା ହେଉଥିବା ବ୍ୟକ୍ତି ହଠାତ ବାକ ଶୂନ୍ୟ ହୋଇଯାଉଛନ୍ତି।ଖାଲି ଚାଲୁଛି ତ କେବଳ ହାତ,ବୋଧ ହୁଏ ସେ କିଛି କହିବାକୁ ଚାହୁଁଛନ୍ତି।

କିନ୍ତୁ ସାଥ ଦଉନି ହାତ।କହିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି କିନ୍ତୁ ତାଙ୍କର ପାଟିରୁ କଥା ବହାରୁନି।ହଠାତ ଆକସ୍ମିକ ଏହି ଘଟଣା।ବ୍ୟକ୍ତି ଜଣକ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି।ଶେଷରେ ଟେବୁଲ ରେ ହାତ ବାଡ଼େଇ ଡ଼ାକ୍ତରଙ୍କୁ କିଛି କହିବାକୁ ଚାହୁଁଛନ୍ତି।ହୃଦଘାତର ଶିକାର ହୋଇ ଟଳି ପଡ଼ୁଛନ୍ତି ବ୍ୟକ୍ତି ଜଣକ।

ତାପରେ ଏହା ଦେଖି ଧାଇଁ ଆସିଲେ ସାମ୍ନାରେ ବସିଥିବା ଡାକ୍ତର ଅର୍ଜୁନ ନାୟକ।ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ସେହି ବ୍ୟକ୍ତିକୁ ସି ପି ଆର ଦେବା ଆରମ୍ଭ କରିଦେଲେ।କିଛି ସମୟ ପରେ ବ୍ୟକ୍ତି ଜଣକ ଚେତା ପାଇ ସୁସ୍ଥ ଅନୁଭବ କରିବା ଦେଖା ଯାଉଛନ୍ତି।ମହାରାଷ୍ଟ୍ରର ଏହି ଭିଡିଓ ସୋସିଆଲ ମିଡିଆରେ ବେସ୍ ଭାଇରାଲ

ହେବାରେ ଲାଗିଛି।ମାତ୍ର ୨୩ ସେକେଣ୍ଡରେ ଜଣେ ବ୍ୟକ୍ତି ନୂଆ ଜୀବନ ପାଇଲେ।ସେ ଜୀବନ ପାଇବା ପରେ ଡାକ୍ତର ଅର୍ଜୁନ ନାୟକଙ୍କୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି।ହୁଏତ କିଛି ସମୟ ଲେଟ ହେଇଥିଲେ କିଛି ବି ହେଇଥାନ୍ତା ଜୀବନ ବି ଚାଲି ଯାଇଥାନ୍ତା।କିନ୍ତୁ ଏବେ ଡାକ୍ତର ଅର୍ଜୁନ ଏବେ ଫେରାଇ ଆଣିଛନ୍ତି

ସେ ବ୍ୟକ୍ତି ଜଣକର ଜୀବନ ଆଉ ସେଥିପାଇଁ ଏବେ ତାଙ୍କୁ ସମସ୍ତେ ବହୁତ ପ୍ରଶଂସା କରୁଛନ୍ତି।ଭଗବାନଙ୍କ ଦୟା ହେଲେ ସବୁ ସମ୍ଭବ।ଭଗବାନଙ୍କ କୃପା, ଭଗବାନଙ୍କ ଦାନ ସବୁ।କାଳିଆର ଦୟାରୁ ଡାକ୍ତର ରୋଗୀ ମାନଙ୍କୁ ବଞ୍ଚାଇପାରୁଛନ୍ତି, ସବୁ ଭଗବାନଙ୍କ କୃପା, ଭଗବାନଙ୍କ ଦୟା, ତାଙ୍କ ଇଛାରେ ଦୁନିଆ ଚାଲେ, ସବୁ ପ୍ରଭୁଙ୍କ ଇଛା।

Leave a Reply

Your email address will not be published. Required fields are marked *