ଶେଷରେ ପୋଲିସ ହାତରେ ଧରାପଡ଼ିଲା Ranju, ପୋଲିସକୁ କହିଲା ମୋ ଇଛା ହେଲା ମୁଁ ମାରିଦେଲି,ମୋର କଣ ଚୋ…

ଗତ ସେପ୍ଟେମ୍ବର 9 ତାରିଖରେ ଭୁବନେଶ୍ୱର ଉପକଣ୍ଠରେ ଡ୍ର-ଗ୍ସ ମାମଲାକୁ ନେଇ ଜଣେ ମହିଳା ଏକ ଯୁବକକୁ ନିଜ ଘର ଆଗରେ ହ-ତ୍ୟା କରି ଫେରାର ହୋଇଯାଇଥିଲେ ଓ ପୋଲିସ ମୃତଦେହକୁ ଜବତ କରି ମହିଳାଙ୍କୁ ଖୋଜିଥିଲା କିନ୍ତୁ ସେ ମହିଳାଙ୍କୁ ପାଇନଥିଲେ। ଶେଷରେ ଆଜି ପୋଲିସ ମହିଳା ଜଣକୁ ଗିରଫ କରିଛି ଓ କୋର୍ଟ ଚାଲାଣ କରିଦେଇଛି।

ଏହି ଘଟଣା ଏକ ଡ୍ରଗ୍ସ ମାମଲା ଯୋଗୁଁ ସୃଷ୍ଟି ହୋଇଥିଲା ଯେତେବେଳେ ଚନ୍ଦୁ ନାମକ ଜଣେ ଯୁବକ ନାଁରେ ଏକ ମହିଳା ଓ ତାଙ୍କର ସହଯୋଗୀ ଡ୍ରଗ୍ସ ବେପାର କରୁଥିଲେ। ଚନ୍ଦୁ ଏହା ଜାଣିବାପରେ ମହିଳାଙ୍କୁ ଚେତାବନୀ ଦେଇ ଏହା ନକରିବାପାଇଁ କହିଥିଲେ କିନ୍ତୁ ମହିଳା (ରଞ୍ଜୁ) ଏହାକୁ ଖାତିର କରିନଥିଲେ

ଓ ସେ ଚନ୍ଦୁଙ୍କ ନାମରେ ଡ୍ରଗ୍ସ ବେପାର କରିବା ଜାରି ରଖିଥିଲେ।ଏହାପରେ ଚନ୍ଦୁ ଆଉଥରେ ତାଙ୍କୁ ଚେତାବନୀ ଦେବାକୁ ଯାଇ ମହିଳାଙ୍କ ଘରେ ପହଞ୍ଚିଲେ କିନ୍ତୁ ନିଜ ଘର ଆଗରେ ମହିଳା ଜଣକ ଚନ୍ଦୁଙ୍କୁ ହ-ତ୍ୟା କରିଦେଲେ। ହ-ତ୍ୟା କରିବାପରେ ମହିଳା ଜଣକ ନିଜ ସହଯୋଗୀ ପୁରୁଷ ଡ୍ରଗ୍ସ ବ୍ୟବସାୟୀ ସହିତ

ଭୁବନେଶ୍ୱରରୁ ଫେରାର ହୋଇ ଅନ୍ୟ ଜିଲ୍ଲାରେ ଯାଇ ଲୁଚିଥିଲେ। ଏପଟେ ପୋଲିସ ଯାଞ୍ଚ କାର୍ଯ୍ୟ ଜାରି ରଖିଥିଲା ଓ ରଞ୍ଜୁଙ୍କ ତଲାଶରେ ଲାଗିପଡିଥିଲା କିନ୍ତୁ ରଞ୍ଜୁ ଓ ତାଙ୍କ ସହଯୋଗୀର କୌଣସି ପତା ମିଳୁନଥିଲା।ଆଜି ପୋଲିସକୁ ଖବର ମିଳିଲା କି, ହ-ତ୍ୟାକାରୀ ରଞ୍ଜୁ ଓ ତାଙ୍କର ସହଯୋଗୀ ଅନ୍ୟ

ଏକ ଜିଲ୍ଲାରେ ଲୁଚିଛନ୍ତି। ଭୁବନେଶ୍ୱର ପୋଲିସ ସେଠାକାର ପୋଲିସର ସହଯୋଗରେ ଚତୁରତାର ସହିତ ରଞ୍ଜୁ ଓ ତାଙ୍କ ସହଯୋଗୀକୁ ଧରି ନେଇଥିଲେ। ପୋଲିସ ଗିରଫ କରିବାପରେ ସେମାନେ ମିଡ଼ିଆ ସାମ୍ନାକୁ ଚାଲି ଆସିଥିଲେ। ଏଥିରେ ରଞ୍ଜୁକୁ ପୋଲିସ ସାମ୍ନାରେ ପ୍ରଶ୍ନ କରାଯିବାରୁ ସେ କହିଲା କି, ମୋ ଇଛା ହେଲା ଆଉ ମୁଁ ଚନ୍ଦୁକୁ ମାରିଲି।

ଏହାଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଏହି ଆରୋପୀ ମହିଳା ଜଣକ ଚାରିଆଡେ ଲେଡ଼ି ଡନ ନାମରେ ପରିଚିତ ହେବାରେ ଲାଗିଛନ୍ତି। ପୋଲିସ ଆରୋପୀ ମାନଙ୍କୁ ଗିରଫ କରି ହାଜତରେ ରଖିଥିବା ବେଳେ ବହୁତ ଜଲଦି କୋର୍ଟ ଚାଲାଣ କରିବ ବୋଲି ଖବର ଦେଇଛି। ଏଥିରେ ଦେଖିବାକୁ ବାକି ରହିଲା ଯେ, ନ୍ୟାୟଧୀଶ କୋର୍ଟ ସେମାନଙ୍କୁ କେଉଁ ଦଣ୍ଡାଦେଶ ଦେଉଛନ୍ତି।

Leave a Reply

Your email address will not be published. Required fields are marked *