Dhenkanal ରେ ଗଣେଶ ପୂଜା ଭସାଣି କାଳ ସାଜିଲା,ପେଟରୁ ବାହାରି ଗଲା ଅନ୍ତ ବିଜୁଳା ଆଉ ତାପରେ..

ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚା ପଡା ପଂଚାୟତ ଝାଟିଆ ଗ୍ରାମରେ।ଗତକାଲି ରାତି ପ୍ରାୟ ୧୦ ଟା ବେଳେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ଏହି ସମୟରେ ଝାଟିଆ ଗ୍ରାମର ପ୍ରମୋଦ ରାଉତ ମା-ର-ଣା-ସ୍ତ୍ର ଧରି ଉତକ୍ଷିପ୍ତ ହୋଇ ଦୌଡ଼ି ଆସିଥିଲେ। ଏବଂ ତାଙ୍କ ସାମ୍ନାକୁ ଆସି ଯାଇଥିଲା ଛୋଟ ଛୁଆଟିଏ।

ତେବେ ସେଠାରେ ଠିଆ ହୋଇଥିବା ରଂଜନ ବେହେରା ଧାଇଁ ଆସି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।ଯାହା ଫଳରେ ପ୍ରମୋଦଙ୍କ ଭାଇ ଚଗଲା ରାଉତ ଉତକ୍ଷିପ୍ତ ହୋଇ ରଂଜନଙ୍କୁ ଆ-କ୍ର-ମ-ଣ କରିଥିଲେ।ଚଗଲା ରଂଜନଙ୍କୁ ପଛ ପଟୁ ଧରି ନେବା ପରେ ପ୍ରମୋଦ ତାଙ୍କ ପେଟକୁ ଟା-ଙ୍ଗିଆରେ ଚୋ-ଟ ପକାଇଥିଲେ।

ଯାହା ଫଳରେ ତାଙ୍କ ପେଟରୁ କିଛି ବାହାରି ଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ରଂଜନ ଘଟଣା ସ୍ଥଳରେ ପଡି ରହିଥିଲେ ମଧ୍ୟ ତାଙ୍କ ପାଖରେ ପୋଲିସ କି ଆମ୍ବୁଲାନ୍ସ କେହି ପହଞ୍ଚି ନଥିଲେ।ପ୍ରାୟ ଦୁଇ ଘଂଟା ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା।କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।

ଲୋକଙ୍କ ଅନୁସାରେ,କୌଣସି ଅସୁବିଧା ମଧ୍ୟ ନଥିଲା। ସେଠାରେ ବୟସ୍କ ବ୍ୟକ୍ତି, ସ୍ତ୍ରୀ ଲୋକ ଏବଂ ଅତି ଛୋଟ ଛୋଟ ଶିଶୁ ମଧ୍ୟ ଉପସ୍ଥିତ ଥିଲେ।ରଂଜନ ଯେତେବେଳେ ଜଣେ ଛୋଟ ଶିଶୁକୁ ବଂଚେଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ଦୁଇ ଭାଇ ପ୍ରମୋଦ ରାଉତ ଏବଂ ଅଶୋକ ରାଉତ ତାଙ୍କୁ ଧରି ତାଙ୍କ ପେଟ ଉପରେ ଆଘାତ କରିଥିଲେ।

ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ସମସ୍ତେ ଭୟରେ ସେ ସ୍ଥାନରୁ ଚାଲି ଯାଇଥିଲେ।ପୋ-ଲି-ସ ଏହି ଘଟଣା ନେଇ ତଦନ୍ତ ଚଳାଇଥିବା ବେଳେ ସେ ଦୁଇ ଭାଇଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ତେବେ ଶାନ୍ତି ଶୃଙ୍ଖଳା ସହିତ କାର୍ଯ୍ୟ କରିବା ଉଚିତ ଏମିତି ମାରପିଟ ହୋଇ କୌଣସି କାର୍ଯ୍ୟ କରିବା ଅନୁଚିତ।

ତେବେ ଶାନ୍ତି ଶୃଙ୍ଖଳା ରଖିବା ଉଚିତ।ନ୍ୟାୟରେ ରହିବା ଉଚିତ, ସତ ପଥରେ ରହିବା ଉଚିତ।ସବୁ ଭଗବାନଙ୍କ ଦାନ ତାଙ୍କ ଦୟାରୁ ଆମେ ବଂଚିଚେ,ସବୁ ପ୍ରଭୁଙ୍କ ଇଛା।ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା ଦରକାର।ଭିନ୍ନ ଭିନ୍ନ ପଜଲ ଆମେ ଆଣୁ ପଜଲ କିପର ଲାଗେ ତାହା କମେଣ୍ଟ ରେ ଜଣେଇ ପାରିବେ।

Leave a Reply

Your email address will not be published. Required fields are marked *