ସାରା ରାଜ୍ୟରେ ସୋସିଆଲ ମିଡ଼ିଆରେ ଗୋଟିଏ କଥା ଏଇ କିଛିଦିନ ହେବ ଭାଇରାଲ ହେବାରେ ଲାଗିଛି। ଘଟଣାଟି ହେଉଛି ସ୍କୁଲ ପିଲାର ବ୍ୟାଗ ଭିତରୁ ଏକ କଣ୍ଡୋମ ପ୍ୟାକେଟ ବାହାରିଥିଲା ଯାହାକୁ ନେଇ ଏବେ ମାମଲା ହଇଚଇ ହେବାରେ ଲାଗିଛି। କିଛି ଶିକ୍ଷିତବର୍ଗ ଏଥିରେ ସିଧାସଳଖ ପ୍ୟାରେଣ୍ଟସଙ୍କ ଉପରେ ଦୋଷ ରଖିଥିଲେ।
ଏମିତି ଜଣେ ଓଡ଼ିଆ ହାସ୍ୟକାର ଯାହାର ନାମ ହତାଶିଆ, ତାଙ୍କୁ ଏହା ବିଷୟରେ ପ୍ରଶ୍ନ କରି ପଚରାଗଲା କି, ଏହା କେତେ ଦୂର ଠିକ ଓ ଭୁଲ?ଏଥିରେ ସେ ଉତ୍ତର ଦେଇ କହିଲେ, ଆମେ ଛୋଟ ପିଲା ଥିବାବେଳେ କଣ୍ଡୋମ କଣ ଜାଣିନଥିଲୁ। ଅବଶ୍ୟ କଣ୍ଡୋମ ଏକ ଭଲ ଜିନିଷ ଓ ଏହାର ଆଡ଼ଭରଟାଇଜମେଣ୍ଟ
ଦେଖି ଲୋକଙ୍କୁ ବହୁତ କିଛି ଶିକ୍ଷା ନେବାର ଅଛି କାରଣ କଣ୍ଡୋମ ବ୍ୟବହାର ଦ୍ୱାରା HIV ଆଉ AIDS ଭଳି ମାରାତ୍ମକ ରୋଗରୁ ଆମେ ରକ୍ଷା ପଇଥାଉ। ଏହାପରେ ସେ କହିଥିଲେ ,”ଆଜି ଯେଉଁ ଖବର ଆସୁଛି କି- ସ୍କୁଲ ଯାଉଥିବା ପିଲା ବ୍ୟାଗରୁ କଣ୍ଡୋମ ବାହାରୁଛି ବୋଲି ଏହା ଉପରେ ମତ ରଖିବା ନିହାତି
ଆବଶ୍ୟକ।ହତାଶିଆ କୁହନ୍ତି, କଣ୍ଡୋମ ଯଦି ବାହାରିଲା ହୁଏତ ପିଲାଟି ଦୋକାନରୁ କିଣିଥିବ ଓ ଏଥିପାଇଁ ଘରଲୋକେ କାହିଁକି ପିଲାଙ୍କୁ ଟଙ୍କା ଦେଉଛନ୍ତି? ଯଦି ପିଲାକୁ ଆମେ ସ୍କୁଲକୁ ଟିଫିନ ଦେଇ ପଠାଉଛେ ଓ ସ୍କୁଲରେ ମଧ୍ୟାହ୍ନ ଭୋଜନ ମଧ୍ୟ ହେଉଛି ତ ବାପା ମାଆଙ୍କୁ ପିଲାଙ୍କୁ ଟଙ୍କା ଦେଇ ସ୍କୁଲ ପଠାଇବା ସମ୍ପୂର୍ଣ୍ଣ ଭାବରେ ଭୁଲ।
ହତାଶିଆ ଏହାବି କୁହନ୍ତି, ଯଦି ପିଲାଟି କଣ୍ଡୋମ ବିଷୟରେ ଜାଣିନାହିଁ ଓ ହୋଇପାରେ କେହି ସିନିୟର କ୍ଲାସ ପିଲା ତା’ ବ୍ୟାଗ ଭିତରେ ଏହା ରଖିଦେଇଥାଏ!ହତାଶିଆ କହିଲେ, ଆଜିର ବାପା ମାଆ ପିଲାଙ୍କୁ ଜନ୍ମ କରି ଛାଡ଼ି ଦେଉଛନ୍ତି ଓ ପିଲା ସ୍କୁଲରେ କଣ ପଢ଼ୁଛି, କଣ କରୁଛି ସେ ସବୁର ତଥ୍ୟ ଯଦି ମାଆ
ବାପା ଧ୍ୟାନରେ ରଖନ୍ତେ ତାହେଲେ ପିଲା ଏମିତି ବାଟକୁ ଯିବନାହିଁ ଓ ତା ମନରେ ମଧ୍ୟ ଭୟ ରହିବ।