ଅକ୍ଷୟ ତୃତୀୟା (akshayatrutiya) ରେ ଏହି ଜିନିଷ ଖାଇବା ଆବଶ୍ୟକ,ଜୀବନସାରା ଆଉ ପଇସା ର ଅଭାବ ରହିବ ନାହିଁ…

ଅକ୍ଷୟ ତୃତୀୟା ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ମନା ଯାଇଥାଏ।ତେବେ ଏହି ଦିନ ଅନେକ ଶୁଭ କାର୍ଯ୍ୟ ହୋଇଥିଲା।ଯେପରିକି ଏହି ଦିନ ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥିଲା ବୋଲି କୁହା ଯାଇଥାଏ।ଏହା ବ୍ୟତୀତ ଏହି ଦିନ ସତ୍ୟ ଯୁଗ ଓ ଦ୍ଵାପର ଯୁଗର ଦିନ ଆରମ୍ଭ ହୋଇଥିଲା ବୋଲି କୁହା ଯାଇଥାଏ।ଏହା ସହିତ ଏହି ଦିନ ଭଗବାନ ବଦ୍ରିନାଥଙ୍କ ଦ୍ବାର ଖୋଲା ଯାଇଥାଏ।ଏହିଦିନ ଆପଣ ଅନେକ କିଛି ନୂତନ କାର୍ଯ୍ୟର ଆରମ୍ଭ କରି ପାରିବେ ତେବେ ଏହି ଦିନରେ ନୂତନ କାର୍ଯ୍ୟର ଆରମ୍ଭ କରିବା ଫଳରେ ଏହା ନିଶ୍ଚୟ ଭାବରେ ସଫଳ ହୋଇଥାଏ।

ଯେପରିକି ଏହି ଦିନ ଆପଣ ଭୂମି ପୂଜନ,ନୂତନ ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ,ଗରିବ ଲୋକଙ୍କୁ ଦାନ ପ୍ରଦାନ କରିବା ଏହିପରି ଭାବରେ ଆପଣ ଅନେକ ଶୁଭ କାର୍ଯ୍ୟ କରି ପାରିବେ।ତେବେ ଆପଣ ଯଦି କୌଣସି ନୂତନ ବାହନ କିଣିବା ପାଇଁ ଚାହୁଁଛନ୍ତି ତେବେ ଏହି ଦିନକୁ ଅନେକ ଶୁଭ ବୋଲି ବିଚାର କରାଯାଇଥାଏ।ଏହା ସହିତ ଏହି ଦିନ ଆପଣ ନିଶ୍ଚୟ ଭାବରେ କିଛି ନୂତନ ଗହଣା କିଣି ପାରିବେ।ତେବେ ଏହି ଦିନ ଆପଣ ଯଦି ବିବାହ କରି ଥାଆନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ବୋଲି ବିଚାର କରାଯାଇଥାଏ।ଏହି ଦିନ ଆପଣ ଯାହା ମଧ୍ୟ ଦାନ କରିବେ ତାହା କେବେ ମଧ୍ୟ କ୍ଷୟ ହେବ ନାହିଁ।

ଏହି ଦିନ ଆପଣ ଚାଉଳ,ବସ୍ତ୍ର,ଲୁଣ,ଅର୍ଥ ଯାହା ମଧ୍ୟ ଦାନ କରିବେ ଏହା ଆପଣଙ୍କ ପାଇଁ ଅନେକ ଶୁଭ ମୟ ହେବ। କନ୍ୟାଦାନକୁ ସବୁଠାରୁ ମହତ ଦାନ ବୋଲି ବିଚାର କରା ଯାଇଥାଏ ତେଣୁ ଯଦି କୌଣସି ବ୍ୟକ୍ତି ନିଜର ଝିଅର ବିବାହ ଏହି ଦିନ କରିଥାଏ ଓ ସେ କନ୍ୟାଦାନ କରି ଥାଏ ତେବେ ତାର ସମସ୍ତ ଜନ୍ମର ପାପ ଧୋଇ ହୋଇ ଯାଇଥାଏ।ଏହି ଦିନ ଆପଣ ପ୍ରାତଃ ସମୟରେ ଉଠିବା ଆବଶ୍ୟକ ଅଟେ।ସକାଳୁ ଉଠିବା ପରେ ଆପଣ ଶୁଦ୍ଧ ଜଳରେ ଅଳ୍ପ ଗଙ୍ଗା ଜଳ ପକାଇ ସ୍ନାନ କରିବା ଆବଶ୍ୟକ।ଏହା ପରେ ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ।

ଏହା ପରେ ଆପଣ ଘରର ମୁଖ୍ୟ ଦ୍ଵାରକୁ ଭଲ ଭାବରେ ସଫା କରି ସେହି ସ୍ଥାନରେ ରଙ୍ଗୋଲି ବନାଇବେ ଏହା ବ୍ୟତୀତ ଏହି ଦିନ ଯେପରି ଆପଣଙ୍କ ପାଇଁ କେହି କଷ୍ଟ ନ ପାଇ ଥାଆନ୍ତି ଏହା ପ୍ରତି ଆପଣ ବିଶେଷ ଭାବରେ ଯତ୍ନବାନ ହେବା ଆବଶ୍ୟକ ଅଟେ।ଏହି ଦିନ ସୁନା ଗହଣା କିଣିବା ପାଇଁ ଏକ ବିଶେଷ ଦିନ ହୋଇଥାଏ।ତେଣୁ ଆପଣ ଏହି ଦିନ ସୁନା ଗହଣା କିଣିବା ଆପଣଙ୍କ ପାଇଁ ଅନେକ ଶୁଭ ହୋଇଥାଏ।ଏହି ଦିନ ଆପଣ ଛତୁଆ ଓ ଯେଉଁ ଫଳରେ ଜଳୀୟ ଅଂଶ ଅଧିକ ରହିଥାଏ ଏହାକୁ ଖାଇବା ଆବଶ୍ୟକ ଅଟେ।ଏହା ଆପଣଙ୍କ ପାଇଁ ଅନେକ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *