DFO ଅଫିସରେ ୨ ଜଣ ଷ୍ଟାଫକୁ ଜେରା କରିଛି କ୍ରାଇମ ବ୍ରାଞ୍ଚ ଆଉ ପାଇଛି ସନ୍ତୋଷ ଜନକ ଉତ୍ତର,ଏଥର ଆସାମୀ ଧାରା ପଡିବ କି

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ସୌମ୍ୟରଂଜନଙ୍କ କେଶ ବିଷୟରେ।ସାଙ୍ଗମାନେ ଆଜି ପର୍ଯ୍ୟନ୍ତ ଏହି କେସର ପର୍ଦ୍ଦାଫାସ ହୋଇ ପାରିଲା ନାହିଁ।ଏବେ ଏହି ତଦନ୍ତ ପୋଲିସ ହାତରୁ କ୍ରାଇମବ୍ରାଞ୍ଚ ହାତକୁ ଚାଲି ଯାଇଛି। କ୍ରାଇମ ବ୍ରାଞ୍ଚ ଏବେ ତାର ସନ୍ଦେହି ମାନଙ୍କୁ ଜେରା କରୁଛି।ତେବେ କ୍ରାଇମ ବ୍ରାଞ୍ଚର କହିବା ଅନୁଯାୟୀ ତଦନ୍ତ ଏବେ ପୁରା ଜୋରସୋରରେ ଚାଲିଛି।ତେବେ ଆଗରୁ ପୋଲିସ ବାଟବଣା ତଦନ୍ତ କରୁଥିଲା ବୋଲି ସୋମ୍ୟଙ୍କ ପରିବାର ଲୋକ ଦର୍ଶାଇଥିଲେ।ଏବେ ଏହି ଘଟଣା କ୍ରାଇମ ବ୍ରାଞ୍ଚ ହାତକୁ ଯିବା ପରେ କିଛି ତଥ୍ୟ ଜଣା ପଡିପାରେ।

ତେବେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ କିପରି କ୍ରାଇମ ବ୍ରାଞ୍ଚ ଆଜି ଡ଼ିଏଫଓ ଅଫିସରେ ଥିବା ଦୁଇ ଜଣ ସନ୍ଦିଗ୍ଧଙ୍କୁ ପଚରା ଉଚୁରା କରୁଛି।ଆଜି ଆମେ ଡିଏଫଓର ଦୁଇଜଣ ଷ୍ଟାଫଙ୍କୁ ଡାକିଥିଲୁ ଆଉ ତାଙ୍କୁ ପଚରା ଉଚରା କରିଥିଲୁ।ଜଣେ ହେଉଛନ୍ତି ଗାର୍ଡେନର ଆଉ ଜଣେ ୱାଚମ୍ୟାନ।ଯାହାବି ଇନଭେଷ୍ଟିଗେସନ ହେଉଛି ସେ ରାତିର ଘଟଣା ବିଷୟରେ ହେଉଛି।ସେହି ବିଷୟରେ ହିଁ ପଚରା ଉଚରା କରାଯାଉଛି।

ସବୁ ଦିନ ଇନଭେଷ୍ଟିଗେସନ ପରେ ପ୍ରପର ଉତ୍ତର ହିଁ ମିଳୁଛି।ଯେଉଁ ପ୍ରଶ୍ନର ଆମକୁ ଉତ୍ତର ଦରକାର ସେହି ପ୍ରଶ୍ନ କରାଯାଉଛି ଏବଂ ତାହାର ଉତ୍ତର ମଧ୍ୟ ଆମକୁ ମିଳୁଛି।ଆମେ ସେହି ଆଙ୍ଗେଲରେ ଜେରା କରୁଛୁ ଯେମିତି ଏହି ଘଟଣାର ଆମେ ଶେଷ ପର୍ଯ୍ୟନ୍ତ ଯାଇପାରିବୁ।ଆଉ ସେଇଟା ସମୟ କହିବ ଆବଶ୍ୟକ ଅନୁସାରେ ସେଇଟା ପଚରା ଉଚରା ହେବ।ଆଉ ଏହା ପରେ ଆମେ ନିଷ୍ପତି ନେଇଛୁ ଯେ, ଆମ୍ବୁଲାନ୍ସରେ ଯେଉଁମାନେ ଯାଇଥିଲେ ତାଙ୍କୁ ମଧ୍ୟ ପଚରା ଉଚରା କରିବୁ ବୋଲି।ଜିଲ୍ଲାପାଳ ସେହି ଦିନ ଡ଼ିଏଫଓ ଡାକିଥିଲେ ବୋଲି ଯାଇଥିଲେ।

ଆମେ ତଦନ୍ତରୁ ଆମେ ଜାଣିବାକୁ ପାଇଲୁ ଡ଼ିଏଫଓ ଜିଲ୍ଲାପାଳଙ୍କୁ ଡାକିଥିଲେ ବୋଲି ସେ ଯାଇଥିଲେ।ନିଶ୍ଚୟ ସବୁ ଦିଗକୁ ଗୁରୁତ୍ୱ ଦିଆଯିବ।ଆଉ ଏହି ଘଟଣାରେ ଯିଏ ବି ଡ଼ିଏଫଓ ଅଛନ୍ତି ସମସ୍ତଙ୍କୁ ପଚରା ଉଚରା କରାଯିବ।ସେହି ଦିନ କଣ ଘଟିଥିଲା ପକୃତ ଘଟଣା।ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ନା ତାହା ଅଜାଣତରେ ଘଟିଯାଇଛି।ସେହି ବିଷୟରେ ଆମେ ନିଶ୍ଚୟ ତଦନ୍ତ କରିବୁ।

ତାଙ୍କର ସ୍ତ୍ରୀ, ରୋଷେଇଆ ଏବଂ ଅନ୍ୟମାନେ ଯିଏ ବି ଉପସ୍ଥିତ ଥିଲେ ସମସ୍ତଙ୍କୁ ପଚରା ଉଚରା କରାଯାଇଛି।ଆମେ ଏହି ଘଟଣାର ଶେଷ ପର୍ଯେନ୍ତ ଯିବୁ ଆଉ ଅପରାଧୀକୁ ଖୋଜି ବାହାର କରିବୁ।ଆଉ ଜିଲ୍ଲାପାଳଙ୍କ ଉପସ୍ଥିତି କଥା ସତ୍ୟ କିନ୍ତୁ ଆମେ ତଦନ୍ତ ରୁ ଜାଣିଲୁ ଯେ ଡ଼ିଏଫଓ ଡାକିଥିବାରୁ ଜିଲ୍ଲାପାଳ ସେଠାକୁ ଯାଇଥିଲେ।ଡିଏଫଓ ପରିବାର କାହା ଉପରେ ବି ଆରୋପ କଲେ ବି ମେ ସତ୍ୟ ଘଟଣାଟି ହିଁ ବାହାର କରିବୁ।ପ୍ରକୃତ ଅପରାଧୀ କିଏ ତାକୁ ଆମେ ନିଶ୍ଚୟ ଖୋଜି ବାହାର କରିବୁ।

Leave a Reply

Your email address will not be published. Required fields are marked *