ମାଡି ଆସୁଛି ବାତ୍ୟା Sitrang,ଓଡ଼ିଶାରେ ହେବ ପ୍ରବଳ ବର୍ଷା ପବନ,ଏହି ଜିଲ୍ଲାରେ ପଡିବ ବାତ୍ୟାର ବଡ ପ୍ରଭାବ…

ଓଡ଼ିଶାରେ ଲ୍ୟାଣ୍ଡ କରିବା ନାହିଁ ସିତ୍ରଙ୍ଗ,ପ୍ରବଳ ବର୍ଷା ଓ ତୀବ୍ର ପବନ ହେବାର ସମ୍ଭାବନା ରହୁଛି।୨୩ ତାରିଖରୁ ରାଜ୍ୟରେ ବଢିବ ବର୍ଷା,୨୪ ତାରିଖରୁ ବଢିବ ବର୍ଷା ଆଉ ପବନ।କଣ ରହିବ ବାତ୍ୟା ସିତ୍ରଙ୍ଗର ପ୍ରଭାବ,କେମିତି ରହିବ ଗତିପଥ?ସିତ୍ରଙ୍ଗ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶରେ ସିଧାସଳଖ ଲ୍ୟାଣ୍ଡ ଫଲ କରିବ ନାହିଁ ବୋଲି ଆକଳନ କରିଛି

ପାଣିପାଗ ବିଭାଗ।ଲ୍ୟାଣ୍ଡ ଫଲ ନ କଲେ ମଧ୍ୟ ଉପକୂଳ ଅଞ୍ଚଳ ଦେଇ ଗତି କରିବ।ପ୍ରବଳ ବର୍ଷା ଆଉ ପବନ ହେବାର ସମ୍ଭାବନା ରହିଛି।ସିଭିଅର କିମ୍ବା ସୁପର ସାଇକ୍ଲୋନ ହେବାର ଆଶଙ୍କା ବହୁତ କମ।ଜଣେ କର୍ମଚାରୀ,ଏବେ ଠାରୁ କହିବା ଅସମ୍ଭବ ଯେ ୟେ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡ ଫଲ କରିବ କିନ୍ତୁ

ଯଦି ବି ଏହା ଓଡ଼ିଶା ବା ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡ ଫଲ ନ କରେ ତାହେଲେ ମଧ୍ୟ ଏହା ଓଡ଼ିଶା ଆଉ ଆନ୍ଧ୍ରପ୍ରଦେଶ ର ଉପକୂଳ ଅଞ୍ଚଳର ପାଖା ପାଖି ଅଞ୍ଚଳ ଦେଇ ଗତି କରିବ।ଆଉ ସେହି ସମୟରେ ବହୁତ ବର୍ଷା ହେବାର ସମ୍ଭାବନା ରହିଛି।ଆଉ ସେହି ସମୟରେ ପ୍ରବଳ ପବନ ମଧ୍ୟ ହେବାର ସମ୍ଭାବନା ରହିଛି।

ଆଉ ଏହା ଅଧିକ ଭୟଙ୍କର ବାତ୍ୟା ବା ସୁପର ସାଇକ୍ଲୋନ ହେବାର ସମ୍ଭାବନା ବହୁତ କମ ବୋଲି ଆମକୁ ଦେଖିବାକୁ ମିଳୁଛି।ମିଡିଆ:ଉତ୍ତର ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଉପରେ ନଜର ରହିଛି ପାଣିପାଗ ସଂସ୍ଥା ସ୍କାଇମେଟର ନଜର।ଶନିବାର ସକାଳ ସୁଦ୍ଧା

ଏହା ଅବାପାତରେ ପରିଣତ ହେବ।ଅଧିକ ଶକ୍ତିଶାଳୀ ଗଭୀର ଅବପାତ ପରେ ବାତ୍ୟା ସିତ୍ରଙ୍ଗ ହେବ।ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପୂର୍ବ ଦିଗକୁ ଗତି କରିବ।ଓଡ଼ିଶା ଉପକୂଳ ଛୁଇଁ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ଓ ବାଂଲାଦେଶ ମୁହାଁ ମୁହିଁ ହେବ।ତେବେ ବର୍ତ୍ତମାନ ସୁଦ୍ଧା ଏହା ଟ୍ରାପରେ ନାହିଁ।

ତେବେ ବଙ୍ଗୋପସାଗରରେ ପ୍ରତି ୧୦ ଟି ବାତ୍ୟାରେ ୭ ଟି ବାତ୍ୟା ଉତ୍ତର ପୂର୍ବକୁ ରିକର୍ଭ ହୋଇଥାଏ ବୋଲି ସ୍କାଇମେଟ ପକ୍ଷରୁ କୁହା ଯାଇଛି।ଜଣେ ଲୋକ କହିଲେ କି ଜଉ ରୁଟ ଅଛି ୟେ ପ୍ରଥମେ ଉତ୍ତର ପୂର୍ବ ଦିଗକୁ ଯିବ ଆଉ ତାପରେ ସେଇଠୁ ସେ ପଶ୍ଚିମ ଆଡ଼କୁ ଯିବ।କିନ୍ତୁ ଏବେ ପୁରା ସଠିକ ଭାବରେ କହି ହଉନି ବାସ ଅଧିକ ସମ୍ଭାବନା ସେୟା ରହିଛି।

Leave a Reply

Your email address will not be published. Required fields are marked *