ଗାଁ ରେ ଅଛି ଆଜବେଷ୍ଟସ Ghara କିନ୍ତୁ ସହରରେ ଛିଡ଼ା କରାଇଲଲେ ଆଲିଶାନ ବଙ୍ଗଳା,ଅର୍ଚ୍ଚନା ଙ୍କ ଗାଁ ଘର ଏଭଳି ଘଟଣା ଯେ ମୁଣ୍ଡରେ ହାତ ଦେବେ ଆପଣ…

ଅର୍ଚ୍ଚନା ଯାହାଙ୍କ ଘର କଳାହାଣ୍ଡି ଜିଲ୍ଲାରେ ଓ ସେ ଯାହାକୁ ବିବାହ କରିଥିଲେ ତାଙ୍କ ନାମ ହେଉଛି ଯୋଗେଶ ଚାନ୍ଦ ଯାହାଙ୍କ ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ବାଉଁଶକଣା ଗ୍ରାମରେ, ଗାଁ ରେ ଯୋଗେଶଙ୍କ ଆଜବେଷ୍ଟସ ଘର ରହିଛି। ଯୁକ୍ତ ୨ ପାଠପଢା ସାରିବାପରେ ଯୋଗେଶ ଏକ ଘରୋଇ କମ୍ପାନୀରେ କାମ କରିବାପାଇଁ ଦିଲ୍ଲୀ ଯାଇଥିଲେ

ଓ ପରେ ସେ ଏକ ଫାଇନାନ୍ସିଆଲ କମ୍ପାନୀ ଅଣ୍ଡରରେ କାମ କରିଥିଲେ। ଏହି କାମକୁ ଛାଡ଼ି ସେ ନିଜର ସହଯୋଗୀଙ୍କ ସହିତ ମିଶି ଭୁବନେଶ୍ୱରରେ ପୁରୁଣା ଗାଡ଼ିର ବିକ୍ରି କରିବା ଆରମ୍ଭ କରଥିଲେ।ପରବର୍ତ୍ତୀ ସମୟରେ ସେ ଅର୍ଚ୍ଚନାଙ୍କୁ ଭେଟିଥିଲେ ଓ ଉଭୟ ପ୍ରେମ କରି ବିବାହ କରିଥିଲେ। ଦୁହିଁଙ୍କ ଆଖିରେ

ବଡ଼ଲୋକ ହେବାପାଇଁ ବେସୁମାର ଇଛା ଭରି ରହିଥିଲା ଓ ସେମାନଙ୍କୁ ଆଭାସ ହେଲା ଯେ, ଭୁବନେଶ୍ୱରରେ ପରିଶ୍ରମ କରି ବଡ଼ଲୋକ ହୋଇ ପାରିବେନାହିଁ। ସେଥିପାଇଁ ପତି-ପତ୍ନୀ ଏହି ପାପ କାମ କରିବାକୁ ଯୋଜନା କଲେ, ସେମାନେ ଭୁବନେଶ୍ୱରରେ ରହୁଥିବା ବଡ଼ ବଡ଼ ବିଲଡ଼ର, ରାଜନେତା ଓ ଧନୀ

ବ୍ୟକ୍ତିଙ୍କୁ ଟାର୍ଗେଟ କରି ତାଙ୍କସହ ସମ୍ପର୍କ ବନାଇ ଭିଡ଼ିଓ କରି  କରୁଥିଲେ।ଏହିକାମ କରି ସେ ଅଳ୍ପ ସମୟ ଭିତରେ ଧନୀ ହୋଇଯାଇଥିଲେ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆଲିଶାନ ବଙ୍ଗଳା ଛିଡ଼ା କରିଥିଲେ। ଗାଁ ରେ ଥିବା ଯୋଗେଶଙ୍କ ଏହି ଆଜବେଷ୍ଟସ ଘରକୁ ଅର୍ଚ୍ଚନା ଯିବେନାହିଁ

ବୋଲି ମନା କରିଥିଲେ ଓ ସେବେଠାରୁ ପତି-ପତ୍ନୀ ବଡ଼ଲୋକ ହେବାପାଇଁ ଏହି ପାପ କୌଶଳକୁ ଆପଣାଇଥିଲେ। ଏବେ ପୋଲିସ ସେମାନଙ୍କର ରହସ୍ୟ ଖୋଲିଦେଇଛି। ଦେଖିବାକୁ ବାକି ରହିଲା ପୋଲିସ ଜବତ କରିଥିବା ପେନଡ୍ରାଇଭ ଓ ଲାପଟପ ଭିତରୁ କାହାର ଭିଡ଼ିଓ ବାହାରୁଛି ଓ ଏମିତି କେତେଜଣ ଏଥିରୁ ସାମ୍ନାକୁ ଆସିବେ।

Leave a Reply

Your email address will not be published. Required fields are marked *