ଗଣେଶ ପୂଜା ବିସର୍ଜନ ରାତିରେ ଶୂନଶାନ ରାସ୍ତାରେ Rajiba ସହିତ ଯାହା ଘଟିଲା,ଜାଣିଲେ ଆପଣ କମ୍ପିବାକୁ ଲାଗିବେ…

ରାଜୀବ ମୁମ୍ବାଇର ଏଇ କମ୍ପାନୀରେ ତାର ପରିଶ୍ରମ ବଳରେ ଏମଡି ଥାଏ।ଅଭ୍ୟୁଦୟ ଯିଏ କି ରାଜୀବର ସାଙ୍ଗ ରାହୁଲର ଉନ୍ନତି ଦେଖି ସହି ପାରିଲା ନାହିଁ।ତେବେ ଅଭ୍ୟୁଦୟ ରାଜୀବର ପାର୍ଟିକୁ ଯାଇଥିବା ସମୟରେ ସେଠାରେ ତାକୁ ଅପମାନିତ କରିବାରୁ ସେ ଚାଲିଯିବା ପାଇଁ ବାହାରିଲା।ଗୋଟେ ଦିନ ଯେତେ ବେଳେ ରାଜୀବର ୯ ବର୍ଷର ପୁଅ ତରୁଣ ଖେଳୁଥାଏ ତାକୁ କିଏ ଜଣେ ପଛରୁ ଡାକିଲା।

ତରୁଣ ବାହାରକୁ ଯିବା ସମୟରେ ଗୋଟେ କଳା ସାୟା ତାକୁ ଧରି ଟାଣି ନେଲା।ରାଜୀବ ଆସି ଦେଖେ ତ ତରୁଣ ବେହୋସ ହୋଇ ପଡ଼ିଛି।ରାଜୀବ ସ୍ତ୍ରୀ ମେନକା ଦେଖିଲା ଯେ ତରୁଣର ପିଠିରେ ଏକ ଆମ୍ପୁଡ଼ା ଦାଗ ରହିଛି।ରାଜୀବ ତାପର ଦିନ ଅଫିସ ଯାଇ ଦେଖେ ତ ତାକୁ ଚାକିରିରୁ ବାହାର କରି ଦିଆ ଯାଇଚି।

ସ୍ଵାମୀ ସ୍ତ୍ରୀ ଦୁଇ ଜଣା ଏହାକୁ ଅନୁଭବ କଲେ।ମେନକା ତରୁଣକୁ ଦେଖେ ତ ସେ ଭଲ ହୋଇ ଯାଇଥାଏ।ପିଠିରେ ଥିବା ଦାଗ କୁଆଡେ ଚାଲି ଯାଇଥାଏ।ଏହାପରେ ରାଜୀବ ଖବର ପାଇଲା ଯେ ସେ ଚାକିରି ପୁଣି ଫେରି ପାଇଛି।ରାଜୀବ ଯାଉଥିବା ସମୟରେ ବାଟରେ ଅଭ୍ୟୁଦୟକୁ ଦେଖିଲା।

ଅଭ୍ୟୁଦୟ କହିଲା ତୋର ଭାଗ୍ୟ ବହୁତ ଭଲ।ମୁଁ ତତେ ବର୍ବାଦ କରିବା କରିବା ପାଇଁ ସବୁ ଚେଷ୍ଟା କଲି କିନ୍ତୁ କିଛି ଲାଭ ହେଲା ନାହିଁ।ସେ ପୁଣି କହିଲା ଯେଉଁ ଦିନ ତୁ ମତେ ତୋ ପାର୍ଟିରେ ଅପମାନିତ କରିଥିଲୁ ମୁଁ ସେହି ଦିନ ଠାରୁ ପ୍ରତିଶୋଧ ନେବି ବୋଲି ଭାବିଥିଲି।ତୋରି ପାଇଁ ମୁଁ କଳା ଯାଦୁ ସିଖିଲି।ହେଲେ ତୋ ସ୍ତ୍ରୀ ମୋର ସବୁ କାମ ଉପରେ ପାଣି ପକେଇ ଦେଲା।

ତାରି ପାଇଁ ମୋ ସବୁ କଳା ଶକ୍ତି କାମ କଲା ନାହିଁ।ହେଲେ କିଛି କଥା ନାହିଁ।ଆଜି ତତେ ମୋ କବଳରୁ କିଏ ବଞ୍ଚେଇବ।ଆଜି ତୁ ମୋ ହାତରୁ ମରିବୁ।ଅଭ୍ୟୁଦୟ ରାଜିବକୁ ମାରିବା ପାଇଁ ଚେଷ୍ଟା କରିବାରୁ ରାଜୀବ ତାକୁ ଏକ ଶକ୍ତ ଧକା ଦେଲା ଓ ଗାଡିରୁ ତଳକୁ ଡେଇଁ ପଡିଲା।

ସେ ସିନା ଗାଡିରୁ ଡେଇଁ ପଡିଲା ହେଲେ ଗାଡି ଏବେ ବି ୮୦ ସ୍ପିଡରେ ଥାଏ ଆଉ ଅଭ୍ୟୁଦୟ ତା ଭିତରେ ଥାଏ।ଗାଡ଼ିଟି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଗଲା।ଆଉ ରାଜୀବ ଘରକୁ ଯାଇ ମେନକାକୁ ଗୋଟି ଗୋଟି କରି ସବୁ କଥା କହିଲା।

Leave a Reply

Your email address will not be published. Required fields are marked *