ଘରେ ଲୁଚିରହି ତିନିଦିନ ଧରି ହଇରାଣ କରୁଥିଲା Kobra ସାପ,ଆଉ ଯେବେ ସାପ ଧରାଳି ଆସିଲେ ଗାତ ଭିତରେ ହେଲା ଏଭଳି ଯେ…

ଭଦ୍ରକ ଜିଲ୍ଲାର ଏକ ଗ୍ରାମାଞ୍ଚଳରୁ ଏକ ଘଟଣା ଘଟି ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ରେ ଜଣେ ବ୍ୟକ୍ତିଙ୍କ ଘରେ ନାଗ ବା କୋବ୍ରା ସାପ ପଶିଯାଇଥିଲା ଯାହାଦ୍ୱାରା ଲୋକେ ଏହି ସାପକୁ ନେଇ ବହୁତ ହଇରାଣ ହେଉଥିଲେ। ଘରେ ଶାନ୍ତିରେ ରହି ପାରୁନଥିଲେ ଓ ସାପ ଘରୁ ନଯିବାରୁ ଶେଷରେ ସେମାନେ ଉପାୟହରା ହୋଇ ସ୍ନେକ କ୍ୟାଚରଙ୍କୁ ଏହାର ଖବର ଦେଇଥିଲେ।

ସାପ ଧରାଳି ଖବର ପାଇ ତୁରନ୍ତ ସେଠାକୁ ଆସିଲେ ଓ ଉଦ୍ଧାର କାର୍ଯ୍ୟରେ ଲାଗିଗଲେ। ପ୍ରଥମେ ସେ ଦେଖିଲେ କି,ସାପଟି ଇଟା କାନ୍ଥ। ଭିତରେ ଲୁଚିରହିଛି ଓ କ୍ରୋଧରେ ଗର୍ଜନ କରିବାରେ ଲାଗିଛି। ଏହାପରେ ସେ ଗୋଟିଏ ପଟ ଫାଙ୍କରେ କିଛି ଜିନିଷ ଭରିଦେଇ ଆଉ ଗୋଟିଏ ପଟରୁ ସାପକୁ ବାହାର କରିବାକୁ

ଚେଷ୍ଟା କଲେ କିନ୍ତୁ ସାପଟି ବାହାରିନଥିଲା। ସାପଟି ଚାଲିଯିବାକୁ ବସିଥିବା ବେଳେ ସାପ ଧରାଳି ସାପର ଲାଞ୍ଜକୁ ଧରିନେଲେ ଓ ସାପଟି ରାଗିଯାଇ ଫୁଫୁ ଗର୍ଜନ କରିଥିଲା।ସାପକୁ ଧରିବାପରେ ଘରଲୋକେ କହିଲେ, ଏହି ସାପଟି ୩ ଦିନଧରି ଆମକୁ ଶାନ୍ତିରେ ଘରେ ରଖେଇ ଦେଇନଥିଲା। ସାପଟି ପାଇଁ ଆମେ

ଭୟରେ ଘର ଭିତରକୁ ପଶୁନଥିଲୁ ଓ ଘରେ ତିନିଦିନ ଧରି ରୋଷେଇ ହୋଇନଥିଲା ଓ ସାପଟିକୁ ଆପଣ ଧରିବାପରେ ଆମେ ବର୍ତ୍ତମାନ ଶାନ୍ତିରେ ଘର ଭିତରକୁ ପ୍ରବେଶ କରିପାରିବୁ। ଶେଷରେ ସାପକୁ ନେଇଯିବା ସମୟରେ ସାପ ଧରାଳି ଲୋକଙ୍କୁ ସତର୍କ କରାଇ କହିଥିଲେ, ଏହି ନାଗ ସାପ ବର୍ଷା ହେବାମାତ୍ରକେ

ଶୁଖିଲା ସ୍ଥାନରେ ରହିବାପାଇଁ ଭଲ ପାଏ ଓ ଯାହାଦ୍ୱାରା ସାପ ଘର ଭିତରକୁ ଚାଲିଆସିଥାଏ ଓ ଏଭଳି ପରିସ୍ଥିତିରେ ସାପ ମଣିଷକୁ କାମୁଡ଼ିବାକୁ ମଧ୍ୟ ଚେଷ୍ଟା କରିଥାଏ ଓ ଏହି ସାପ ବହୁତ ବିଷାକ୍ତ ଅଟେ। ତୁରନ୍ତ ମେଡ଼ିକାଲ ଚିକିତ୍ସା ନନେଲେ ବ୍ୟକ୍ତିର ମୃତ୍ୟୁ ହୋଇପାରେ।

Leave a Reply

Your email address will not be published. Required fields are marked *