ଭଦ୍ରକ Tihidi ରେ ରାତିରେ ଘରଲୋକଙ୍କୁ ହଇରାଣ କଲା ବିରାଟ ବଡ ବୋଡା ସାପ, ଘର ଭିତରେ ପଶିଯାଇ ତାପରେ ଯାହା ଘଟିଲା…

ଓଡ଼ିଶାର ଭଦ୍ରକ ଜିଲ୍ଲାରୁ ଏକ ଭିଡ଼ିଓ ଖବର ମାଧ୍ୟମରେ ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲାର ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ରାତିରେ ବୋଡା ସାପ ପଶିଯାଇଥିଲା। ରାତିରେ ଘରର ଜଣେ ମହିଳା ରୋଷେଇ କରିବାପାଇଁ ଗ୍ୟାସ ପାଖକୁ ଯିବାସମୟରେ ତାଙ୍କୁ ସୁସୁ ଶବ୍ଦ ଶୁଣିବାକୁ ମିଳିଥିଲା ଓ ସେ ଏହି ଶବ୍ଦ ଶୁଣି ଭୟଭୀତ ହୋଇଗଲେ ଓ ଜାଣିବାକୁ ପାଇଲେ କି

ଏକ ସାପ ପଶିଆସିଛି ଓ ସେ ହିଁ ଗ୍ୟାସ ଟାଙ୍କି ପାଖରେ ଲୁଚି ରହିଛି।ଏହାପରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏହି ଖବର ଦେଇଥିଲେ ଓ ସେ ଆସି ଦେଖନ୍ତି ତ ଏକ ବିଷାକ୍ତ ବୋଡା ସାପ ସେଠାରେ ଲୁଚି ରହିଛି ଓ ଲୋକଙ୍କୁ ଦେଖିବାପରେ ସୁସୁ ଗର୍ଜନ କରିବାରେ ଲାଗିଛି। ସାପକୁ ଦେଖି ଘରଲୋକେ ସଚେତନ

ହୋଇଗଲେ ଓ ତୁରନ୍ତ ଜିଲ୍ଳା ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଜଣେ ସ୍ନେକ କ୍ୟାଚର ସେଠାରେ ଆସି ପହଞ୍ଚିଲେ ଓ ସାପକୁ ଉଦ୍ଧାର କରିବାରେ ଲାଗିଗଲେ।ସାପଟିକୁ ନିଜ କଣ୍ଟ୍ରୋଲକୁ ଆଣିବା ସମୟରେ ସେ କହିଥିଲେ କି, ଏହା ଏକ ରସେଲ ଭାଇପର ଅଟେ ଯାହାକୁ ଆମେ ବୋଡା ସାପ କହିଥାଉ।

ଏହି ସାପ ବହୁତ ସାତିର ଅଟେ, ଏହା ରାତିରେ ଆପଣଙ୍କ ଜୋତା ଭିତରେ ପଶି ଲୁଚିଥାଏ ଓ ଛୋଟ ପିଲାଙ୍କ ବ୍ୟାଗ ଭିତରେ ମଧ୍ୟ ପଶି ଯାଇଥାଏ ଓ ଏହି ସାପ ବହୁତ ଜଲଦି ଆପଣଙ୍କୁ କାମୁଡ଼ିଥାଏ ଓ ଏହି ସାପ ପାଖରେ ହୋମୋଟକ୍ସିନ ନାମକ ଏକ ବିଷ ଭରି ରହିଥାଏ। ଯାହାକି ବହୁତ ବିଷାକ୍ତ ଓ ମଣିଷ ଶରୀର

ଭିତରକୁ ଏହି ବିଷ ଯିବାମାତ୍ରକେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ।ଏହି ସୂଚନା ଦେଇ ସେ ସାପକୁ ଉଦ୍ଧାର କଲେ ଓ ସାପର ବିଷାକ୍ତ ଦାନ୍ତକୁ ମଧ୍ୟ ଦେଖାଇଥିଲେ। ଏହି ସାପର ଦାନ୍ତ ଅନ୍ୟ ସାପ ତୁଳନାରେ ବହୁତ ବଡ଼ ହୋଇଥାଏ। ସାପଟିକୁ ଭଗବାନ ଏମିତି ଶୈଳୀରେ ବନାଇଛନ୍ତି ଯେ, ସାପଟି ଦେଖିବାକୁ

ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ ଓ ପ୍ରାୟତଃ ରାତ୍ରି ସମୟରେ ଏହି ସାପ ଚଳପ୍ରଚଳ କରିବାର ନଜର ଆସିଥାଏ।

Leave a Reply

Your email address will not be published. Required fields are marked *