ଯେବେ ଇଛାଧାରୀ Nagin ଜନ୍ମଦେଲା ଏକ ଛୁଆ ଓ ଏହାସହ ଯାହା ଘଟିଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ…

ଆପଣମାନେ କଣ ଜାଣିଛନ୍ତି କି, ଇଛାଧାରୀ ନାଗୁଣୀ ସବୁଠାରୁ ଶକ୍ତିଶାଳୀ ହୋଇଥାଏ ଖାଆସ କରି ଏହି ନାଗୁଣୀ ପାଖରେ ମଣି ରହିଥାଏ। କୁହାଯାଏ ଏହି ନାଗୁଣୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ସବୁଠାରୁ ଶକ୍ତିଶାଳୀ ଭୟାନକ ହୋଇଥାଏ। ଏହିପରି ଏକ କାହାଣୀ ନାଗୁଣୀ ସହିତ ଆମେ ଆଜି ଆଲୋଚନା କରିବା।

ଘଟଣାଟି ହେଉଛି ଉତ୍ତର ପ୍ରଦେଶ ଖେଡ଼ ଗ୍ରାମର ମୁଖିଆ ରାଜେଶଙ୍କ ଉପରେ, 5 ବର୍ଷ ପୂର୍ବେ ରାଜେଶ ଜଣେ ଗରିବ ଥିଲେ ଓ ସେ ଛେଳି ଚରାଉଥିଲେ। ଦିନେ ଛେଳି ଚରାଉଥିବା ସମୟରେ ବଣ ଭିତରେ ସେ ଏକ ଗଛ ପାଖରେ ନାଗ ଓ ନାଗୁଣୀକୁ ଦେଖିଲା ଓ ସେହି ସାପ ପାଖରେ ଏକ ମଣି ଥିଲା। ଏହାଦେଖି ରାଜେଶ ଡ଼ରିଗଲା ଓ ସେ ସେଠାରୁ ଘରକୁ ଚାଲିଆସିଲା।

ଘରକୁ ଆସି ରାଜେଶ ସେହି ମଣି ବିଷୟରେ ଭାବିବାକୁ ଲାଗିଲା ଓ ଚିନ୍ତା କଲା ଯଦି ଏହି ମଣି ତାକୁ ମିଳିଯିବ ତାହେଲେ ତା’ ଭାଗ୍ୟ ନିହାତି ରୂପରେ ବଦଳିଯିବ। ସେ ମନେ ମନେ ଭାବିଲା ନାଗୁଣୀ ବର୍ତ୍ତମାନ ଗର୍ଭବତୀ ଅଛି, ପିଲା ଜନ୍ମ କରିବାପରେ ସେ ଦୁର୍ବଳ ହୋଇଯିବ ଓ ଏହି ସମୟରେ ସେ ନାଗୁଣୀକୁ ମାରିଦେବ। ବାକି ରହିଲା ନାଗ, ଯଦି ନାଗ ମୁହଁକୁ ଗୋବର ଫିଙ୍ଗି ଦିଆଯାଏ ତାହେଲେ ସେ ସେସମୟର ଦୁର୍ବଳ ହୋଇଯାଏ।

ଏହିସବୁ ଯୋଜନା ବନାଇ ରାଜେଶ ନାଗ ନାଗୁଣୀ ଓ ତାଙ୍କ ଛୁଆକୁ ମାରିବାକୁ ଗଲା। ଯୋଜନା ମୁତାବିକ, ସେ ନାଗ, ନାଗୁଣୀ ଓ ଛୁଆକୁ ମାରିଦେଲା ଓ ସେଠାରୁ ମଣି ନେଇଆସିଲା। ମଣି ପାଇବାପରେ ରାଜେଶ ଯେଉଁସବୁ ବେପାର କଲା ସେଥିରେ ସଫଳ ହେଲା ଓ ସେ ଜାଣିଥିଲା ଏହିସବୁ କାରନାମା ଏହି ମଣି ଯୋଗୁଁ ହିଁ ସମ୍ଭବ ହେଉଛି।

ସେପଟେ ନାଗ ଓ ସାପ ଛୁଆଟି ମରିଯାଇଥିଲେ କିନ୍ତୁ ନାଗୁଣୀ ମରିନଥିଲା। ସେ ବେହୋସ ହେବାସହ ଗମ୍ଭୀର ଆଘାତ ପାଇଥିଲା। ଯେତେବେଳେ ନାଗୁଣୀ ଦେଖେ ତ ତା’ର ପରିବାର ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି। ଏହାପରେ ନାଗୁଣୀ ଭୀଷଣ ରାଗିଗଲା ଓ ତା’ ପାଖରେ ମଣି ନଥିବାରୁ ସେ ପୂର୍ବଭଳି ଶକ୍ତିଶାଳୀ ନଥିଲା ସତ କିନ୍ତୁ ସେ ନିଜ ରୂପ ବଦଳାଇ ପାରୁଥିଲା। ନାଗୁଣୀ, ରାଜେଶ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ସୁରେଶ ନାମକ ଜଣେ ବ୍ୟକ୍ତିର ରୂପ ଧାରଣ କରି ଗାଆଁରେ ରାଜେଶର ବେପାରରେ ଏକ ବିଶ୍ବସ୍ତ ବ୍ୟକ୍ତି ରୂପରେ କାମ କରିବାକୁ ଲାଗିଲା।

ଦିନେ ରାଜେଶ ପାଇଁ ଏକ ଭଲ ପ୍ରସ୍ତାବ ଆସିଲା ଓ ରାଜେଶ ବିବାହ ମଧ୍ୟ କଲା। କିଛିମାସ ପରେ ରାଜେଶଙ୍କ ପତ୍ନୀ ଗର୍ଭବତୀ ହେଲେ ଓ ରାଜେଶ ମନସ୍ଥ କଲେ ଯେ, ସେ ନିଜ ପରିବାରକୁ ନେଇ ତାଙ୍କ ପୁରୁଣା ଘରକୁ ଦେଖିଆସିବେ। ସେ ନିଜ ସ୍ତ୍ରୀ ଓ ନିଜ ଭାଇ ଭଳି ମାନୁଥିବା ସୁରେଶକୁ ନିଜ ସାଙ୍ଗରେ ନେଇ ଚାଲିଲେ।

ରାଜେଶ ନିଜ ଘରେ ପହଞ୍ଚିବା ପରେ ନିଜ ସ୍ତ୍ରୀ ଓ ସୁରେଶକୁ କହିଥିଲେ ଯେତେବେଳେ ସେ ବହୁତ ଗରିବ ଥିଲେ ତାଙ୍କର ପରିବାର ଯଥା: ବାପା, ମାଆ ସବୁ ଏଠାରେ ରହୁଥିଲେ। ତାଙ୍କ ବାପା ଓ ମାଆ ରୋଗରେ ମରିଯାଇ ଏହିଠାରେ ପୋତା ହୋଇଛନ୍ତି ବୋଲି ରାଜେଶ କହି କାନ୍ଦି ପକାଇଲେ ଓ ଏହାଶୁଣି ରାଜେଶଙ୍କ ସ୍ତ୍ରୀ ଓ ସୁରେଶ ଭାବବିହ୍ଵଳ ହୋଇଗଲେ।

ବୁଲାବୁଲି ସାରି ଫେରିବା ସମୟରେ ରାଜେଶଙ୍କ କାର ଅଚାନକ ଏକ ପଥର ଦେହରେ ପିଟି ହୋଇଗଲା। ଏହି ଦୁର୍ଘଟଣାରେ ରାଜେଶଙ୍କ ସ୍ତ୍ରୀ କାରରୁ ଖସିଯାଇ ଏକ ଗଛରେ ଅଟକି ଯାଇଥିଲେ ଓ ଯେଉଁ ଗଛ ଟି ଏକ ଖାଇ ପାଖରେ ଥିଲା। ସେପଟେ ରାଜେଶ କାର ଭିତରେ ଅଟକି ଯାଇଥିଲା ଓ ବାହାରି ପାରିନଥିଲା।

ଏହିସବୁ ପରେ ସେଦିନ କାର୍ତ୍ତିକ ପୂର୍ଣ୍ଣିମା ଥିଲା ଓ ସୁରେଶ ଅଚାନକ ନାଗୁଣୀ ରୂପ ଧାରଣ କରିସାରିଥିଲା। ସୁରେଶ ପ୍ରତିଶୋଧ ନେବାକୁ ଯାଉଥିବା ସମୟରେ ରାଜେଶକୁ ସବୁକଥା କହିଥିଲା ଓ ରାଜେଶ ଏହାପରେ ନେହୁରା ହୋଇ କହିଲା, ମୋ ଜୀବନ ପଛେ ନେଇଯାଅ କିନ୍ତୁ ମୋ ସ୍ତ୍ରୀ ଓ ପିଲାର ଜୀବନ ବଞ୍ଚାଇଦିଅ।

ନାଗୁଣୀଟି ପ୍ରତିଶୋଧ ନିଆଁରେ ଜଳୁଥିଲା ସତ କିନ୍ତୁ ସେ ଜାଣିଛି ଜଣଙ୍କ ଠୁ ତା’ ପରିବାର ଚାଲିଗଲେ ତାଙ୍କୁ କେମିତି ଅନୁଭବ ହୁଏ। ସବୁପରେ ନାଗୁଣୀଟି ରାଜେଶ ଓ ତାଙ୍କ ସ୍ତ୍ରୀ ର ଜୀବନ ବଞ୍ଚାଇଥିଲା ଓ ନାଗୁଣୀ ସେହି ଗଛ ତଳକୁ ଚାଲିଗଲା।ଘରକୁ ଫେରି ରାଜେଶ ନିଜର କଲା କର୍ମ ପାଇଁ ବହୁତ ଅନୁତାପ କଲେ ଓ ପରଦିନ ମଣି ନେଇ ସେହି ଗଛ ପାଖକୁ ଚାଲିଗଲେ ଓ ମଣି ରଖିଦେଇ ସେଠାରେ ଭୋ ଭୋ ହୋଇ କାନ୍ଦି ନିଜ ପାପର ଅନୁତାପ କରିଥିଲେ।

Leave a Reply

Your email address will not be published. Required fields are marked *