ଏବେ ଦୀପିକା କହୁଛି ମୋତେ ସମସ୍ତେ dhoka ଦେଲେ,ଦୀନେଶ ଙ୍କ ପରେ ଏହି ଲୋକ ମୁଣ୍ଡରେ ଅଠା ବୋଳିଲେ ଏବେ ଦୀପିକା…

ଗତ କିଛିଦିନ ମାସ ନ୍ୟୁଜ ଚ୍ୟାନେଲ ମାନଙ୍କରେ ଦୀପିକା ଓ ଦିନେଶର ମାମଲା ହାଇଲାଇଟ ହେଉଛି। ଦୀପିକା ଓ ଦିନେଶ ଭିତରେ ଘଟିଥିବା ସାରା ଘଟଣା ବିଷୟରେ ବୋଧହୁଏ ଆପଣ ଜାଣିସାରିଛନ୍ତି। ଦୀପିକା ବହୁତଦିନ ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇ ବସିଛି ଓ ଏପରିକି କୋର୍ଟରେ ଦିନେଶ ବିରୁଦ୍ଧରେ ବଳାତ୍କାର ମାମଲା ମଧ୍ୟ ରୁଜୁ କରିସାରିଛି।

ଏବେ ଦୀପିକା କହୁଛି, ମୋତେ ଦିନେଶ ତ ଧୋକା ଦେଇଥିଲା ଏହା ସତକଥା କିନ୍ତୁ ପ୍ରମିଳା ମାଆ ଧୋକା ଦେବେ ଯେ, ମୁଁ ଭାବିନଥିଲି। ପ୍ରମିଳା ମାଆ ହେଉଛନ୍ତି ଦିନେଶର ଜେଜେବାପାଙ୍କ ଭଉଣୀ ଯିଏକି କିଛିଦିନ ହେବ ଦିନେଶଙ୍କ ଘରକୁ ଆସିଥିଲେ ଓ ସେ ଦୀପିକାକୁ ବୋହୂ ବୋଲି କହିଥିଲେ ଏବଂ

ଯେତିକିଦିନ ସେଠାରେ ରହିଥିଲେ ସେଯାଏଁ ସେ ଦୀପିକା ସହିତ ବସାଉଠା କରୁଥିଲେ ଓ ଭଲ ଭାବରେ କଥାବାର୍ତ୍ତା ହେଉଥିଲେ।କିନ୍ତୁ ଏବେ ପ୍ରମିଳା ମାଆ ତାଙ୍କ ଘରକୁ ଚାଲିଗଲେଣି ଏହାକୁ ନେଇ ଦୀପିକା ମିଡ଼ିଆକୁ କହୁଛି, ମୋତେ ଶେଷରେ ପ୍ରମିଳା ମାଆ ବି ଧୋକା ଦେଲେ ଓ ମୋତେ ଛାଡ଼ି ସେ ଚାଲିଗଲେ।

ଦୀପିକାଙ୍କ ଏହି ବୟାନର ଉତ୍ତର ଦେଇ ଜଣେ ମହିଳା ମିଡ଼ିଆକୁ କହିଥିଲେ, ଦୀପିକାକୁ କେହିବି ଧୋକା ଦେଇନାହାଁନ୍ତି। ସେ ନିଜେ ନିଜକୁ ଧୋକା ଦେଇ ଆସିଥିବାରୁ ଆଜି ସମସ୍ତେ ତାକୁ ଛାଡ଼ି ଚାଲିଯାଉଛନ୍ତି।ଯଦି ତୁ ଦିନେଶକୁ ଭଲ ପାଉଥିଲୁ ତାହେଲେ ଶାରୀରିକ ସମ୍ପର୍କ ରଖିବାରେ ପୂର୍ବରୁ ତାକୁ ବାହା କାହିଁ ହେଲୁନାହିଁ।

ଆଜି ଯେତେବେଳେ ପିଲାଟି ଜନ୍ମ ହେଲା ତୁ ଆସି ଘର ଆଗରେ ବସିଯାଉଛୁ। ତୁ ଯଦି ଜାଣିଛୁ ଏଇ ପିଲାଟି ଦିନେଶର ବୋଲି ତାହେଲେ ତା’ ବାପା ନାଁ ଦିନେଶ ବୋଲି ଲେଖେ ଯାହାଦ୍ୱାରା ସେ ପିଲାଟି ପରିଚୟ ପାଇବ ଓ ଭବିଷ୍ୟତ ତାର ଉଜ୍ବଳ ହୋଇପାରିବ।ଯଦି ପିଲାଟି ବଡ଼ ହୋଇ ଜାଣିବ ମୋ ମାଆ ରାସ୍ତା

କଡ଼ରେ ବସି ମୋ ପାଇଁ ବାପା ଖୋଜୁଥିଲା ସେତେବେଳେ ତାକୁ କେମିତି ଲାଗିବ? ଆଉ ଯୋଉ ପ୍ରମିଳା ମାଆକୁ ସେ କହୁଛି ଯେ, ତାକୁ ସେ ଧୋକା ଦେଲେ ବୋଲି- କଣ ପ୍ରମିଳା ମାଆ ତା’ କଥା ଶୁଣିବା ପାଇଁ ସାରା ଜୀବନ ସେଠାରେ ବସିଥାନ୍ତେ କଣ ତାଙ୍କର କୌଣସି ଘର ସଂସାର ନାହିଁ ନା କଣ?

Leave a Reply

Your email address will not be published. Required fields are marked *