Kingkovra କୁ ଉଦ୍ଧାର କରି ଜଙ୍ଗଲରେ ଛାଡି଼ଦେଲେ ବନବିଭାଗ ଟିମ,ଆଉ ତାପରେ ଯାହା ଘଟିଲା ଜାଣିଲେ ଆପଣ ମୁଣ୍ଡରେ ହାତଦେବେ…

ବାଲେଶ୍ଵର ବନ୍ୟ ବିଭାଗ ଟିମ ତରଫରୁ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି କେଉଁଭଳି ଭାବରେ ଟିମ ମେମ୍ବର ଏକ କିଙ୍ଗ କୋବ୍ରାକୁ ଉଦ୍ଧାର କରି ଜଙ୍ଗଲ ଭିତରେ ଛାଡ଼ିଥିଲେ ଓ ଏହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସାପଟିକୁ ଟିମ ମେମ୍ବର ଏକ ଗ୍ରାମାଞ୍ଚଳରୁ ଉଦ୍ଧାର କରିଥିଲେ ଓ ଏହାକୁ ଜନ ସାଧରଣଙ୍କ ଠାରୁ ସୁରକ୍ଷା

ଦେଇ ଜଙ୍ଗଲ ଭିତରେ ଛାଡ଼ିଥିଲେ।ସାପକୁ ଉଦ୍ଧାର କରି ସେମାନେ ବାଲେଶ୍ଵର ଜିଲ୍ଲାର ଓଉପଦା ଠାରେ ଥିବା ଏକ ପାହାଡ଼ିଆ ଜଙ୍ଗଲ ଭିତରକୁ ନେଇଯାଇଥିଲେ। ସେଠାରେ ସେ ସାପକୁ ମୁଣି ଭିତରୁ ବାହାର କରିଥିଲେ ଓ ସୂଚନା ଦେଇ କହିଥିଲେ କି, ଏହା ଏକ କିଙ୍ଗ କୋବ୍ରା ସାପ ଅଟେ ଓ ଏହାକୁ ସାପ ମାନଙ୍କ ରାଜା

ବୋଲି କୁହାଯାଏ। ଏହି ସାପର ସ୍ଵଭାବ ଏକଦମ ମନୋକଲଡ଼ କୋବ୍ରା(ତମ୍ପ) ଭଳି ଅଟେ ଓ ଏହି ସାପ ନାଗ ଓ ତମ୍ପ ଠାରୁ ମଧ୍ୟ ବହୁତ ବିଶାକ୍ତ ଅଟେ।ନାଗ ଓ ତମ୍ପର ଚୋଟ ହୁଏତ ଫେଲ ମାରିଯାଇପାରେ କିନ୍ତୁ ଏହି ସାପର କାମୁଡ଼ା ଏକଦମ ପରଫେକ୍ଟ ରହିଥାଏ ଓ ଗୋଟିଏ ଥରର କାମୁଡ଼ାରେ ଏହି ସାପ

ଆପଣଙ୍କ ଭିତରେ ସାରା ବିଷ ଛାଡ଼ି ଦେଇଥାଏ। ଏଥିପାଇଁ ଏହାକୁ ସାପ ମାନଙ୍କ ରାଜା ରୂପରେ ଜଣା ଯାଇଥାଏ, ଏହି ସାପର ପ୍ରକୃତି ବହୁତ ଶାନ୍ତ ସ୍ଵଭାବର ଅଟେ କିନ୍ତୁ ଯଦି ଆପଣ ଏହାକୁ ଚିଡ଼ାନ୍ତି ତାହେଲେ ଏହି ସାପ ଏତେ କ୍ରୋଧିତ ହୋଇଯାଏ ଯେ, ଆପଣ ବିଶ୍ବାସ କରିବେନାହିଁ।ଭଗବାନ ଏହି ସାପକୁ

ଏତେ ଘ୍ରାଣ ଶକ୍ତି ଦେଇଥାନ୍ତି ଯେ, ଏହା ଶୁଙ୍ଘି ଶୁଙ୍ଘି ନିଜର ଶିକାରକୁ ହାସଲ କରିଥାଏ। ଏହାର ଶୁଙ୍ଘିବା ଶକ୍ତି ଏତେ ପ୍ରଖର ଯେ, ଏହି ସାପ କିଲୋମିଟର କିଲୋମିଟର ଦୂରରେ ଥିବା ନିଜ ଶିକାରର ପିଛା କରିଦେଇଥାଏ। ଏହିସବୁ ସୂଚନା ଦେବାପରେ ସେ ସାପକୁ ପାହାଡ଼ ପାଖରେ ଥିବା ଜଙ୍ଗଲ ଭିତରେ ଛାଡ଼ିଦେଇଥିଲେ।

Leave a Reply

Your email address will not be published. Required fields are marked *