କୋଟି କୋଟି ଟଙ୍କାର ସମ୍ପତ୍ତି ଛିଡ଼ା କରାଇବା ପଛରେ ଅର୍ଚ୍ଚନାଙ୍କ Saath କିଏ ଦେଉଥିଲେ,କିଏ କେତେ ଦେଇଛନ୍ତି ମଜା ନେବା ପାଇଁ…

ଭୁବନେଶ୍ୱରରେ ବଡ଼ ବଡ଼ ନେତା, ଧନଶାଳୀ ବ୍ୟକ୍ତି ଓ ବିଲଡ଼ର ମାନଙ୍କୁ ମେସେଜ କରି ଟ୍ରାପରେ ପକାଉଥିଲେ ଓ ପରେ ନିଜ ଘରକୁ ଡ଼କାଇ ତାଙ୍କସହ ସମ୍ଵନ୍ଧ ବନାଉଥିଲେ। ବ୍ୟକ୍ତିର ଅଜାଣତରେ ଏହାର ଭିଡ଼ିଓ ବନାଇ ପରବର୍ତ୍ତୀ ସମୟରେ ବ୍ୟକ୍ତିଙ୍କୁ ଓ ଏହି ଭିଡ଼ିଓ ଭାଇରାଲ କରିଦେବାକୁ କହୁଥିଲେ। ଏଥିରେ ବ୍ୟକ୍ତି ଜଣକ ଭୟଭୀତ

ହୋଇ କଣ ଦରକାର ବୋଲି ଅର୍ଚ୍ଚନାଙ୍କୁ ପଚାରୁଥିଲେ ଓ ଅର୍ଚ୍ଚନା ତାଙ୍କୁ ଲକ୍ଷାଧିକ ଟଙ୍କା ଡିମାଣ୍ଡ କରିଥାଆନ୍ତି। ନିଜ ସମ୍ମାନ ଓ ଇଜ୍ୱତ ଯେମିତି ତଳେ ନପଡ଼େ ସେଥିପାଇଁ ବ୍ୟକ୍ତି ଟଙ୍କା ଦେବାକୁ ପ୍ରସ୍ତୁତ ହୋଇଯାଉଥିଲା।ଧନୀ ହେବାପାଇଁ ଏମିତି ଅର୍ଚ୍ଚନା ନିଜ ଜାଲରେ ଧନଶାଳୀ ଲୋକଙ୍କୁ ଫସାଉଥିଲେ। ଯାହାଦ୍ୱାରା

ସେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଙ୍ଗଳା ମାନ ଛିଡ଼ା କରୁଥିଲେ। ନିଜ ଶୋଉକ ମଧ୍ୟ ସେ ଏଥିରେ ପୂରଣ କରୁଥିଲେ, ଅଡ଼ି ଠାରୁ ଆରମ୍ଭ କରି ବିଏମଡ଼ବ୍ଲ୍ୟୁ, ମର୍ସିଡେଜ ଭଳି ବ୍ରାଣ୍ଡେଡ଼ କାର କଲେକ୍ସନ ମଧ୍ୟ ରଖିଛନ୍ତି। ଏବେ କିନ୍ତୁ ପ୍ରଶ୍ନ ଉଠୁଛି ଏମିତି କରିବା ପଛରେ ଅର୍ଚ୍ଚନାଙ୍କ ସାଥ ଆଉ କେଉଁମାନେ ଦେଉଥିଲେ?

ଆଉ କାହାକୁ କାହାକୁ ଅର୍ଚ୍ଚନା ନିଜର ଜାଲରେ ଛନ୍ଦିଛନ୍ତି ଯିଏକି ପରବର୍ତ୍ତୀ ସମୟରେ ତାଙ୍କ ଦ୍ୱାରା ହେବାକୁ ଯାଉଥିଲେ।ଅର୍ଚ୍ଚନାଙ୍କ ଶାଶୁଘର ବାଲେଶ୍ଵର ଜିଲ୍ଲା ବାଉଁଶକଣା ଗ୍ରାମରେ ଓ ଏଠାରେ ଏକ ଆଜବେଷ୍ଟସ ଘରେ ତାଙ୍କ ଶାଶୁ- ଶଶୁର ଆଉ ଦେଢ଼ଶୂର ରୁହନ୍ତି। ଅର୍ଚ୍ଚନା ଏହିଭଳି ଗରିବ ଲୋକଙ୍କ ପାଖରେ

ରହିବାକୁ ପସନ୍ଦ କରୁନଥିଲେ ଶେଷରେ ସେ ନିଜ ଶାଶୁ ଶଶୁରଙ୍କ ଠାରୁ ସବୁ ସମ୍ପର୍କ ଛିନ୍ନ କରି ଭୁବନେଶ୍ୱରରେ ଏହି ପାପ କାମ କରି ଧନୀ ହେବାପାଇଁ ଚେଷ୍ଟା କରିଥିଲେ ଓ ସେ ଏଥିରେ ସଫଳ ମଧ୍ୟ ହୋଇଗଲେ କିନ୍ତୁ ପୋଲିସ ଏବେ ତାଙ୍କର ସବୁ କଳା କାରନାମାର ପର୍ଦାଫାଶ କରିଦେଇଛି।

Leave a Reply

Your email address will not be published. Required fields are marked *