Latin ଭିତରୁ ଉଦ୍ଧାର କରାଗଲା ବିଷାକ୍ତ ତମ୍ପ ସାପ,ଉଦ୍ଧାର କରିବା ସମୟରେ ଯାହାହେଲା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳରୁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ପାଇଖାନା ଘରେ ଏକ ସାପ ଦୀର୍ଘଦିନ ଧରି ରହୁଥିଲା। ବ୍ୟକ୍ତିଙ୍କ କହିବାହେଲା ସାପଟିକୁ ସେ କ୍ଷୀର ଦେଇ ସେଠାରେ ପାଳିତ କରି ରଖିଛନ୍ତି ଓ ତାଙ୍କୁ ଏହି ସାପ କୌଣସି କ୍ଷତି ପହଞ୍ଚାଉନାହିଁ କିନ୍ତୁ ସତକଥା ସାମ୍ନାକୁ ଆସିବାପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ।

ବହୁତଦିନ ଧରି ସାପକୁ କ୍ଷୀର ଦେଇ ପାଳିବାପରେ ସେମାନେ ତଥାପି ସାପକୁ ନେଇ ଭୟଭୀତ ରହୁଥିଲେ କାରଣ କୌଣସିବି ସମୟରେ ସାପଟି ତାଙ୍କୁ ଦଂଶନ କରିପାରେ। ଖାଆସ କରି ରାତ୍ରି ସମୟରେ ତାଙ୍କୁ ବହୁତ ଭୟ ଲାଗୁଥିଲା। ସେ ଏଥିପାଇଁ ଭଦ୍ରକର ବନବିଭାଗଙ୍କୁ ଖବର ଦେଇଥିଲେ ଓ

ଏଠାରୁ ଜଣେ ଅଭିଜ୍ଞ ସାପ ଧରାଳି ସାପକୁ ଧରିବାପାଇଁ ଆସିଥିଲେ।ବ୍ୟକ୍ତି ଜଣକ ତାଙ୍କୁ ସାପ ପାଖକୁ ନେଇଗଲେ ଓ ସେ ଦେଖିଲେ ପାଇଖାନା କଡ଼ରେ ଆଉଏକ ଘର ଥିଲା ଯେଉଁଠାରେ ସାପଟି ଆଶ୍ରୟ ନେଉଥିଲା। ସାପଟିକୁ ଉଧାର କରିବା ସମୟରେ ସେ ଦେଖିଲେ ସାପଟି ପାଖରେ ଏକ କ୍ଷୀର ପାତ୍ର ରଖାଯାଇଛି।

ଯେମିତି ସେମିତି କରି ପ୍ରଥମେ ସେ ସାପକୁ ସେଠାରୁ ବାହାର କଲେ ଓ ଦେଖିବାକୁ ପାଇଲେ କି, ସାପଟି ଅନ୍ଧ ହୋଇଯାଇଛି ଓ ଏହି କାରଣ ଯୋଗୁଁ ଏହି ସ୍ଥାନ ଛାଡ଼ି ସେ କୁଆଡେ ଯାଉନାହିଁ ଓ ଏଠାରେ ହିଁ ଆଶ୍ରୟ ନେଇଥିଲା।ଲୋକଙ୍କୁ ଏହିକଥା କହିବାପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ଜାଣିଗଲେ ଯେ

କଣପାଇଁ ସାପଟି କେବଳ ସୁସୁ କରୁଥିଲା ଓ କାହାକୁ କାମୁଡ଼ିନଥିଲା। ଏହାପରେ ସାପ ଧରାଳି କହିଥିଲେ, ଏହା ହେଉଛି ବିଷାକ୍ତ ମନୋକଲଡ଼ କୋବ୍ରା ଯାହାକୁ ଆମେ ଲୋକାଲ ଭାଷାରେ ତମ୍ପ ସାପ ବୋଲି କହୁଛେ। ଯଦି ଆପଣ ଏହି ସାପ ଦେଖୁଛନ୍ତି ଦୟାକରି ଏହାଠାରୁ ଦୂରେଇ ରହିବେ କାରଣ ଏହା

ବହୁତ ବିଷାକ୍ତ ଓ କାମୁଡ଼ିବାର ଏଲଘଣ୍ଟା ମଧ୍ୟରେ ବ୍ୟକ୍ତିକୁ ଯଦି ମେଡ଼ିକାଲ ଚିକିତ୍ସା ନମିଳେ ତାହେଲେ ସେ ମୃତ୍ୟୁବରଣ କରିପାରେ।

Leave a Reply

Your email address will not be published. Required fields are marked *