ଭଦ୍ରକ Khandapura ରେ ଘର ଭିତରେ ଲୁଚି ରହିଥିଲା ଖତରନାକ ତମ୍ପ ସାପ, ଘର ଭିତରକୁ ଯିବାପାଇଁ ସାହସ କଲେନାହିଁ ଲୋକେ ତାପରେ ଯାହା ହେଲା…

ଭଦ୍ରକର ଖଣ୍ଡପୁର ଗ୍ରାମରୁ ଏକ ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ଏକ ମନୋକଲଡ଼ କୋବ୍ରା ବା ତମ୍ପ ସାପ ପଶିଯାଇଥିଲା। ସାପଟି ଘର ଭିତରେ ନଡ଼ିଆ ରଖାଯାଇଥିବା ସ୍ଥାନରେ ଥିଲା, ଘରଲୋକେ ଯେତେବେଳେ ଶୋଇ ରହିଥିଲେ ସେତେବେଳେ ସୁସୁ ଗର୍ଜନ ସେମାନଙ୍କୁ ଶୁଣାଯିବାପରେ ସେମାନେ ସତର୍କ ହୋଇଗଲେ କି, ଘରେ ଏକ ସାପ ପଶିଛି।

ଖୋଜିବାପରେ ଘରଲୋକଙ୍କୁ ଏକ ଚନ୍ଦ୍ରନାଗ ନଡ଼ିଆ ଥିବା ସ୍ଥାନରେ ଦେଖିବାକୁ ମିଳିଲା।ଏହାପରେ ସେମାନେ ଭୟଭୀତ ହୋଇଯାଇ ବାହାରକୁ ଚାଲିଆସିଲେ ଓ ସେହି ଘରକୁ ବାହାରୁ ବନ୍ଦ କରିଦେଲେ। ତୁରନ୍ତ ଘରଲୋକେ ଏହାପରେ ସ୍ନେକ କ୍ୟାଚରଙ୍କୁ ଖବର ଦେଇଥିଲେ, ଖବର ପାଇ ସ୍ନେକ କ୍ୟାଚର ତୁରନ୍ତ

ଗାଁ କୁ ଯାଇଥିଲେ ଓ ଘରେ ରହିଥିବା ସାପ ପାଖକୁ ଯାଇଥିଲେ। ସ୍ନେକ କ୍ୟାଚରଙ୍କ ହାତରେ ଷ୍ଟିକ ଥିବାର ଦେଖି ସାପଟି ବହୁତ ଜୋରରେ ଗର୍ଜନ କରିବାକୁ ଲାଗିଲା ଓ ଲୁଚିବାକୁ ଲାଗିଲା।ସ୍ନେକ କ୍ୟାଚର ନିଜର ସମସ୍ତ କୌଶଳ ଆପଣାଇ ସାପକୁ ଧରିଲେ ଓ ଏହାକୁ ବାହାରକୁ ଆଣିଥିଲେ। ଗାଁ ମଝିରେ ସାପକୁ

ରଖିଦେଇ ସେ ସୂଚନା ଦେଇ କହିଥିଲେ କି, ଏହି ସାପର ନାମ ହେଉଛି ମନୋକଲଡ଼ କୋବ୍ରା ଯାହାକୁ ଆମେ ତମ୍ପ ସାପ ବୋଲି କହିଥାଉ, ନାଗସାପ ଠାରୁ ଏହାର ଅଧିକ ବିଷ ରହିଛି ବୋଲି ସେ କହିଥିଲେ। ଏହାପରେ ସେ କହିଥିଲେ, ଏହି ସାପ ସ୍ୱଭାବରେ ବହୁତ ରାଗି ଓ ମଣିଷକୁ ଦେଖିବା ମାତ୍ରକେ ସୁସୁ ଶବ୍ଦ କରିବାକୁ ଲାଗେ।

ଏହାପରେ ଲୋକଙ୍କୁ ସତର୍କ ସୂଚନା ଦେଇ ସେ କହିଥିଲେ, ଯଦି କାହାରିକୁ ସାପ କାମୁଡୁଛି ତାହେଲେ ଝଡାଫୁଙ୍କା ଭଳି ଅନ୍ଧବିଶ୍ବାସରେ ନପଡ଼ି ତୁରନ୍ତ ଚିକିତ୍ସା ପାଇଁ ଯେତେ ଜଲଦି ସମ୍ଭବ ହସ୍ପିଟାଲ ଯାଆନ୍ତୁ। ଏହାସହ ଶେଷରେ ସେ କହିଥିଲେ କି, ଯଦି କୌଣସ ସାପ ଆପଣ ଦେଖୁଛନ୍ତି ତାହେଲେ

ସେମାନଙ୍କୁ ମାରନ୍ତୁ ନାହିଁ କାରଣ ସାପ ମାନଙ୍କ ବିଷରେ ବହୁତ ସାରା ମେଡ଼ିସିନ ତିଆରି ହୋଇପାରୁଛି।

Leave a Reply

Your email address will not be published. Required fields are marked *