ଯେବେ ନିଜ ଭକ୍ତ ଙ୍କୁ ରକ୍ଷାକରିବା ପାଇଁ ମା Durga କଲେ ଏଭଳି ଚମତ୍କାର ଆଉ ତାପରେ ଯାହା ହେଲା…

ତେବେ ଏକ ଭିଡିଓ ରିପୋର୍ଟରୁ ଜଣା ଯାଇଛି କି: ଗୋଟିଏ ଝିଅର ନାମ ହେଉଛି ମନୀଷା ସେ ଝାଡ଼ଖଣ୍ଡରେ ବାସ କରେ ଏବଂ ତାଙ୍କର ବୟସ ହେଉଛି ୨୦ ବର୍ଷ।ମନୀଷା ପିଲା ଦିନରୁ ହିଁ ଧର୍ମ କର୍ମର କାମ ହୃଦୟରୁ କରନ୍ତି। ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ।ତାଙ୍କ ଆଗରୁ କୌଣସି ଭିକାରୀ କେବେ ଖାଲି ହାତରେ ଯାଏ ନାହିଁ।ମନୀଷା ଶୀତ ଦିନେ ସବୁବେଳେ ଗରିବ ଲୋକଙ୍କୁ ପୁରୁଣା ବସ୍ତ୍ର

ଦିଅନ୍ତି ଏବଂ ଖାଇବାକୁ ମଧ୍ୟ ଦିଅନ୍ତି।ତାଙ୍କ ନିଜ ପାଖରେ ଥାଉ କି ନଥାଉ ସେ ସବୁବେଳେ ଅନ୍ୟର ସାହାଯ୍ୟ କରିଥାନ୍ତି।ଝାଡ଼ଖଣ୍ଡରେ ଛଟ ପୂଜାର ସମୟ ଆସିଲା ମନୀଷା ମଧ୍ୟ ପୂଜା କଲେ।ଠିକ ପୂଜାର ପୂର୍ବ ଦିନ ଖୁବ ଜୋରରେ ବର୍ଷା ହେଲା ଏବଂ ପୂଜା ଦିନକୁ ଛାଡି ଯାଇଥିଲା।ଏହି ପୂଜା ତିନି ଦିନ ଧରି ହୋଇଥାଏ

୩ୟ ଦିନ ଛଟ ମାଆଙ୍କୁ ପୂଜା କରିବା ପାଇଁ ମନୀଷା ଯାଇଥିଲେ।ଏହି ଦିନ ଖୁବ ଅଧିକ ଭିଡ଼ ହୋଇଥିଲା ଏବଂ ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ।ମନୀଷା ଜଳ ଅର୍ପଣ କରିବା ପାଇଁ ନଦୀ ପାଖକୁ ଯାଇଥିଲେ।ନଦୀର ପ୍ରଭାବ ଅଧିକ ଥିବାରୁ ମନୀଷା ଭାସି ଚାଲିଥିଲେ ତାଙ୍କୁ ପହଁରା

ନଆସୁ ଥିବାରୁ ସେ ଭାବିଲେ କି ଆଉ ବଞ୍ଚିବି ନାହିଁ।ଏହି ସମୟରେ ସେ ମାତା ଦୁର୍ଗାଙ୍କୁ ମନରେ ମନରେ ଜପ କଲେ ଆଉ ହଠାତ ଦେଖିବାକୁ ପାଇଲେ କି ତାଙ୍କ ପାଖରେ ତାଙ୍କୁ ବଞ୍ଚାଇବା ପାଇଁ ଗୋଟିଏ ଛୋଟ ପିଲାଟିଏ ନିଜର ହାତ ବଢ଼ାଉଛି।ମନୀଷା ନିଜର ହାତ ସେହି ଛୋଟ ପିଲାଟି ହାତରେ ଦେଇ

ଦେଲେ ହେଲେ ଠିକରେ ସେହି ଛୋଟ ଝିଅଙ୍କୁ ଦେଖିପାରିନଥିଲେ ପରେ ସେ ନଦୀ କୂଳରେ ଥିଲେ ଆଉ ତାଙ୍କ ପାଖରେ ଅନେକ ଗ୍ରାମ ଲୋକ ଥିଲେ।ମନୀଷା ସବୁ କଥା ତାଙ୍କୁ କହିଲେ କିନ୍ତୁ ଗ୍ରାମ ଲୋକ କହିଲେ କି ସେ ଏକୁଟିଆ ଥିଲେ ତାଙ୍କ ସହ ଆଉ କେହି ନଥିଲେ।ଏହା ପରେ ପୋଲିସ ଠାରୁ ଖବର ପାଇ

ମନୀଷାଙ୍କ ଘର ଲୋକ ତାଙ୍କ ପାଖକୁ ଗଲେ ଏବଂ ସମସ୍ତେ ଜାଣିଲେ କି ମାତା ଦୁର୍ଗା ମନୀଷାଙ୍କ ଜୀବନ ରକ୍ଷା କରିଛନ୍ତି।ସବୁ ମାଆଙ୍କ ଦୟା।ମା ଦୁର୍ଗାଙ୍କ ନାମ ଜପ କର, ମାଆଙ୍କ ପୂଜା ଅର୍ଚ୍ଚନା କର ପାଇଯିବେ ମୁକ୍ତି, ସବୁ ଦୁଃଖ ହେବ ଦୂର।

Leave a Reply

Your email address will not be published. Required fields are marked *