ମାଳିକା କହେ 25 ବର୍ଷ ହେଲା ମା Sarala ବାୟାଣୀ ବେଶରେ ନର ଦେହରେ ଆବିର୍ଭାବ,ତାଙ୍କ ପାଖରୁ ଭକ୍ତ ମାନେ ଅନେକ ସୁଫଳ ପାଇଛନ୍ତି…

ତେବେ ଆପଣ ଜାଣନ୍ତି କି କଳିଯୁଗରେ ଭଗବାନ ନର ବେଶ ଧାରଣ କରି ଆସିବେ ଆଉ ଶତ୍ରୁ ସଂହାର କରିବେ। ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଆମ ସାମ୍ନାକୁ ଆସିଛି। ତେବେ ମା ଶାରଳା ଏବେ ବାୟାଣୀ ବେଶରେ ସାମ୍ନାକୁ ଆସିଛନ୍ତି ଆଉ ତାଙ୍କର ପୂଜା କରା ଯାଉଛି। ତେବେ ଆମ ଟିମ ଯେବେ ତାଙ୍କୁ ଯାଇ ପ୍ରଶ୍ନ କରିଛି ଏହା ବାବଦରେ ତାହାର ଉତ୍ତର ଆମକୁ ମିଳିବାକୁ ଯାଉଛି। ଆସନ୍ତୁ ଜାଣିବା ଏହା ବାବଦରେ।

ତାଙ୍କୁ ଯେବେ ପ୍ରଶ୍ନ କରାଗଲା କି ମା ଙ୍କୁ ସେ କେଉଁଠାରେ ପାଇଲେ ଆଉ କିପରି ପାଇଲେ ତାହାର ଉତ୍ତର ସେ ଦେଲେ କି, “ମା ମୋତେ ବସ ଷ୍ଟାଣ୍ଡ ପାଖରେ ମିଳିଥିଲେ ତାଙ୍କୁ ଆମେ ଉଦ୍ଧାର କରିଥିଲୁ ଆଉ ସେ ଆଜି ବି ଆମ ଘରେ ଅଛନ୍ତି।ସେ ପ୍ରଥମେ ଯେବେ ଆମ ଘରକୁ ଆସିଲେ ତାଙ୍କ ବ୍ୟବହାର ଅଲଗା ଥିଲା।

ସେ କାହାରି ସହ କଥା ହୁଅନ୍ତି ନାହିଁ।ତାଙ୍କୁ ଖାଇବାକୁ ଦେଲେ ମଧ୍ୟ ସେ କୁଢ଼ କୁଢ଼ ଖାଦ୍ୟ ଗଦା କରନ୍ତି ମାତ୍ର ଖାଆନ୍ତି ନାହିଁ।ତାଙ୍କୁ ଲୋକେ ପୂଜା କଲେ ଆଉ ଆମେ ମଧ୍ୟ ପୂଜା କଲୁ ତାଙ୍କୁ।ତେବେ ମା ଜମା ବି ଖାଦ୍ୟ ଗ୍ରହଣ କରନ୍ତି ନାହିଁ। mଯେତେ କହିଲେ ବି ସେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ।ଆମ ଘର ପାଖରେ

ମଧ୍ୟ ଏକ ସୁନା ଦୋକାନୀ ଅଛି ଯାହାର ନାମ ହେଉଛି ସୂର୍ଯ୍ୟ, ସେ ମଧ୍ୟ ନିଜର ସପ୍ତମ ଶ୍ରେଣୀରୁ ହିଁ ତାଙ୍କ ପୂଜା କରି ଆସୁଛି। ଏହି ଯେଉଁ ଜାଗାରେ ମନ୍ଦିର ତଥା ପିଠ ହେଇଛି ସେହି ଜାଗାବାଡି ତାର ଥିଲା।ସେ ଏହାକୁ ଦାନ କରି ଦେଇଥିଲା ଆଉ ଏହିଠାରେ ହିଁ ମନ୍ଦିର ଅଛି।ମା ଙ୍କର ଦେଖାଶୁଣା କରିଥାଏ ସେ ଆଉ

ମନ୍ଦିରର ଦର୍ଶନ ମଧ୍ୟ କରିଥାଏ ସେ।ତେବେ ତାଙ୍କର ଏହି ଉଣା କେହି ଭୁଲିପାରିବେ ନାହିଁ।ସେ ସର୍ବଦା ଗାଧେଇ ସାରି ମାଆଙ୍କର ଦର୍ଶନ କରିଥାଏ ଆଉ ମାଆଙ୍କର ଦର୍ଶନ କରିବା ପରେ ସେ ସବୁବେଳେ ଯାଇଥାଏ।ତେବେ ମୁଁ ଜଣେ ହୃଦରୋଗୀ ଅଟେ ଆଉ ମୋ ସ୍ୱାମୀ ମେଡିକାଲରେ ପଡ଼ିଥିଲେ।

ତାଙ୍କ କଥାବସ୍ତୁ ଜାଣିବା ପରେ ମୁଁ ଦେଖିଲି କି ତାଙ୍କ ଭିତରେ ମାଆଙ୍କର ଛାୟା ରହିଛି।ତେବେ ଏହାଦ୍ୱାରା ହିଁ ମୁଁ ଜାଣିପାରିଲି କି ସେ ମା ବୋଲି। ଆଜି ଆମ ସାରା ସାହି ତଥା ଅନ୍ୟ ଗାଁ ଲୋକମାନେ ମଧ୍ୟ ତାଙ୍କୁ ପୂଜା କରୁଛନ୍ତି।

Leave a Reply

Your email address will not be published. Required fields are marked *