MATRIC ପରୀକ୍ଷାରେ ରାଜ୍ୟରେ ସବୁଠୁ ଅଧିକ ନମ୍ବର ରଖିଥିବା ଛାତ୍ର ହେଉଛନ୍ତି ପ୍ରତ୍ୟୁଷ କୁମାର ଦାସ,ରଖିଛନ୍ତି ଏତେ MARK…

ପ୍ରତିଟି ସ୍କୁଲରେ ଆଜି ଉତ୍ସାହର ପରିବେଶ କାହିଁକି ନା ଆଜି ମ୍ୟାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି।ଆଉ ଘରେ ଘରେ ମଧ୍ୟ ଆଜି ସମସ୍ତେ ଉତ୍ସାହିତ କାହିଁକି ନା ପିଲାମାନେ ସମସ୍ତେ ଭଲ ରେଜଲ୍ଟ ରଖି ପାସ କରିଛନ୍ତି।ଆମେ ଆଜି ଆସି ପହଞ୍ଚିଛୁ ୟୁନିଟ ୮ ର ସିଶୁବିଦ୍ୟା ମନ୍ଦିରରେ ପାଠ ପଢୁଥିବା,ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପ୍ରତିଶ କୁମାରଙ୍କ ଘରେ ଚାଲନ୍ତୁ ତାଙ୍କର ପ୍ରତିକ୍ରିୟା ନେବା।

ତାଙ୍କ ପ୍ରତିକ୍ରିୟା ନେବା କିନ୍ତୁ ତାଙ୍କ ପୂର୍ବରୁ ତାଙ୍କ ବାପା ମାଙ୍କ ପ୍ରତିକ୍ରିୟା ନେବା କାହିଁକି ନା ବାପା ମା ହିଁ ପିଲାକୁ ଉତ୍ସାହିତ କରିଥାନ୍ତି ଅଧିକ ଭାବରେ ଶିକ୍ଷା କ୍ଷେତ୍ର ରେ,ଏବେ ତାଙ୍କ ବାପା ତାଙ୍କ ପାଖରେ ଅଛନ୍ତି ଆଉ ତାଙ୍କ ସମସ୍ତ ପରିବାର ତାଙ୍କ ପାଖରେ ଅଛନ୍ତି ଆଉ ତାଙ୍କ ମା ମଧ୍ୟ ତାଙ୍କୁ ମିଠା ଖୁଆଉଛନ୍ତି।

ପ୍ରତିଶଙ୍କ ବାପା,ତା ରେଜଲ୍ଟ ନେଇ ମୁଁ ବହୁତ ଖୁସି ଅଛି ଯାହା ଆଶା କରିଥିଲି ତା ଠାରୁ ଅଧିକ ଭଲ କରିଛି।ସେ ବହୁତ ପରିଶ୍ରମ ମଧ୍ୟ କରେ,ସେଇ ୫,୬ ଘଣ୍ଟା ଶୋଇବା ଛାଡିଦେଲା ପରେ ବାକି ସମୟରେ ସେ ପାଠ ହିଁ ପଢ଼େ,ରାତିରେ ପାଖା ପାଖି ୧,୨ ଟା ଯାଏ ତାର ପାଠପଢ଼ା ଚାଲେ ଆଉ ଆମେ ବାପା ମା ସମସ୍ତେ ପରିବାର ଲୋକ

ଜଗିକି ବସୁ ତାକୁ ସେ ପାଠ ପଢ଼େ ନା ଆଉ କଣ କରୁଛି ବୋଲି,ହେଲେ ସେ ରାତି ୧,୨ ଟା ପର୍ଯ୍ୟନ୍ତ ପାଠ ହିଁ ପଢ଼େ।ପ୍ରତିଶଙ୍କ ଜେଜେମା ମଧ୍ୟ ପାଖରେ ଅଛନ୍ତି ଯିଏ କି ଆଗରୁ ଜଣେ ଶିକ୍ଷୟତ୍ରୀ ଥିଲେ ଚାଲନ୍ତୁ ତାଙ୍କ ପ୍ରତିକ୍ରିୟା ନେବା, ମାଡ଼ମ ବହୁତ ପିଲା ଗଢ଼ିଛନ୍ତି ଆଉ ଆଜି ତାଙ୍କ ପିଲା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି।

ସେ ବହୁତ ଖୁସି ଅଛନ୍ତି ।ସେ କହୁଛନ୍ତି କି ତା ଉପରେ ତାଙ୍କ ଗୁରୁଜୀ ତା ବାପ ମା ଆଉ ମୋର ମଧ୍ୟ ଆଶ୍ରିବାଦ ଅଛି।ସେ ରାତି ୨:୩୦ ପର୍ଯ୍ୟନ୍ତ ପଢ଼େ ଆଉ ମୁଁ ତା ପାଖରେ ବସିଥାଏ,ସେ ପଢୁଥାଏ ହେଲେ ମୁଁ ସୋଇପଡେ଼ ସେ କୁହେ ନା ମୁଁ ଆଉ ଘଣ୍ଟାଏ ପଢିବି।ସେ ସକାଳୁ ୮ ଟା ବେଳେ ଉଠେ,ଆଜି ବହୁତ ଖୁସି ଲାଗୁଛି।

ଚାଲନ୍ତୁ ଏବେ ପ୍ରତିଶଙ୍କ ପ୍ରତିକ୍ରିୟା ନେବା,ପ୍ରଥମେ ବାପା ମାଙ୍କୁ ଧନ୍ୟବାଦ ଦେବି କାହିଁକି ନା କୋଭିଡ ସମୟରେ ବାପା ମା ବହୁତ ଗାଇଡ କରନ୍ତି ଆଉ ଜେଜେମା ମଧ୍ୟ ବହୁତ୍ ଗାଇଡ କରନ୍ତି ଆଉ ଶିକ୍ଷକ ଶିକ୍ଷୟତ୍ରୀ ମାନକୁ ମଧ୍ୟ ଧନ୍ୟବାଦ ଦେବି।ସେ ଏତେ ମାର୍କ ରଖିଛନ୍ତି ମାତ୍ର ୪ ମାର୍କ ବଧେ ତାଙ୍କର କଟିଛି ସେଇଟା

ତାଙ୍କର ଗଣିତରେ କଉ ଜଗରେଗୋଟେ ଜାଣୁ ଜାଣୁ ଭୁଲ ହେଇଯାଇଛି।ଏହି ପରୀକ୍ଷା ରେ ଯିଏ ଖରାପ କରିଛି ଦୁଃଖ ନ କରି ଆଗକୁ +୨ ରେ ଭଲ କରିବାକୁ ବାର୍ତ୍ତା ଦେଉଛନ୍ତି ପ୍ରତିଶ।ତାଙ୍କର ଆଗକୁ ମେଡିକାଲ ପଢ଼ିବାର ଇଚ୍ଛା ଅଛି।ପ୍ରତିଙ୍କ ମାଙ୍କ ପ୍ରତିକ୍ରିୟା ନେବା, ସେ ବହୁତ ଖୁସି ଲାଗୁଛନ୍ତି।ତାଙ୍କ ମା ବି ଜଣେ ଶିକ୍ଷୟିତ୍ରୀ

ସେ କହୁଛନ୍ତି,ମୁଁ ଇଶ୍ଵରଙ୍କୁ ପ୍ରଣାମ ଜଣେଇବି ଆଉ ତାଙ୍କ ସମସ୍ତ ଗୁରୁ ଗୁରୁଜନଙ୍କ ବି ଧନ୍ୟବାଦ ଦେବି କାହିଁକି ନା ତାଙ୍କ ପାଇଁ ଆଜି ମୋ ପୁଅ ଭଲ କରିପାରିଛି।ସେ ଯେତିକି ପରିଶ୍ରମ କରିଥିଲା ସେତିକି ପାଇଛି ଆଉ ଆମେ ସମସ୍ତେ ବହୁତ ଖୁସୀ ଅଛୁ।

Leave a Reply

Your email address will not be published. Required fields are marked *