Malisahi ରେ ଚାଞ୍ଚଲ୍ୟ,ବେପାରୀଙ୍କୁ ମିଳିଲା ଆଇଡି କାର୍ଡ,ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ୧୦୦ ରୁ ଉର୍ଦ୍ଧ୍ବ ହେଲେ…

ଏଥିମଧ୍ୟରେ ସରକାରଙ୍କ ତରଫରୁ ଆଉ ଏକ ଭିନ୍ନ ପଦକ୍ଷେପ ନିଆ ଯାଇଛି। ମାଳିସାହି ଦେହବେପାରୀ ମାନଙ୍କୁ ଆଇଡି କାର୍ଡ ମିଳିଛି।ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ, ସ୍ୱାସ୍ଥ୍ୟ ପରୀକ୍ଷା, ଏଚଆଇଭି ଟେଷ୍ଟ ଆଦି ମଧ୍ୟ କିଛି ମାସ ବ୍ୟବଧାନରେ କରଯିବ।ସେମାନଙ୍କ ଦେହ ଖରାପ ହେଲେ ତାଙ୍କୁ ମେଡ଼ିକାଲରେ ମାଗଣା ଚିକିତ୍ସା, ତାଙ୍କ ସୁବିଧା ଅସୁବିଧାରେ ତାଙ୍କୁ ସହଯୋଗ କରାଯିବ

ସହିତ ଯଦି ସେ କୌଣସି କେସରେ ଯଦି ଥିବେ, ତେବେ ତାଙ୍କ ପାଇଁ ଜଣେ ଭିନ୍ନ ଓକିଲଙ୍କର ମଧ୍ୟ ବ୍ୟବସ୍ଥା ରଖାଯାଇଛି। ଯଦି ତାଙ୍କ ସହ କିଛି ଖରାପ କରା ଯାଉଛି ତେବେ ସେଥିପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।ସମାଜର ମୁଖ୍ୟ ସ୍ରୋତରେ ତାଙ୍କୁ ସାମିଲ କରାଯିବ ସହିତ ତାଙ୍କ ପାଇଁ ଆଧାର

କାର୍ଡ ମଧ୍ୟ କରାଯିବ।ତାଙ୍କର ଯେପରି କୌଣସି ଅସୁବିଧା ନହୁଏ ,ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆ ଯିବ।ଏହି ସବୁ କାର୍ଯ୍ୟ ବୁଝାବୁଝି କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି।ଏଥିମଧ୍ୟରେ ୧୦୦ ରୁ ଉର୍ଦ୍ଧ୍ବ ନାରୀମାନଙ୍କୁ ଏଜି ଆଇଡି କାର୍ଡ ପ୍ରଦାନ କରାଯାଇଛି।ବର୍ତ୍ତମାନ ତାଙ୍କୁ କାହାକୁ ମଧ୍ୟ ଭୟ ନାହିଁ।

ସେ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ।ସେ ଯେଉଁ ସ୍ଥାନକୁ ମଧ୍ୟ ଯିବେ ତାଙ୍କ ପରିଚୟ ତାଙ୍କ ସହିତ ରହିଥିବ।ଏଥିରେ ଅସୁବିଧା ନାହିଁ।ଏଠାରେ ଦୀର୍ଘ ବର୍ଷ ଧରି ଅନେକ ଦେହଜୀବୀ ମଧ୍ୟ ଅଛନ୍ତି। ତାଙ୍କର ରାସନ କାର୍ଡ, ଆଧାର କାର୍ଡ ଆଦି ମଧ୍ୟ କରାଯିବା ସହିତ ତାଙ୍କର ବ୍ଲଡ଼ ଟେଷ୍ଟ, ଏଚଆଇଭି ଟେଷ୍ଟ ମଧ୍ୟ କରାଯାଇଛି।

ବର୍ତ୍ତମାନ ସେମାନଙ୍କୁ ସରକାରଙ୍କ ତରଫରୁ ଆଇଡି କାର୍ଡ ପ୍ରଦାନ କରାଯାଇଛି।ଯାହାଦ୍ୱାରା ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ନିର୍ଭୟ ରହିବା ପାଇଁ ସେ ପ୍ରତିଶ୍ରୁତି ଦିଅ ଯାଇଛି।ଏଥିରେ ଅନେକ ଆଇନଗତ ପ୍ରମାଣ ମଧ୍ୟ ରହିଛି। ଚେନ୍ନାଇ କୋର୍ଟ ତରଫରୁ ଏକ ଷ୍ଟେଟମେଣ୍ଟ ଦିଆ ଯାଇଥିଲା ଯେ, ପୋଲିସ

ଚାହିଁଲେ ମଧ୍ୟ ଏପରି କେଉଁ ଦେହଜୀବୀଙ୍କ ସ୍ଥାନରେ ମନ ମୁତାବକ ଚଢ଼ାଉ କରି ପାରିବେ ନାହିଁ। ଏହା ତାଙ୍କର ପେଶା ଅଟେ।ସେ ଏହା କରି ନିଜର ପେଟ ପୋଷୁଛନ୍ତି।

Leave a Reply

Your email address will not be published. Required fields are marked *