ସତ ହେଲା କି ମାଳିକା,Hirakuda ପଙ୍କରୁ ମିଳିଲା ଏହି ଦାମିକା ଜିନିଷ,ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ…

Uncategorized

ଓଡ଼ିଶାର ଜୀବନରେଖା କୁହାଯାଉଥିବା ନଦୀ ହେଉଛି ମହାନଦୀ। ଯାହାକି ଓଡ଼ିଶାର ଅର୍ଥନୀତି, ବ୍ୟବସାୟ ଓ ଆର୍ଥିକ ସଫଳତା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଭାରତ ସ୍ବାଧୀନତା ପାଇବା ସମୟରେ ସମ୍ବଲପୁର ଦେଇ ପ୍ରବାହିତ ହୋଇଥିବା ମହାନଦୀ ଉପରେ ଏକ ବନ୍ଧ ନିର୍ମାଣ କରିବାପାଇଁ ନିର୍ଣ୍ଣୟ ନିଆଯାଇଥିଲା।

ବନ୍ଧ ନିର୍ମାଣ କରିବାପରେ ଏହା ଉପରେ କିଛି ଭବିଷ୍ୟବାଣୀ କରାଯାଇଥିଲା କି, ହୀରାକୁଦ ନଦୀବନ୍ଧ ଭବିଷ୍ୟତରେ ଭାଙ୍ଗିଯିବ ଓ ଏହାର ପାଣି ନୀଳାଚଳ ଧାମ ଛୁଇଁବ ଓ ଠିକ ଏହିସମୟରେ କଳିଯୁଗ ଶେଷ ହୋଇଯିବ। ଏହି ସମୟରେ ଆଉଏକ କଥା ଭବିଷ୍ୟବାଣୀ କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା

ବିଦେଶୀ ମାନେ ହୀରାକୁଦରେ ଜମିଥିବା ପଙ୍କକୁ ଗବେଷଣା କରିବାକୁ ଚାହିଁବେ ଓ ସେମାନେ ଏହି ପଙ୍କ ପାଇଁ ବହୁତ ଆଗ୍ରହୀ ହେବେ। ପ୍ରଶ୍ନ ଉଠୁଛି, କଣ ପାଇଁ ବିଦେଶୀ ମାନଙ୍କ ଲକ୍ଷ୍ୟ ହୀରାକୁଦ ଜଳଭଣ୍ଡାର ଉପରେ ରହିବ? ଏଥିରେ ମାଳିକା କହିଛି ଯେ, ହୀରାକୁଦ ଜଳଭଣ୍ଡାର ଭିତରେ ହୀରେଶ୍ବର ମନ୍ଦିର

ଲୁଚି ରହିଛି ଓ ଜଳସ୍ତର କମିଲେ ଏହି ମନ୍ଦିରର ଅଗ୍ରଭାଗ ଦେଖିବାକୁ ମିଳିଥାଏ।ମାଳିକାର କହିବାହେଲା ଏହି ମନ୍ଦିର ପାଖରେ ବିସ୍ତୃତ ବହୁତ ଏରିଆରେ ବହୁତସାରା ହୀରା ରହିଛି। ମନ୍ଦିରର ପ୍ରତ୍ୟେକଟି ଜିନିଷ ହୀରା ହୋଇଥିବା ବେଳେ ମନ୍ଦିର ପାଖରେ ଜମିଥିବା ପଙ୍କ ଗୁଡ଼ିକ ମଧ୍ୟ ହୀରାରେ ଗଛିତ ହୋଇ ରହିଛି

। ଏହା ଭିତରେ ଏତେ ପରିମାଣର ହୀରା ଗଛିତ ହୋଇ ରହିଛି ଯେ, ସାରା ଓଡ଼ିଶା ରାଜ୍ୟ ଏହାର ବ୍ୟବସାୟ କରି ଧନୀ ହୋଇପାରିବ। ଏହି କାରଣ ଯୋଗୁଁ ବିଦେଶୀ ମାନେ ହୀରାକୁଦ ଜଳଭଣ୍ଡାର ଭିତରେ ରହିଥିବା ପଙ୍କ ଉପରେ ନିଜର ଆଖି ରଖିଛନ୍ତି ଓ କିଛି ବିଦେଶୀ କଂଷ୍ଟ୍ରକ୍ସନ କମ୍ପାନୀ ହାତ ଟେକି କହୁଛନ୍ତି ଯେ

ଆମେ ହୀରାକୁଦ ନଦୀବନ୍ଧର ମରାମତି କାର୍ଯ୍ୟ କରିବୁ ଓ ଯାହାଦ୍ୱାରା ସେମାନେ ଏଠାରୁ ପଙ୍କ ନେବାରେ ସଫଳ ହୋଇପାରିବେ।

Leave a Reply

Your email address will not be published. Required fields are marked *