ସୁନ୍ଦର ଝିଅ Dekhi ବାହା ହେଇଗଲି ଆଉ ଏବେ ନାମ ନେଲି, ନନ୍ଦିନୀ ମୋ ବିଶ୍ବାସରେ ବିଷ ଦେଲା ମୋତେ ନ ଦେଇକି…

ଭୁବନେଶ୍ୱର ଅନ୍ତର୍ଗତ ଭରତପୁର ପୋଲିସ ଷ୍ଟେସନରୁ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସୁନ୍ଦରୀ ସ୍ତ୍ରୀ ବିରୁଦ୍ଧରେ ଭରତପୁର ଥାନାରେ ଅଭିଯୋଗ ଆଣିଛନ୍ତି। ଘଟଣା ଏହାକି ଯେ, ଯୁବକଙ୍କର ଏହି କିଛିଦିନ ହେବ ବାହାଘର ହୋଇଥିଲା ଓ ବିବାହର କିଛିଦିନ ପରେ ରାତିରେ ସେ ଦେଖନ୍ତି ଯେ, ତାଙ୍କ ପତ୍ନୀ ଅବସ୍ଥାରେ ଅନ୍ୟ ଜଣେ କାହାକୁ ଭିଡ଼ିଓ କଲ କରି କଥା ହେଉଛି।

ଏହାପରେ ସେ ନିଜ ପତ୍ନୀକୁ କହିଥିଲେ, ନନ୍ଦିନୀ ଏସବୁ କଣ ଆମର ବାହାଘର ହୋଇଗଲାଣି ଆଉ ତୁମେ ଏଭଳି ଅବସ୍ଥାରେ କାହାସହ କଥା ହେଉଛ? ଏଥିରେ ତାଙ୍କ ପତ୍ନୀ ନନ୍ଦିନୀ ସ୍ୱାମୀ ବଳରାମଙ୍କ ଗୋଡ଼ ହାତ ଧରି ତାଙ୍କୁ ଭୁଲ ହୋଇଯାଇଛି ବୋଲି କହିଲେ ଓ ଏମିତି ଭୁଲ ଆଗକୁ ହେବନାହିଁ ବୋଲି ସ୍ୱାମୀଙ୍କୁ ଜଣାଇଥିଲେ।

ଏହାପରେ ସ୍ୱାମୀ ସମାଜକୁ ଆଖି ଆଗରେ ରଖି ନିଜ ସ୍ତ୍ରୀ କୁ କ୍ଷମା କରିଦେଲେ କିନ୍ତୁ କିଛିଦିନ ପରେ ପୁଣି ଏକ ହାଇ ଭୋଲ୍ଟେଜ ଡ୍ରାମା ଆରମ୍ଭ ହୋଇଯାଇଥିଲା।ଘଟଣା ଏହାଥିଲା କି, ସେଦିନ ପତ୍ନୀ ସ୍ୱାମୀଙ୍କୁ କହିଥିଲେ ମୁଁ ତୁମ ପାଇଁ ମାନସିକ ରଖିଛି ଚାଲ ମନ୍ଦିର ଯିବା। ଏହାଶୁଣି ସ୍ୱାମୀ ନିଜ ସ୍ତ୍ରୀକୁ ମନ୍ଦିର ନେଇଗଲେ ଓ ସ୍ତ୍ରୀ କହିଲେ

ଏ ମନ୍ଦିର ନୁହେଁ ଆମେ ଲିଙ୍ଗରାଜ ମନ୍ଦିର ଯିବା। ସ୍ତ୍ରୀ ର କଥାଶୁଣି ସ୍ୱାମୀ ତାଙ୍କୁ ଲିଙ୍ଗରାଜ ମନ୍ଦିରକୁ ମଧ୍ୟ ନେଇକି ଯାଇଥିଲେ। ଏଠାରେ ପୂଜା ସାରି ଫେରିବାବେଳେ ଯୁବକ ଦେଖନ୍ତି ତ ତାଙ୍କ ଶଶୁର ଘରଲୋକେ ଯେମିତିକି ତାଙ୍କ ଶଶୁର, ଭାଇ ଓ ଏମିତି ଅନ୍ୟ କିଛିଲୋକ ମନ୍ଦିର ବାହାରେ ଅପେକ୍ଷା କରିଥିଲେ।

ଏହାଦେଖି ଯୁବକ ଆଶ୍ଚର୍ଯ୍ୟ ହୋଇଗଲେ କି, ଶଶୁର ଘରଲୋଲେ ଏଠାରେ କଣ କରୁଛନ୍ତି?ଏହାପରେ ସେ ନିଜ ପତ୍ନୀ ନନ୍ଦିନୀକୁ ପଚାରିଥିଲେ କଣ ତୁମେ ଏମାନଙ୍କୁ ଡ଼ାକିଛ? ଏଥିରେ ନନ୍ଦିନୀ କିଛି ଜବାବ ନଦେଇ ଚୁପ ରହିଥିଲା। ମନ୍ଦିର ବାହାରକୁ ସ୍ୱାମୀ ସ୍ତ୍ରୀ ଆସିବାପରେ ଯୁବକର ଶଶୁର ଘରଲୋକେ ଯୁବକକୁ

ତାଙ୍କସହ ଯିବାକୁ ବାଧ୍ୟ କଲେ ଓ ଯୁବକ ମନାକଲେ। ଏଥିରେ ସେମାନେ ଯୁବକଙ୍କୁ ହାତ ଉଠାଇ ମାଡ଼ ମଧ୍ୟ ମାରିଲେ। ହଙ୍ଗାମା ହେଉଥିବାର ଦେଖି ସ୍ଥାନୀୟ ମନ୍ଦିରର କିଛି ପଣ୍ଡା ଓ ସାଧାରଣ ଲୋକେ ଏଠାକୁ ଆସି ବୁଝିଲାପରେ ଯୁବକଙ୍କ ଶଶୁର ଘରଲୋକେ ଏଠାରୁ ଚମ୍ପଟ ମାରି ଚାଲିଗଲେ।ଏହାପରେ ଯୁବକ ଜଣକ ଭରତପୁର

ପୋଲିସ ଷ୍ଟେସନରେ ନିଜ ସ୍ତ୍ରୀ ନନ୍ଦିନୀ ଆଉ ତାଙ୍କ ଶଶୁର ଘରଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ମିଡ଼ିଆରେ ଏହିକଥା ସାମ୍ନାକୁ ଆସିବାପରେ ପୋଲିସ ଷ୍ଟେସନ ବାହାରେ ମିଡ଼ିଆ ରୁଣ୍ଡ ହୋଇଯାଇଥିଲେ ଓ ବଳରାମଙ୍କୁ ପଚାରିଲେ କାହିଁକି ତାଙ୍କ ସ୍ତ୍ରୀ ତାଙ୍କସହ ଏମିତି କାମ କଲା? ମିଡ଼ିଆର ଏହି ପ୍ରଶ୍ନରେ ବଳରାମ

ଉତ୍ତର ଦେଇ କହିଥିଲେ ଯେ, ଆଜ୍ଞା ବାହାଘର ପ୍ରସ୍ତାବ ମୋ ପାଇଁ ବାପା-ବୋଉ ଆଣିଥିଲେ ଓ ଝିଅଟି ସୁନ୍ଦର ହୋଇଥିବା ଦେଖି ମୁଁ ବହାହେବାକୁ ହଁ କରିଦେଲି କିନ୍ତୁ ଏବେ ବିବାହ ପରେ ରାତି ଅଧରେ ସେ ନିଜ ବୟଫ୍ରେଣ୍ଡଙ୍କୁ ହୋଇ ଭିଡ଼ିଓ କଲିଂ କରିଥିଲା।ଏହାପରେ ମଧ୍ୟ ସେ ମୋତେ ଧୋଖା ଦେଇ ଚାଲିଲା

ସମାଜ ସାମ୍ନାରେ ଲଜ୍ବିତ ହେବା ଭୟରେ ମୁଁ ସ୍ତ୍ରୀ ଉପରେ କିଛି ପଦକ୍ଷେପ ନେଇ ପାରୁନଥାଏ। ଏବେ ସେ ମୋତେ ମନ୍ଦିରକୁ ନେଇଯାଇ ନିଜ ପରିବାରକୁ ଡ଼କାଇ ମୋତେ ମାଡ଼ ମାରିଲା ଓ ମୁଁ ଆଉ ସହ୍ୟ କରିନପାରି ପୋଲିସ ପାଖକୁ ଆସିବାପାଇଁ ବାଧ୍ୟ ହେଲି। ଏବେ ମୁଁ ଚାହୁଁଛି ମୋ ସ୍ତ୍ରୀ ସହିତ ତା’ ପରିବାର ଲୋକଙ୍କୁ

କାଠଗଡ଼ାକୁ ଭିଡ଼ାଯାଉ ଓ ମୋତେ ନ୍ୟାୟ ଦିଆଯାଉ।ରାଜଧାନୀ ଉପକଣ୍ଠରେ ଯୁବକ ଏମିତି ଅଭିଯୋଗ ଆଣିଥିବା ବେଳେ ଏହାଜାଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଭରତପୁର ପୋଲିସ ନନ୍ଦିନୀ ଆଉ ତାଙ୍କ ପରିବାର ବିରୁଦ୍ଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି।

Leave a Reply

Your email address will not be published. Required fields are marked *