ଦୀପିକା dinesh ଙ୍କୁ କହିଲେ ମୋତେ ଟଙ୍କା ନୁହେଁ ଛୁଆର ପରିଚୟ ବଡ଼ ମୋ ପାଇଁ,ମୁଁ ଦେହ ସୁଖ ପାଇଯିବି ସିନା ହେଲେ ମୋ ପିଲା…

ଭିଡ଼ିଓରେ କୁହାଯାଉଛି କି, ହଁ ମୁଁ ଆଉ କେଉଁଠି ବିବାହ କରିବି ।ଏଠୁ ଉଠିଯିବି ।ମୋ ଛୁଆକୁ ପରିଚୟ ଦେବି।କାହିଁକି ନା ମୋ ପାଇଁ ସଭ୍ୟ ସମାଜ ଖରାପ ହେଉଛି।ମୋଠୁ ଯୁବ ପୀଢ଼ି ଖରାପ ପ୍ରେରଣା ପାଉଛନ୍ତି।ବିବାହ ନ କରି ଛୁଆ ଜନ୍ମ କରିଛି ମୁଁ।ଏଇଟା ମୋ ପାଇଁ ସବୁଠୁ ବଡ଼ ସଜ୍ଜା।ସବୁ ଭୁଲ ମୋର।ମୁ ଭୁଲ କରିଛି ।ସବୁ ଦୋଷ ସବୁ ନିନ୍ଦା ମୋ ଉପରେ କାହିଁକି?

ଯିଏ ମତେ ଏ ଦୋଷରେ ଦୋଷୀ କରିଛି ଏବଂ ମୋ ସର୍ବନାଶର କାରଣ ସାଜିଛି ..ପ୍ରକୃତରେ ଯିଏ ଦୋଷୀ ତାଙ୍କୁ ତ କେହି କିଛି କହୁନାହାନ୍ତି।ମୁ ବସିବା ପଛର କାରଣ ସେ।ମୋ ପିଲାର ବାପା ମଧ୍ୟ ସେ।ମୁ କେଉଁ ପର ପୁରୁଷ ପାଖକୁ ଆସିନି।ମୋ ପିଲାର ବାପା ପାଖକୁ ଆସିଛି।ଯଦି ଟଙ୍କା କି ଦେହ ସୁଖ ଥାଆନ୍ତା ତେବେ

କେତେ କଣ କରି ପକାଇଥାନ୍ତି।ସେମିତି ଉଦେଶ୍ୟ ଥିଲେ କେବେ ମୋ ଭଲ ପାଇବାର ସନ୍ତାନକୁ ଦୁନିଆକୁ ଆଣିନଥାନ୍ତି ମୁ।ମୋ ପରି ହଜାର ହଜାର ଝିଅ ବିବାହ ପୂର୍ବରୁ ସମ୍ପର୍କ ରଖୁଛନ୍ତି।ଖାଲି ସେତିକି ନୁହଁ ଗର୍ଭବତୀ ମଧ୍ୟ ହେଉଛନ୍ତି। ହେଲେ କେହି କେହି ମେଡିସିନ ଖାଇ ଶିଶୁକୁ ମାରିପକାଉଛନ୍ତି।

ଆଉ କେହି ଅଳିଆଗଦା କୁ ଫିଙ୍ଗି ଦେଉଛନ୍ତି।କିନ୍ତୁ ଏ ଦୀପିକା ସେମିତି ମା ନୁହେଁ ଯିଏ ଏତେ ତଳକୁ ଖସି ଯିବ। ଭଲ ପାଇବା ଭୁଲ ନୁହେଁ।ଶାରୀରିକ ସଂପର୍କ ମଧ୍ୟ ଭୁଲ ନୁହ।ପ୍ରକୃତ ଭୁଲ ହେଉଛି ଜଣେ ଭଲ ମଣିଷକୁ ବାଛିବା।ଆମେ ଭଲପାଇବା ବେଳେ ଜାଣିପାରୁନି କେଉଁ ମଣିଷ କିପରି ହୋଇଥାଏ।ଦିନ ଅଛି ସେ ମତେ ଭଲ ପାଉଥିଲେ।

ମୁ ରାଗିଲେ ସେ ତାର କାରଣ ବୁଝି ପାରୁଥିଲେ।ଜଣକ ସହ ଏତେ ବର୍ଷ ରହିବା ପରେ ସେ ଯଦି ଏମିତି କରିବେ ତାହାଲେ ମୁ କଣ କରିପାରିବି।ଲୋକମାନେ ଖାଲି ଦେଖୁଛନ୍ତି ଏବଂ ମତ ଦେଇ ଚାଲି ଯାଉଛନ୍ତି।ଯିଏ ପରିସ୍ଥିତିରେ ପଡ଼ିଛି ସେ ତାର କଷ୍ଟ ଜାଣିଛି।ଆପଣ କଣ ଭାବୁଛନ୍ତି କଷ୍ଟ ମତେ ହେଉନି।ରାତିର ଅନ୍ଧକାର ଭଳି ମୋ ଜୀବନ ମଧ୍ୟ ଅନ୍ଧାର ହୋଇ ଯାଇଛି।ଆଗ ଭଳି ଦୀପିକା ଆଉ ହସୁନି।ମୁଁହ ଉପରେ ରହୁଥିବା ଦୀପିକା ଆଜି ପୁରା ପରିବର୍ତ୍ତନ ହୋଇଯାଇଛି।

ବାପାଙ୍କ ପରେ ମୁ ଘରର ବଡ଼ ପୁଅ ହୋଇ ମୋ ମା ଏବଂ ଭଉଣୀଙ୍କ କଥା ବୁଝିଥିଲେ।ଏହି ସମୟରେ ମୋ ଜୀବନରେ ଦିନେଶ ଆସିଲେ।ମତେ ଲାଗିଲା ଭଗବାନ ମୋ ଦୁଃଖକୁ ଦୂର କରିବା ପାଇଁ ଦିନେଶଙ୍କୁ ମୋ ପାଖକୁ ପଠାଇଲେ।ଗୋଟେ ଝିଅର ବାପା ଏବଂ ଭାଇ ପରେ ସେ ଝିଅର ଜୀବନ ସାଥି ହିଁ ସେ ଝିଅକୁ ସାହାରା

ଦେବାକୁ ଥାଏ।ଆମେ ଝିଅ ମାନେ ଭାରି ସୁକୁମାରୀ।ଥରେ ଯେଉଁଠୁ ସମ୍ମାନ ଏବଂ ଭଲପାଇବା ପାଇଥାଉ ସେଠି ନିଜ ଜୀବନ ପଛେ ଦେଇଦବୁ କିନ୍ତୁ ସେ ବ୍ୟକ୍ତିଙ୍କୁ କେବେ ଛାଡ଼ି ପାରିବୁ ନାହିଁ।ମୁ ବି ଡିନେଶର ଭଲପାଇବା ପାଇଁ ଦୁନିଆର ସବୁ କିଛି ଭୁଲିଗଲି।ତାଙ୍କ ଖୁସି ପାଇଁ ମୋର ବଡ଼ ସମ୍ପଦ ମୋ ଇଜ୍ଜତ ତାଙ୍କ ଆଗରେ ଅଜାଡ଼ି ଦେଲି।

ମନରେ ଭୟ ଥିଲା।ବିବାହ ପୂର୍ବରୁ କଣ ଏ ସବୁ କରିବା ଠିକ? ସେହି ସମୟରେ ହାତକୁ ଧରି ଆଖିରେ ଆଖି ମିଶାଇ ଦିନେଶ ମତେ କହିଲେ ପାଗେଳିଟା।କେମିତି ଭାବୁଛୁ ମୁ ତତେ ଛାଡି ଦେବୀ ବୋଲି।ଘର ଲୋକଙ୍କୁ କହି ବରଯାତ୍ରୀ ନେଇ ତୁମ ଦୁଆରକୁ ମୁ ନିଶ୍ଚିତ ଆସିବି।ଆଉ ଏହି ଦିନ ବେଶୀ ଡେରି ନୁହ।

ବାସ୍ ତାଙ୍କର ଏହି କଥାରେ ମୁ ସେଦିନ ନିଜକୁ ସମର୍ପିତ କରିଦେଲି।ହେଲେ ମୁ ଆଜି ଭାବୁଛି ତାର ମିଠା ମିଠା କଥାରେ ଭାସିଯାଇ ଆଜି ମୁ ବରବାଦ ହେଇଗଲି।ମୁଁ କଣ ଜାଣିଥିଲି ସେଦିନ ଦିନେଶ ମତେ ମିଛ କହୁଥିଲେ ବୋଲି।ଯେତେବେଳେ ଜାଣିଲି ସେତେବେଳେ ସବୁ ସରିଯାଇଥିଲା।ଲୋକଙ୍କ ନିନ୍ଦା ଶୁଣି ମଧ୍ୟ ମୁଁ ପିଲାକୁ ଜନ୍ମ ଦେଲି।କେବଳ ତାର ଅଧିକାର ପାଇଁ।

କିଏ କେତେ କଥା କହୁଛନ୍ତି।ମୁଁ କୁଆଡେ ଟଙ୍କା ପାଇଁ ବସିଛି।ବଡ଼ ଘର ବୋହୂ ହେବାପାଇଁ ବସିଛି।ଦିନେଶକୁ ଫସାଇ ବ୍ଲାକମେଲ୍ କରୁଛି।ସବୁ ଶୁଣି ଶୁଣି ଛାତିଟା ପଥର ହୋଇଗଲାଣି। ଏଗୁଡ଼ା ମୋ ପୁଅ ଶୁଣିଲେ ତାକୁ କେବେ ଅଧିକାର ମିଳିବନି।ସେ ସାରା ଜୀବନ ବାପାର ପରିଚୟରେ ବଞ୍ଚିତ ରହିଯିବ।ମୁଁ ରୋଜଗାର କରି ମୋ ପୁଅକୁ ସମ୍ଭାଳି ପାରିବି।

କିନ୍ତୁ ବାପାର ପରିଚୟ ଦେଇ ପାରିବି ନାହିଁ।କାଲି ବଡ଼ ହେଲେ ବାପା କଥା ପଚାରିଲେ କଣ ଉତ୍ତର ଦେବି ତାକୁ।ଯେଉଁ ସମାଜ ମତେ ଏତେ କଥା କହୁଛି ତାକୁ ସେ ସମାଜ ବଞ୍ଚିବାକୁ ଦେବ ନାହିଁ ।ମୁଁ କେବେ ବି ମୋ ପୁଅକୁ ବରବାଦ ହେବାକୁ ଦେବୀ ନାହିଁ।ଖରା ବର୍ଷାରେ ଲଢ଼ିବି ମୋ ପୁଅ ପାଇଁ।ଯିଏ ଯାହା କହୁ ପଛେ।ମତେ କଣ ଖୁସି ଲାଗୁଛି କାହା ଘର ଆଗରେ ବସିବାକୁ।ମୁଁ ଏଠାକୁ ଆସିନଥିଲି।ଯଦି ଏଠାକୁ ଆସିଥାନ୍ତି ସେ କେବେଠୁ ବିବାହ କରି ସାରିଥାନ୍ତେ।

Leave a Reply

Your email address will not be published. Required fields are marked *