Naga ସାପକୁ ଧରି ନେଉଥିବା ସମୟରେ କାନ୍ଦିବାକୁ ଆରମ୍ଭ କଲେ ମହିଳା ଜଣକ,ଆଉ ତାପରେ ଯାହା ହେଲା ସମସ୍ତେ ଆଶ୍ଚର୍ଯ୍ୟ ହେଇକି ଅନେଇ ରହିଲେ…

Uncategorized

ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଅଦ୍ଭୁତ ଦୃଶ୍ୟ ନଜର ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗସାପକୁ ଉଦ୍ଧାର କରାଯାଇଥିଲା ଓ ଏହି ସମୟରେ ସେଠାରେ ଯେଉଁ ହଙ୍ଗାମା ସୃଷ୍ଟି ହେଲା ଆପଣ ତାହା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା ପୁରା ମାମଲା କଣ ହୋଇଛି।

ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସିଡ଼ି ଘର ତଳେ ଏକ ନାଗସାପ ଗାତ କରି ରହୁଥିଲା ଓ ଘରର ଜଣେ ମହିଳା ଆଗରୁ ଜାଣିଥିଲେ ଯେ, ଗୋଟିଏ ସାପ ତାଙ୍କ ସିଡ଼ି ତଳେ ରହୁଛି ଓ ମହିଳା ଜଣକ ତାକୁ ପ୍ରଶୟ ଦେଉଥିଲେ। ଏହିକଥା ମହିଳାଙ୍କ ସ୍ୱାମୀ ଜାଣିବାପରେ ସେ ବିବ୍ରତ ହୋଇପଡ଼ିଲେ ସ୍ତ୍ରୀ ର ବହୁତ ଅନୁରୋଧ

ପରେ ମଧ୍ୟ ସେ ତାଙ୍କ କଥା ଶୁଣିନଥିଲେ ଓ ସ୍ନେକ ହେଲ୍ପଲାଇନକୁ ଖବର ଦେଇ ଦେଇଥିଲେ।ସାପ ଧରାଳି ଆସିବାପରେ ସିଡ଼ି ଘରକୁ ଯାଇଥିଲେ ଓ ସେଠାରୁ ଖୋଳିବା ଦ୍ୱାରା ତାଙ୍କୁ ଏକ ନାଗସାପ ଦେଖିବାକୁ ମିଳିଥିଲା। ସେ ସାପଟିକୁ ଗାତରୁ ବାହାର କରିଥିଲେ ଓ ତାକୁ ଧରି ନେଉଥିବା ସମୟରେ ସେହି ମହିଳା

ଜଣକ ଘର ବାହାରକୁ ଆସି କାନ୍ଦିବା ଆରମ୍ଭ କରିଦେଇଥିଲେ।ମହିଳା ଜଣକ କାନ୍ଦୁଥିବାର ଦେଖି ସାପ ଧରାଳି ତାଙ୍କୁ ଡ଼କାଇ ପଚାରିଥିଲେ, ମାଆ ତୁମେ କାହିଁକି କାନ୍ଦୁଛ? ଏଥିରେ ମହିଳା ଜଣକ ଜବାବ ଦେଇ କହିଥିଲେ, ସେ ଆମ ଘରେ ରହୁଥିଲା ଆଉ କାହାର କିଛି କ୍ଷତି କରୁନଥିଲା। ମୋ ସ୍ୱାମୀ ନବୁଝି ସ୍ନେକ ହେଲ୍ପଲାଇନକୁ

ମୋ ମନା କରିବା ସତ୍ତ୍ୱେ ମଧ୍ୟ ଖବର ଦେଇଥିଲେ, ଏବେ କଣ ଯେ ଅଘଟଣ ହେବ!ମହିଳାଙ୍କ ଏହିକଥା ଶୁଣି ସାପ ଧରାଳି କହିଥିଲେ କି, ଦେଖେ ମାଆ ମୁଁ କାହାରି ଆସ୍ଥାକୁ ଆଘାତ ପହଞ୍ଚାଇବାକୁ ଚାହୁଁନାହିଁ କାରଣ ଏହି ନାଗସାପ ର କାମୁଡ଼ାରେ ବହୁତ ଲୋକଙ୍କ ଜୀବନ ଯାଇଛି। ମୁଁ ମଧ୍ୟ ବହୁତ ସାପ ଧରିଛି ଓ ଜାଣିଛି ଯେ

ଏମାନଙ୍କର ବୁଝିବା ଶକ୍ତି ନାହିଁ।ଏହାପରେ ସାପ ଧରାଳି କହିଥିଲେ, ଦୟାକରି ମୋ କଥା ବୁଝିବାକୁ ଚେଷ୍ଟା କର ଓ ମୋତେ ଏହାକୁ ନେଇଯିବାକୁ ଦିଅ। ସବୁକଥା ଶୁଣିବା ପରେ ମହିଳା ଜଣକ କାନ୍ଦି କାନ୍ଦି ଘର ଭିତରକୁ ଚାଲିଗଲେ ଓ ସାପ ଧରାଳି ଜଣକ ସାପଟିକୁ ନେଇ ଜଙ୍ଗଲରେ ଛାଡ଼ିଦେଲେ।

Leave a Reply

Your email address will not be published. Required fields are marked *