ଅଧରାତିରେ ପୋଲିସ Camp ଭିତରକୁ ପଶିଲା ନାଗସାପ, ଆଉ ତାପରେ ଯାହା ସବୁ ଘଟିଲା ନ ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ…

ଭଦ୍ରକ ରୁ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଠାରେ ଏକ ପୋଲିସ ପ୍ରଶିକ୍ଷଣ କ୍ୟାମ୍ପ ଭିତରକୁ ଏକ ନାଗସାପ ପଶି ଆସିଥିଲା। ଏଠାରେ ରାତିରେ ପୋଲିସ ପାଇଁ ତାଲିମ ନେଉଥିବା କିଛି ଯୁବକ ରାତିରେ ଶୋଇ ରହିଥିବା ସମୟରେ ସୁସୁ ଶବ୍ଦ ହୋଇଥିଲା ଓ ସେମାନେ ସମସ୍ତେ ନଶୋଇ ବାହାରକୁ ଚାଲିଆସିଲେ ଓ ଏଣେତେଣେ ଖୋଜିବାକୁ ଲାଗିଲେ

କିନ୍ତୁ ସାପଟି ରୁମ ଭିତରେ ରଖାଯାଇଥିବା ପେଟି ପାଖରେ ଲୁଚି ଯାଇଥିଲା ଓ ନଜରକୁ ଆସିନଥିଲା।ପରେ ଯୁବକ ମାନେ ସବୁଆଡ଼େ ଆଖି ବୁଲାଇଲେ ଓ ଦେଖିଲେ ଯେ, ସାପଟି ପେଟି ପାଖରେ ଲୁଚି ରହିଛି। ସେମାନେ ସାପକୁ ଧଣ୍ଡସାପ ଭାବି ବାଡ଼ିରେ ତା’ ଦେହକୁ ଲାଗିଥିଲେ କିନ୍ତୁ ସାପଟି ଏହି ସମୟରେ

ଫଣା ଉଠାଇ ଛିଡ଼ା ହୋଇଗଲା ଓ ସେମାନେ ନାଗକୁ ଦେଖି ଭୟଭୀତ ହୋଇଗଲେ ଓ ଜିଲ୍ଲା ବନବିଭାଗକୁ ଖବର ଦେବାପରେ ସେଠାରୁ ଏକ ଅଭିଜ୍ଞ ସାପ ଧରାଳି ଆସିଥିଲେ ଓ ସାପକୁ ନିଜ ଆୟତ୍ତରେ କରିବାକୁ ଚେଷ୍ଟା ଚଳାଇଥିଲେ।ସାପଟି ଧରା ଦେଲାନାହିଁ ଓ ଏଣେତେଣେ ଧାଇଁବାକୁ ଲାଗିଲା।

ଏହି ସମୟରେ ସମସ୍ତେ ଭୟଭୀତ ହୋଇଯାଇ ରୁମ ଭିତରକୁ ପଶିଗଲେ। ସାପ ଧରାଳି ସମସ୍ତ କୌଶଳ ଆପଣାଇ ସାପକୁ ନିୟନ୍ତ୍ରଣ କରିଥିଲେ ଓ ସାପର ଲାଞ୍ଜକୁ ଧରି ଏକ ବ୍ୟାଗ ଭିତରେ ରଖିଦେଲେ। ସାପକୁ ଧରିବାପରେ ପୋଲିସ ପାଇଁ ତାଲିମ ନେଉଥିବା ଯୁବକ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ସାପ ଧରାଳି ମଧ୍ୟ ସେମାନଙ୍କ ହାତ ମିଶାଇ ଚାଲିଆସିଲେ।

Leave a Reply

Your email address will not be published. Required fields are marked *