ମାଟି ଘର ଭିତରୁ ଉଦ୍ଧାର କରାଗଲା ବିଶାଳ NAGARAJ ସାପ,ଏକାବେଳେ ୪ଟି ହାତୀ କୁ ମଧ୍ୟ ଡରେଇ ଦବ ଏହି ସାପ…

ଭଦ୍ରକର ଏକକ ଗ୍ରାମରେ ଏକ ଅଦ୍ଭୁତ ନଜାରା ସାମ୍ନାକୁ ଆସିଛି ଏଠାରେ ଏକ ଗ୍ରାମାଞ୍ଚଳ ଏରିଆରେ ଗୋଟିଏ ମାଟିଘର ଭିତରେ ସର୍ପରାଜ ଅହିରାଜ ପଶିଥିବାର ଦେଖିବାକୁ ମିଳିଥିଲା। ସାପଟି ମାଟିଘର ଭିତରକୁ ଖାଦ୍ୟ ଅନ୍ୱେଷଣରେ ପଶିଥିଲା ଓ ଘରଲୋକେ ବିଶାଳ ସାପ ଦେଖି ଭୟଭୀତ ହୋଇଯାଇଥିଲେ ଓ ଗାଁ ଲୋକଙ୍କୁ ବଡ଼ ପାଟିକରି ଡ଼କାଇଥିଲେ।

ଗାଁ ଲୋକେ ପାଟି ଶୁଣି ଆସି ପହଞ୍ଚିଲେ ଓ ସେମାନେ ଦେଖନ୍ତି ତ ଅହିରାଜ ଘର ଭିତରକୁ ଚାଲିଆସିଛି।ସେମାନେ ସାପ ସହିତ କୌଣସି ପ୍ରକାରର ସଂଘର୍ଷ ନକରି ଜିଲ୍ଲା ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ଖବର ପାଇ ଟିମ ଆସି ଗାଁରେ ପହଞ୍ଚିଥିଲା ଓ ଜଣେ ସାପ ଧରାଳି ସାପକୁ ଧରିବାପାଇଁ

ଘର ଭିତରକୁ ପ୍ରବେଶ କଲେ। ଘରକୁ ପଶିବାପରେ ସେ ଦେଖନ୍ତି ଯେ, ସାପଟି ଘରର ଭାଡ଼ି ଭିତରେ ଲୁଚି ରହିଛି। ସେ ସାପର ଲାଞ୍ଜକୁ ଧରିବାପାଇଁ ଚେଷ୍ଟା କଲେ ଓ ସଫଳତାର ସହିତ ସାପର ଲାଞ୍ଜକୁ ଧରିନେଲେ। ଭାଡ଼ି ଭିତରୁ ସାପକୁ ବାହାରକୁ ଆଣିବାପରେ ଗାଁ ଲୋକଙ୍କର ଭିଡ଼ ଜମିଗଲା

ଓ ସେମାନଙ୍କ କୋଳାହଳ ଶୁଣି ସାପ ଧରାଳିଙ୍କୁ ସାପ ଧରିବାରେ ସମସ୍ୟା ହେଉଥାଏ। ଏପରିକି ଲୋକଙ୍କ କୋଳାହଳ ଯୋଗୁଁ ସାପଟି ହାତରୁ ଖସି ଚାଲିଯାଉଥିଲା।ଲୋକମାନଙ୍କୁ ବୁଝାଇବା ପରେ ସେମାନେ ଶାନ୍ତ ହୋଇଗଲେ ଓ ସ୍ନେକ କ୍ୟାଚରଙ୍କୁ ସୁରୁଖୁରୁରେ ଉଦ୍ଧାର କରିବାପାଇଁ କହିଥିଲେ।

ଶେଷରେ ସ୍ନେକ କ୍ୟାଚର। ସାପକୁ ମୁଣି ଭିତରେ ପୁରାଇବା ସମୟରେ ଲୋକଙ୍କୁ ସତର୍କ କରି କହିଥିଲେ କି, ଏହି ସାପର ନାଁ ହେଉଛି କିଙ୍ଗ କୋବ୍ରା ଯାହାକୁ ଆମେ ଓଡ଼ିଆରେ ଅହିରାଜ ବୋଲି କୁହେ। ଏହି ସାପର ବିଷ ଏତେ ଖତରନାକ ଯେ, ଏହା ଏକାଥରକେ ଚାରୋଟି ବିଶାଳ ହାତୀକୁ ମାରିବାର କ୍ଷମତା ରଖିଥାଏ। ଏହି ସାପର ବିଷ ସାଧାରଣ ନାଗସାପ ଠାରୁ ଦଶଗୁଣା ଅଧିକ ରହିଥାଏ।

Leave a Reply

Your email address will not be published. Required fields are marked *