ଜେଲ ଭିତରେ ନାତୁଣୀକୁ ଝୁରୁଛି 65 ବର୍ଷୀୟ ଅଜା,ଆଉ କହୁଛି ମୁଁ କଣ ଏ ବୁଢା ବୟସରେ…

Uncategorized

ଏ ନାତୁଣୀ ମୁଁ ପରା ତୋ ଅଜା। ନାତୁଣୀ ବୋଲି ତତେ ମୁଁ କେତେ ଭଲପାଏ,କେତେ ସ୍ନେହ କରେ ତୁ ତ ଛୋଟ ଛୁଆଟା ଏ ଦୁନିଆ ବିଷୟରେ କିଛି ବି ଜାଣିନୁ ହେଲେ ମୁଁ ପରା ବୁଢ଼ା ହେଲିଣି ଏ ଦୁନିଆକୁ ଭଲ ଭାବରେ ଜାଣିଛି।ହେଲେ ତୁ ଆଜି ଏ ବୁଢ଼ା ଅଜାଟାକୁ ଆଜି ଯେଉଁ ଦଣ୍ଡ ଦେଇଛୁ ମୁଁ ଆଜି ଜେଲର କୋଠରୀ ଭିତରେ ବସି ଖାଲି କାନ୍ଦି କାନ୍ଦି ଲୁହ ଝରାଉଛି।

ଏ ବୁଢ଼ା ଅଜା ଉପରେ ତୋର ଟିକେ ଦୟା ହେଲାନି।ଗୋଟିଏ ୬୫ ବର୍ଷର ବୁଢ଼ାକୁ ଏତେ ବଡ ଦଣ୍ଡ ଦେଇ ତୁ କଣ ପାଇଲୁ।ବିନା ଭୁଲରେ ତୁ ଆଜି ଏ ବୁଢ଼ାକୁ ଦୋଷୀ ସଜେଇ ଦେଲୁନା,କିଛି ଭୁଲ ନକରିବି ଏ ସମାଜ ଆଖିରେ ଆଜି ମତେ କଳଙ୍କିତ କରି ଦେଲୁନା କି ଭୁଲ୍ କରିଥିଲି ମୁଁ ତୋର।ଏ ଜେଲ୍ ଭିତରେ ନା ମୁଁ ଠିକ୍

ଭାବରେ ବଞ୍ଚି ପାରୁଛି ନା ମରି ପାରୁଛି ମୁଁ କୁଆଡ଼େ ତତେ ପ୍ରେମ କରିଛି ବୋଲି ତୁ ମୋ ନାଁରେ ଅଭିଯୋଗ କରିଛୁ, ତୁ ଆଳୁ ପୋଡ଼ିବାକୁ ଗଲାବେଳେ ମୁଁ କୁଆଡ଼େ ତତେ ବଳାତ୍କାର କରିଛି ତୁ ଗାଧୋଇବାକୁ ଯିବାବେଳେ ମୁଁ କୁଆଡ଼େ ବିଲ ଭିତରେ ତୋ ସହ ସମ୍ପର୍କ ରଖିଛି।ଆଉ ମୋରି ପାପ ସମ୍ପର୍କ ରେ ତୁ କୁଆଡ଼େ

ବତୀ ହୋଇଛୁ ତୋ ଇଜ୍ଜତ କୁ ନେଇ ତୁ ଏତେ ବଡ ମିଛ କେମିତି କହିପାରିଲୁ ଏ ବୁଢ଼ାଟା କଣ ସତରେ ତୋ ସହ ଏମିତି କରିପାରିବ।ମୁଁ ପରା ଆଉ କିଛି ଦିନ ପରେ ଆରପାରିକୁ ଯିବାକୁ ବସିଛି।ଏ ଜୀବନକୁ ମୁଁ ଭଲ କରି ଜିଇଁ ସାରିଲିଣି ଆଜି ଯାଏଁ ମୋ ଜୀବନରେ ମୁଁ ଆଜି ଯାଏଁ ଖରାପ କାମ କରିନି।

ଏ ୬୫ ବର୍ଷର ଜୀବନ ଭିତରେ ମୋ ନାଁ ରେ ଗୋଟିଏ ବି ଅଭିଯୋଗ ଆସି ନାହିଁ ।କେବେ କାହାକୁ ମୁଁ ଖରାପ ବ୍ୟବହାର କରିନି ଆଉ ଅସମ୍ମାନ ବି କରିନାହିଁ।ବୟସ ଥିବା ବେଳେ ଯଦି ମୁଁ ଏମିତି କରିନି ତାହାଲେ ଏ ବୁଢ଼ା ବୟସରେ ଏମିତି କରିବି କେମିତି। ମୋର କଣ ଆଉ ସେ ବଳ ବୟସ ଅଛି ଯେ ମୁଁ ତତେ ବତୀ କରି ପାରିବି

ଯଦି ମୋ ଉପରେ ତୋର କୌଣସି ରାଗ ଥିଲା ଆଉ କଣ କରି ପ୍ରତିଶୋଧ ନେଇ ପାରିଥାନ୍ତୁ ହେଲେ ମୋରି ନାମରେ ଅଭିଯୋଗ କରି ତୁ ମତେ ଅପଡ଼ କରି ଦେଇଛୁ।

Leave a Reply

Your email address will not be published. Required fields are marked *