ପୁଣି ଓଡ଼ିଶାକୁ ଏକ ବାତ୍ୟାର ଭୟ,ଆସନ୍ତା 15 ତାରିଖ ଯାଏଁ ସାରା ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା,ଏହି ଜିଲ୍ଲାରେ ହବ ବାତ୍ୟା ପ୍ରଭାବ..

ଓଡ଼ିଶା ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀଙ୍କ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଖବରଟି ଏହା ଅଟେ କି, ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଓ ଅକ୍ଟୋବର ୧୦ ତାରିଖରୁ ଏହା ଲଘୁଚାପରେ ପରିଣତ ହୋଇ ପୂର୍ବ ତାମିଲନାଡ଼ୁ ଉପକୂଳ ଓ ଦକ୍ଷିଣ-ପୂର୍ବ ଆନ୍ଧ୍ର ଉପକୂଳ ଆଡ଼କୁ ଗତିକରିବ।

ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟ ପ୍ରଚୁର ବର୍ଷା ହେବାର ସମ୍ଭାବନା ରହିଛି।ଓଡ଼ିଶାର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ କଟକ ଏହି ଲଘୁଚାପ ଦ୍ୱାରା ସମ୍ପୂର୍ଣ୍ଣ ରୂପରେ ପ୍ରଭାବିତ ହେବ। ଏଥିପାଇଁ ପାଣିପାଗ ବିଭାଗ ଏହିସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣିଂ ଜାରି କରିଛନ୍ତି। ଅକ୍ଟୋବର ୧୦ ତାରିଖରୁ ୧୫ ତାରିଖ

ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାରେ ବର୍ଷା ଲାଗି ରହିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି।ପୂର୍ବରୁ ସାରା ଓଡ଼ିଶା ଲଘୁଚାପ ପ୍ରଭାବରେ ପ୍ରଭାବିତ ହୋଇଛି ଯାହାଦ୍ୱାରା ଚଳିତବର୍ଷର ଦଶହରା ଫିକା ପଡ଼ିଯାଇଛି। କଟକ, ଭୁବନେଶ୍ୱରରେ ଦୁର୍ଗାପୂଜା ହୋଇଥିଲା ସତ କିନ୍ତୁ ବର୍ଷା ଯୋଗୁଁ ମାଆଙ୍କ ଦର୍ଶନ ପ୍ରତ୍ୟେକ ବ୍ୟକ୍ତି କରି ପାରିନଥିଲେ।

ବହୁତ ସ୍ଥାନରେ ରାବଣପୋଡ଼ି ମଧ୍ୟ ସଠିକ ଭାବରେ ହୋଇନଥିଲା। ଦୁର୍ଗାପୂଜା ଠାରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ଲଘୁଚାପ ପୂଜାକୁ ଧୋଇଦେଲା। ଏବେ ପଛକୁ ପଛ ପୁଣି ଏକ ଲଘୁଚାପ ଆସି ପହଞ୍ଚିଛି ଓ ସାରା ରାଜ୍ୟକୁ ଧୋଇଦେବାର ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *