ପାଠପଢ଼ି ଉଚ୍ଚ ଶିକ୍ଷିତ Lilly Muduli ହେଲେ କିନ୍ତୁ ଆଜି ଧରିଛନ୍ତି ବେଲଚା,ଝିଅଟିର କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ…

କାହାଣୀ ହେଉଛି କୋରାପୁଟ ଜିଲ୍ଲା ବୋଗେଇପଦର ଗ୍ରାମର ଏକ ଯୁବତୀଙ୍କ ବିଷୟରେ, ଏହି ଯୁବତୀଙ୍କ କାହାଣୀ ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିପଡ଼ିବ କାରଣ ଯୁବତୀ ଜଣକ ଜଣେ ଉଚ୍ଚ ଶିକ୍ଷିତା ଅଟନ୍ତି କିନ୍ତୁ ପରିସ୍ଥିତି ତାଙ୍କ ସାମ୍ନାରେ ଏମିତି ଆସିଥିଲା ଯାହାଦ୍ୱାରା ତାଙ୍କୁ ବେଲଚା ମାରିବାକୁ ପଡ଼ିଥିଲା।ଯୁବତୀ ଜଣକର ନାମ ହେଉଛି ଲିଲି ମୁଦୁଲି।

ସେ 2016 ମସିହାରେ ମାଟ୍ରିକରେ 57 ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। 2018 ମସିହାରେ ଦ୍ୱାଦଶରେ ସେ 62 ପ୍ରତିଶତ ନମ୍ବର ରଖି ପାସ ହୋଇଥିଲେ। ଏପରିକି 2019-20 ର ସିଟି ପରୀକ୍ଷାରେ ସେ 85 ପ୍ରତିଶତ ନମ୍ୱର ରଖିଥିଲେ। ଲିଲି ଙ୍କର ଇଛା ହେଉଛି ସେ ଜଣେ ଶିକ୍ଷୟିତ୍ରୀ ହେବେ।

ଯେତେବେଳେ ସିଟି ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ ସେତେବେଳେ ତାଙ୍କ ଗାଁରେ ଖୁସିର ମାହୋଲ ଖେଳିଯାଇଥିଲା ଓ ତାଙ୍କ ବାପାଙ୍କ ଆଖିରୁ ଖୁସିର ଅଶ୍ରୁ ଝରି ଯାଇଥିଲା।ତାଙ୍କ ବାପା ସେତେବେଳେ ମଜୁରୀ ଲାଗି ଝିଅର ପଢ଼ା ଖର୍ଚ୍ଚ ଉଠାଉଥିଲେ କିନ୍ତୁ ଆଜି ବାପାଙ୍କ ବୟସ ବଢ଼ିବା ଯୋଗୁଁ ତାଙ୍କ ବାପା କୌଣସି କାମ

କରି ପାରୁନାହାଁନ୍ତି ଓ ଘରର ଖର୍ଚ୍ଚ ଉଠିବା ମଧ୍ୟ ଅସମ୍ଭବ ହେଉଥିଲା। ଏଥିପାଇଁ ଲିଲି ନିଜ ପାଠପଢା ଇଛାକୁ ମନରେ ମାରି ଘର ଖର୍ଚ୍ଚ ଉଠାଇବା ପାଇଁ ଦିନ ମଜୁରିଆ କାମ କରିବା ଆରମ୍ଭ କରିଦେଇଛନ୍ତି। ବେଲଚା ମାରି ସେ ନିଜର ଘରଖର୍ଚ୍ଚ ଉଠାଇବା ସହିତ କିଛି ପଇସା ସଞ୍ଚୟ କରି ବିଏ ପଢ଼ିବାକୁ ତାଙ୍କର

ଭାରି ମନ ରହିଛି।ଲିଲିଙ୍କ ଏହି କାହାଣୀ ମିଡ଼ିଆରେ ଭାଇରାଲ ହେବାପରେ ବହୁତସାରା ଲୋକେ ଲିଲିଙ୍କ ପାଠପଢା ପାଇଁ ଲିଲିଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ସରକାରଙ୍କ ପାଖରେ ଗୁହାରି ଲଗାଇଛନ୍ତି। କିଛିଲୋକଙ୍କ କହିବାହେଲା ବହୁତସାରା ଲୋକଙ୍କୁ ସବୁ ପ୍ରକାରର ସୁବିଧା ଦିଆଯିବା

ସତ୍ତ୍ୱେ ମଧ୍ୟ ସେମାନର ପାଠପଢ଼ାରେ ମନ ଦେଉନାହାଁନ୍ତି କିନ୍ତୁ ଲିଲି ପରି ମେଧାବୀ ଛାତ୍ରୀ ଯାହାର ପାଠ ପଢ଼ିବାକୁ ବହୁତ ମନ ରହିଛି କିନ୍ତୁ ତା’ ପରିସ୍ଥିତି ଆଜି ତାକୁ ଆଗକୁ ବଢ଼ିବାକୁ ଦେଉନାହିଁ।ଏହିକଥା ଲିଲିଙ୍କୁ ପଚାରିବାପରେ ସେ କହିଥିଲେ ଯେ, ତାଙ୍କର ପାଠ ପଢ଼ିବାକୁ ବହୁତ ଇଛା ରହିଛି କିନ୍ତୁ ଆର୍ଥିକ ସ୍ଥିତି ତାଙ୍କ ପରିବାରର ବହୁତ ଖରାପ ଓ ବାପା-ମାଆଙ୍କ ବୟସ ବଢ଼ିବା କାରଣରୁ ସେ ଆଜି ମଜୁରିଆ ଭାବରେ ବେଲଚା ମାରିବାକୁ ବାଧ୍ୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *