ଘଟଣାଟି ଉତ୍ତରପ୍ରଦେଶର ଏକ ଗ୍ରାମରୁ ସାମ୍ନାକୁ ଆସିଥିଲା। ଯେତେବେଳେ ରାମ ସିଂହ ନାମକ ଜଣେ କୃଷକ ନୁଜ ବିଲରେ କାମ କରୁଥିବା ବେଳେ ଅଚାନକ ତାଙ୍କ କୋଦାଳ ଜରିଆରେ ଏକ ନାଗସାପର ହତ୍ୟା ହୋଇଗଲା। ସାପଟିର ବେକକୁ ତା’ ଶରୀରରୁ ଅଲଗା କରିବାପରେ ରାମ ସିଂହ ବହୁତ ଡ଼ରିଗଲା ଓ ସେ ଚିତ୍କାର କରିବାକୁ ଲାଗିଲା।
ଆଖପାଖ କ୍ଷେତରେ କାମ କରୁଥିବା ଲୋକେ ତାଙ୍କ ଚିତ୍କାର ଶୁଣି ପାଖକୁ ଆସିଲେ ଓ ରାମ ସିଂହଙ୍କୁ କଣ ହେଲା ବୋଲି ପଚାରିଲେ। ରାମ ସିଂହ ଉତ୍ତର ଦେଇ କହିଲା, ମୁଁ କ୍ଷେତରେ କାମ କରୁଥିବା ବେଳେ ନାଗସାପଟି ଅଚାନକ ମୋ କୋଦାଳ ତଳକୁ ଚାଲିଆସିଲା ଓ ଏଇ ଦେଖ ସେ ମରିଗଲା।
ରାମ ସିଂର କଥା ଶୁଣି ଲୋକେ ତାକୁ ବ୍ୟସ୍ତ ନହେବାକୁ କହିଲେ ଓ ସେମାନେ ରାମ ସିଂହଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଆମେ ସବୁ ହେଉଛେ କୃଷକ ଲୋକ କ୍ଷେତରେ କାମ କରିବା ଆମ କର୍ତ୍ତବ୍ୟ। ଏହା ଭିତରେ ଆମ ଅଜାଣତରେ ଯଦି କୌଣସି ସାପ ଚାଲିଆସୁଛି ତାହେଲେ ଏହା ଆମର ଭୁଲନୁହେଁ।
ଲୋକମାନଙ୍କ ଏମିତି କଥା ଶୁଣି ରାମ ସିଂହ ଶାନ୍ତ ହୋଇଗଲା ଓ ସେ ସାପଟିକୁ ନେଇ ପାଖ ବୁଦା ଭିତରେ ଫୋପାଡ଼ି ଦେଇଆସିଲା କିନ୍ତୁ ଏହା ରାମ ସିଂହ ଜୀବନରେ ସବୁଠାରୁ ଭୁଲ ଭାବରେ ସାବ୍ୟସ୍ତ ହୋଇ ତା’ ସାମ୍ନାକୁ ଆସିଲା।ନାଗକୁ ମୃତ ପାଇବାର ଦେଖି ନାଗୁଣୀ କ୍ରୋଧିତ ହୋଇଗଲା ଓ ରାତିରେ
ସମସ୍ତେ ଗାଁ ରେ ଶୋଇ ରହିଥିବାବେଳେ ନାଗୁଣୀ ଆସି ଲୋକଙ୍କୁ ଦଂଶନ କରିବାରେ ଲାଗିଲା। ଭୟରେ ଗାଁ ର ସବୁଲୋକେ ବାହାରକୁ ଚାଲିଆସିଲେ ଓ ନାଗୁଣୀଟି ଗାଁ ପାଖରେ ଥିବା ଶିବ ମନ୍ଦିର ପାଖରେ ଇଛଧାରୀ ରୂପ ଧାରଣ କରି ବିଶାଳ ରୂପ ଧାରଣ କଲା। ଏଥିରେ ମନ୍ଦିରର ପୂଜାରୀ ମନ୍ତ୍ରପାଠ କଲେ ଓ
ନାଗୁଣୀକୁ ଶାନ୍ତ କରି ପୁନର୍ବାର ସ୍ଥିତିକୁ ନେଇଆସିଥିଲେ। ଏହାପରେ ନାଗୁଣୀ ଶାନ୍ତ ହୋଇ ଜଙ୍ଗଲ ଭିତରକୁ ଚାଲିଗଲା।ସେପଟେ ରାମ ସିଂହ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ଯେ, ଏହିସବୁ ଘଟଣା ତା’ ପାଇଁ ହୋଇଛି କାରଣ ସେ ନାଗକୁ ମାରିଥିଲା। ଏହିକଥା ରାମ ସିଂହ ପୂଜାରୀକୁ ଜଣାଇଥିଲା ଓ ପୂଜାରୀ ତାକୁ
ଏକ ତାବିଜ ବନାଇ ଦେଇ କହିଲେ, “ଦେଖେ ରାମ ସିଂହ ନାଗର ମୃତ୍ୟୁ ହୋଇଛି ମାନେ ନାଗୁଣୀ ଯେମିତି ହେଲେ ଏହାର ପ୍ରତିଶୋଧ ନେବ କିନ୍ତୁ ଏହି କବଚ ଦ୍ୱାରା ମୁଁ ତତେ ସୁରକ୍ଷା ଦେଇପାରିବି, ଜୀବନସାରା ଏହି ତାବିଜ କୁ ନିଜ ସାଥିରେ ରଖିବୁ ଯାହାଦ୍ୱାରା ନାଗୁଣୀ ତୋ ପାଖକୁ ଆସିବନାହିଁ।
ଏହିସବୁ ଘଟଣା ପରେ ରାମ ସିଂହଙ୍କୁ ବର୍ତ୍ତମାନ ୭୫ ବର୍ଷ ବୟସ ହୋଇଗଲାଣି ଓ ସେ ଆଜିବି ଏହି ତାବିଜ କୁ ନିଜ ସାଥିରେ ରଖୁଛନ୍ତି ଓ ନାଗୁଣୀ ପାଖରୁ ସୁରକ୍ଷିତ ଅଛନ୍ତି।