ଅର୍ଚ୍ଚନା ଙ୍କ ଚେର ପ୍ରବଳ ଲମ୍ବା,Mamala କୁ ରଫା ଦଫା କରି ଚପାଇ ଦେବାରେ ଭୂମିକା ତୁଲାଉଥିଲେ ଏହି ମହିଳା…ଦେଖନ୍ତୁ Video

Uncategorized

ପାପ ସାମ୍ରାଜ୍ୟର ଲିଡ୍ ରୋଲରେ ଥିଲେ ଜଣେ ଲେଡୀ ଇନ୍ସପେକ୍ଟର।ମାମଲାକୁ ରଫା ଦଫା କରି ମାମଲାକୁ ଚପାଇ ଦେବାରେ ଭୂମିକା ତୁଲାଇଥିଲେ।କାଷ୍ଟିଙ୍ଗ କାଉଚ ଅଭିଯୋଗରେ ପ୍ରଯୋଜକଙ୍କ ସହ ଡ଼ିଲ କରାଉଥିଲେ ଭୁବନେଶ୍ଵରର ଏକ ଥାନାରେ ମାମଲାକୁ ଦିଆ ଯାଉଥିଲା ଫାଇନାଲ ଟଚ୍।ଧମକ ଦେଉଥିବା ଅର୍ଚ୍ଚନା ର ଗୁମର ଯେତିକି ଖୋଲୁଛି ସେହି ହିସାବରେ ପୁରୁଣା କଥା ସେତିକି ଓଲଟା ଯାଉଛି।

୫ ବର୍ଷ ପୂର୍ବରୁ ଗୋଟିଏ ପ୍ରଯୋଜକ ଙ୍କ ନାମରେ ଆସିଥିଲା କାଷ୍ଟିଙ୍ଗ କାଉଚର ଅଭିଯୋଗ ଥାନାରେ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥଲା କିନ୍ତୁ ମିଡ଼ିଆ କ୍ୟାମେରା ହଟିବା ମାତ୍ରେ ବେଶ୍ ଚୁପ୍ ଚାପ୍ ମାମଲାକୁ ରଫା ଦଫା କରି ଦିଆ ଯାଇଥିଲା ବୋଲି ଚର୍ଚ୍ଚା ହେଉଛି।ଏହି ପ୍ରଯୋଜକ ଙ୍କ ଘର ହେଉଛି ବରମୁଣ୍ଡା

ଅଞ୍ଚଳ ୨୨ ବାଏ ଏ ଘରେ ଅର୍ଚ୍ଚନା ଓ ଧମକ ଦେଉଥିବା ଶ୍ରଦ୍ଧାଞ୍ଜଳି ରହୁଥିବା କଥା ଏଫ ଆଇ ଆର କପିରୁ ଜଣା ପଡ଼ିଛି।ଅର୍ଚ୍ଚନା ଙ୍କ ଧମକର ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ବି ଫିଲ୍ମ ରେ କାମ କରିବା ପାଇଁ ଇଚ୍ଛା କରୁଥିଲେ ଯେଉଁଠି ପାଇଁ ପୁରା ରାଜଧାନୀ ବୁଲି ବୁଲି ସେହି ପ୍ରଯୋଜକ ଙ୍କ ଘରେ ଭଡା ନେଇଥିଲେ।

ଏବେ ବି ସେହି ଘରେ ଯୁବକ ଯୁବତୀ ଙ୍କ ମେଳି ଜମୁଥିବା ଅଭିଯୋଗ ହେଉଛି।ତାଙ୍କର ପଡୋଶୀ ମାନେ କହିଛନ୍ତି ଏହି ଘରକୁ ଝିଅ ପୁଅ ମଧ୍ୟ ମିଶି କରି ଆସନ୍ତି।ଦମ୍ପତିଙ୍କ ପାପ ସାମ୍ରାଜ୍ୟରେ ଉକ୍ତ ପ୍ରଯୋଜକ ଙ୍କ ଲିଙ୍କ୍ କୁ ନେଇ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ପଚରା ଉଚରା ମଧ୍ୟ କରି ସାରିଛି।ଭଡ଼ାରେ ଥିବା ଅର୍ଚ୍ଚନା

ତାଙ୍କ ବିରୁଦ୍ଧରେ ଆଣିଥିଲେ ଅସଦା ଚରଣ ର ଅଭିଯୋଗ ଆଉ ସେହି ପ୍ରଯୋଜକ ଙ୍କୁ ଜଣେ ଲେଡୀ ଇନ୍ସପେକ୍ଟର ସୁରକ୍ଷା ଦେଉଥିବା କଥା ଚର୍ଚ୍ଚା ହେଉଛି।ଯାହାଙ୍କର ନୟାଗଡ଼ ସହ ଲିଙ୍କ୍ ରହିଛି।ଶ୍ରଦ୍ଧାଂଜଳି ତାଙ୍କର ଏଫ୍ ଆଇ ଆର କପିରେ ଜଣେ ନୟାଗଡ଼ ବ୍ୟକ୍ତି ତାଙ୍କର ଗ୍ରାହକ ସାଜିଥିବା କଥା ଉଲ୍ଲେଖ କରିଥିଲେ

ଅର୍ଥାତ୍ ଅର୍ଚ୍ଚନା ଙ୍କ ଜାଲର ଶିକାର ନୟାଗଡ଼ର ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ହୋଇଥିବା କଥା ଜଣା ପଡିଛି ତେବେ କିଏ ସେ ନୟାଗଡ଼ ପ୍ରଯୋଜକ ଙ୍କୁ ସୁରକ୍ଷା ଦେବା ଆଳରେ ନୟାଗଡ଼ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଥିଲେ କି ଲେଡୀ ଇନ୍ସପେକ୍ଟର।

Leave a Reply

Your email address will not be published. Required fields are marked *