ଯେବେ Raimohan କହିଲେ ସବୁ ଫିଲ୍ମ ବାଲା ଖରାପ ନୁହଁନ୍ତି ରଞ୍ଜିତା,ମୁଁ ତୁମକୁ ବହୁତ ଭଲପାଏ,ତୁମ ବିନା ମୁଁ…

ଓଡ଼ିଆ ଫିଲ୍ମ ଜଗତରେ ଖଳନାୟକଙ୍କ କଥା କହିଲେ ରାଇ ମୋହନ ପରିଡ଼ାଙ୍କ କଥା ଆମ ଆଖି ସାମ୍ନାକୁ ଚାଲି ଆସିଥାଏ। ଫିଲ୍ମରେ ଖଳନାୟକ ଭୂମିକାରେ ସେ ଯେତେ ଭୟାନକ ଥିଲେ ବାସ୍ତବରେ ସେ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ଭଦ୍ର ବ୍ୟକ୍ତି ଓ ପ୍ରେମ ଜୀବନରେ ସେ ଜଣେ ରୋମାଣ୍ଟିକ ବ୍ୟକ୍ତି ଥିଲେ।

ଆଜି ରାଇ ମୋହନ ଆଉ ଆମ ଗହଣରେ ନାହାଁନ୍ତି। ଜୁନ ମାସରେ ଭୁବନେଶ୍ୱର ସ୍ଥିତ ତାଙ୍କର ବାସଭବନରୁ ତାଙ୍କ ଝୁଲନ୍ତା ମର ଶରୀର ଉଦ୍ଧାର କରାଯାଇଥିଲା। ତାଙ୍କ ଆତ୍ମହତ୍ୟା ଖବର ଶୁଣି ସାରା ଓଡ଼ିଶା ଆଶ୍ଚର୍ଯ୍ୟ ହୋଇଯାଇଥିଲା ଓ ସେ ଏମିତି କାହିଁକି କଲେ ବୋଲି କେହିବି ବୁଝି ପାରିଲେନାହିଁ।

ପରିବାରରେ ଶୋକର ଛାୟା ଖେଳି ଯାଇଥିଲା ଓ ପୋଲିସ ସମସ୍ତଙ୍କୁ ପଚରା ଉଚରା କରିବାରେ ବ୍ୟସ୍ତ ଥିଲା କିନ୍ତୁ ଏହି ସମୟରେ ରାଇ ଙ୍କ ଏକ ପ୍ରେମ ପତ୍ର ଭାଇରାଲ ହୋଇ ସାମ୍ନାକୁ ଆସୁଛି। ଆସନ୍ତୁ ଜାଣିବା ସେହି ପ୍ରେମ ପତ୍ରରେ କଣସବୁ ଲେଖାଥିଲା।୧୯୯୧ ମସିହା ବେଳର କଥା ରାଇ ମୋହନ ନିଜ ପ୍ରେମିକା ରଞ୍ଜିତାଙ୍କ

ଏକ ପ୍ରେମ ପତ୍ର ଲେଖିଥିଲେ। ସେତେବେଳେ ତ କୌଣସି ହ୍ଵାଟ୍ସଆପ କିମ୍ବା ସୋସିଆଲ ମିଡ଼ିଆ ନଥିଲା ସେଥିପାଇଁ ସେତେବେଳେ ହାତଲେଖା ପ୍ରେମ ପତ୍ର ଚାଲୁଥିଲା। ଏହି ହାତଲେଖା ପ୍ରେମ ପତ୍ରରେ ରାଇ ଲେଖିଥିଲେ ଯେ, ” ରଞ୍ଜୁ ଫିଲ୍ମରେ କାମ କରୁଥିବା ସବୁ ଲୋକେ ଖରାପ ନୁହଁନ୍ତି, ମୁଁ ଶୁଣିଛି ତୁମକୁ ଗୁଣୀ କଲେ

ତୁମେ ମୋତେ ଭୁଲିଯିବ। ଏମିତି କରିବନାହିଁ ଏମିତି କଲେ ମୁଁ ମରିଯିବି ଆଉ ତୁମ ବିନା ରହି ପାରିବିନାହିଁ,ଏହାପରେ ରାଇ ସେହି ସାଧା କାଗଜରେ ଏକ ପାନପାତ୍ର ଚିହ୍ନ କରିଥିଲେ ଓ ଯେଉଁଥିରେ କେବଳ ରାଇ ଓ ରଞ୍ଜୁ ଲେଖାଥିଲା। ଏହାପରେ ରାଇ ୧୯୯୨ ମସିହାରେ ରଞ୍ଜୁଙ୍କୁ ବିବାହ କରିଥିଲେ।

ବର୍ତ୍ତମାନ ରାଇଙ୍କ ଏହି ପ୍ରେମ ପତ୍ର ଭାଇରାଲ ହେବାପରେ ସାରା ଓଡ଼ିଶା ବାସୀ ବହୁତ ଭାବ ବିହ୍ଵଳ ହୋଇପଡିଛନ୍ତି ଓ ସେମାନେ ରାଇଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *