ଆପଣ ମଧ୍ୟ Rasta ରେ ଠାକୁର ଙ୍କୁ ଗୋଟିଏ ହାତରେ ମୁଣ୍ଡିଆ ମାରୁଛନ୍ତି କି,ତେବେ ଏହି ବଡ କଥା ଜାଣିଲେ ଆପଣ କେବେ ଏହି ଭୁଲ କରିବେ ନାହିଁ…

Uncategorized

ବନ୍ଧୁଗଣ ମନେ ରଖନ୍ତୁ କି ଠାକୁରଙ୍କ ପୂଜା କରିବା ସମୟରେ ଐଶାନ୍ୟ କୋଣ ଅଥବା ପୂର୍ବ ଦିଗକୁ ଅନାଇ ବସିବା ସବୁଠୁ ମଙ୍ଗଳକାରୀ ସାବ୍ୟସ୍ତ ହେଇଥାଏ।ତେବେ ଆପଣ ଯେତେବେଳେ ଠାକୁରଙ୍କ ପୂଜା କରୁଛନ୍ତି ସେତେବେଳେ ଆପଣ ଠାକୁରଙ୍କ ଆଡକୁ ପିଠି କରି ଅଥବା ନିଜ ପଛକୁ ଠାକୁରଙ୍କୁ ରଖି ବସିବା ଜମା ବି ଉଚିତ ନୁହଁ, ଏହା ଅମଙ୍ଗଳକାରୀ ଅଟେ।ଏହାର ପ୍ରଭାବ ଆପଣଙ୍କ ଘର ମାନଙ୍କ ଉପରେ ଗଭୀର ଭାବେ ପଡିଥାଏ।

ପୂଜା କରିବା ସମୟରେ ଆପଣ ତମ୍ବା ପାତ୍ରରେ ଚନ୍ଦନ ଘୋରିକି ରଖନ୍ତୁ ନାହିଁ।ଅଥବା ଅତି ପତଳା ଚନ୍ଦନ ଠାକୁରଙ୍କୁ ଦେବା ଅନୁଚିତ।ଠାକୁରଙ୍କ ପୂଜା ସମୟରେ ଦୀପ ଜଳାଇବା ସମୟରେ ଦୀପ ତଳେ ଅରୁଆ ଚାଉଳ ରଖିବା ଦ୍ୱାରା ଆପଣଙ୍କ ଉପରେ ଭଗବାନଙ୍କ କୃପା ଦୁଇଗୁଣ ହେଇ ଯାଇଥାଏ।କେବେବି ଦୀପରୁ ଦୀପ ଜଳାଇବା ଉଚିତ ନୁହଁ।ଏହା ଆପଣଙ୍କ ଅମଙ୍ଗଳ କରିଥାଏ।

ପ୍ରତ୍ୟେକ ଦିନ ଆପଣ ପଞ୍ଚଦେବ ଯଥା ଭଗବାନ ସୂର୍ଯ୍ୟଦେବ, ଭଗବାନ ଶ୍ରୀଗଣେଶ, ପ୍ରଭୁ ନାରାୟଣ, ଭଗବାନ ଶିବ ଏବଂ ମା ଦୁର୍ଗାଙ୍କୁ ପୂଜା କରିବା ଉଚିତ ହେଇଥାଏ।ଏହାଦ୍ୱାରା ସଭିଙ୍କ କୃପା ଆପଣଙ୍କ ଉପରେ ତଥା ଆପଣଙ୍କ ପରିବାର ଉପରେ ରହିଥାଏ ଆଉ ଆପଣଙ୍କ ଜୀବନ ଖୁସି ରହେ।ଏହା ମଙ୍ଗଳକାରୀ ହୋଇଥାଏ।

ସର୍ବଦା ମନେ ରଖନ୍ତୁ କି ଆପଣ ଯେତେବେଳେ ଠାକୁରଙ୍କ ପାଖରେ ଆଳତି କରୁଛନ୍ତି ସେତେବେଳେ ଠାକୁରଙ୍କ ପାଦ ଆଡକୁ ଚାରି ଥର , ନାଭି ଆଡକୁ ଦୁଇଥର ଏବଂ ମୁଖ ଆଡକୁ ଥରେ ବୁଲାଇବା ଶୁଭ ହେଇଥାଏ।ଏହା ଆପଣଙ୍କ ପାଇଁ ବହୁତ ମଙ୍ଗଳାକାରୀ ସାବ୍ୟସ୍ତ ହେଇଥାଏ।ତେବେ ଏହା ବାବଦରେ ଆପଣ ଜାଣିଲେ ଆପଣ ନିଜର ଆଳତିର ସ୍ତର ବୃଦ୍ଧି କରିପାରିବେ।

ମନେ ରଖନ୍ତୁ କି ବିନା ଆସନରେ ପୂଜାପାଠ କରିବା ଅନୁଚିତ ହେଇଥାଏ ଆଉ ପୂଜା କରିବା ପରେ ଆସନ ତଳେ ଦୁଇବୁନ୍ଦା ଜଳ ପକାଇ ତାହାକୁ ମୁଣ୍ଡରେ ମାରି ଉଠାଇବା ହିଁ ମଙ୍ଗଳକାରୀ ହେଇଥାଏ। ଏହାଦ୍ୱାରା ଭଗବାନ ଆପଣଙ୍କ ଉପରେ କୃପା କରନ୍ତି। ସବୁବେଳେ ମନେ ରଖନ୍ତୁ କି ଠାକୁରଙ୍କ ସାମ୍ନାରେ ଲଗା ଯାଇଥିବା ଦୀପକୁ କେବେ ବି ନିଜେ ଲିଭାଇବା ଉଚିତ ହେଇ ନଥାଏ।ଏହା ଅଶୁଭ ଆଉ ଅମଙ୍ଗଳକାରୀ ହେଇଥାଏ।ଏହାକୁ ଆପଣ ଘିଅ ସରିବା ଯାଏ ଛାଡି ଦିଅନ୍ତୁ ଆଉ ଆପେ ଆପେ ଲିଭିବାକୁ ଦିଅନ୍ତୁ।

ଦିନ ବାରଟା ରୁ ଦିନ ଚାରିଟା ପର୍ଯ୍ୟନ୍ତ ଭଗବାନଙ୍କ ପୂଜା କରିବା ଅନୁଚିତ ଅଟେ।ସେହିପରି ରାତି ୧୨ ରୁ ୩ ଟା ଯାଏ ପୂଜା କରିବା ଅନୁଚିତ ଅଟେ।ଅଗାଧୁଆ କେବେବି ପବିତ୍ର ତୁଳସୀ ପତ୍ର ତୋଳିବା ଉଚିତ ହୋଇନଥାଏ।ଅଗାଧୁଆ ତୋଳାଯାଇଥିବା ପବିତ୍ର ତୁଳସୀ ପତ୍ର ଦେବ କାର୍ଯ୍ୟରେ ସ୍ୱୀକାର ହୋଇନଥାଏ।

ଠାକୁରଙ୍କୁ ପୂଜା କରିବା ସମୟରେ କେବେବି ଗୋଟିଏ ହାତରେ ପ୍ରଣାମ କରିବା ଉଚିତ ନୁହେଁ ଏହା ଦ୍ଵାରା ସମସ୍ତ ପୁଣ୍ୟ ନଷ୍ଟ ହୁଏ ଏବଂ ଦୁଇ ହାତ ଯୋଡି ପ୍ରଣାମ କରିବା ମଙ୍ଗଳ ହୋଇଥାଏ।ଭଗବାନଙ୍କ ପୂଜା ସମୟରେ କେବେବି କୌଣସି ବସ୍ତୁ ବାମ ହାତରେ ଦେବା କିମ୍ବା ନେବା ଉଚିତ ନୁହେଁ ସର୍ବଦା ଡାହାଣ ହାତରେ କରିବା ଦ୍ୱାରା ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *