ଏଠି ଟିକିଏ ଭୁଲ କଲେ ଜୀବନ ଜୀବନ ଜିବ,ଦୁନିଆର ସବୁଠାରୁ ଖତର୍ ନାକ୍ ROAD ଏଠାରେ ଦେଖନ୍ତୁ…

ଆପଣ ତ ବହୁତ ଜାଗାରେ ଗାଡ଼ି ଚଳାଇଥିବା କିନ୍ତୁ ଏହି ଜାଗାରେ ଗାଡ଼ି ଚଳାଇବା ପୂର୍ବରୁ ୧୦୦ ଥର ଭାବିବେ।ଏମିତି ହିଁ ୫ ଟି ଜାଗା ଯେଉଁଠିକୁ ଯିବାକୁ ଲୋକ ମାନଙ୍କ ଦେହ ଥରି ଉଠେ।ପାସେଜ ଡୁଇ ଗୋଇସ ଫ୍ରାନ୍ସ,ଏହି ରାସ୍ତାରେ ଯିବା କିଛି କଥା ନୁହଁ କିନ୍ତୁ ଆପଣ ଯଦି କିଛି ବାଟ ଆଗକୁ ଯିବେ ଦେଖିବେ ସେ ରାସ୍ତାଟି ଅଦୃଶ୍ୟ ହେଇ ଯାଇଥିବ ଦିନରେ ଦି ଥର ଏହି ରାସ୍ତା ଟି ବୁଡି ଯାଇଥାଏ।

ଯଦି ଆପଣ ଭୁଲ ସମୟରେ ଏହି ରାସ୍ତାରେ ଯାଇଛନ୍ତି ତାହେଲେ ଏହି ରାସ୍ତା ସହ ଆପଣ ବି ବୁଡି ଯିବେ।ସେଥିପାଇଁ ଲୋକମାନେ ଠିକ୍ ସମୟ ଜାଣିକି ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି।୪.୫ କିମିର ଏହି ରାସ୍ତା ଫ୍ରାନ୍ସ ଠାରୁ ଦୂରରେ ନଇମେଗା ଆଇଲାଣ୍ଡ ସହ ଏହା ଯୋଡ଼ି ହେଇଛି।ସ୍କିପର୍ସ୍ କ୍ୟାନିଅନ ରୋଡ ନ୍ୟୁଜିଲାଣ୍ଡ

ଏହି ରାସ୍ତାଟି ଦେଖିବାକୁ ସୁନ୍ଦର କିନ୍ତୁ ଏହି ରାସ୍ତାରେ ବହୁତ ଅସୁବିଧା ଲାଗି ରହିଛି ଏହି ରାସ୍ତାଟି ପାହାଡ଼ କାଟି ବନାଯାଇଛି ଆଉ ଏହି ରାସ୍ତାରେ ଏତେ ପରିଣାମରେ ଦୁର୍ଘଟଣା ହେଲା ଯେ ଏହି ରାସ୍ତାକୁ ଥରେ ସରକାର ବନ୍ଦ କରିଦେଇଥିଲେ।ଏହି ରାସ୍ତାରେ ଗଲେ ଆଉ ଗାଡ଼ି ବୁଲେଇବା ପାଇଁ ରାସ୍ତା ନାହିଁ।

କିନ୍ତୁ ଆରପଟକୁ ଯିବା ପାଇଁ ଏହି ଗୋଟିଏ ମାତ୍ର ରାସ୍ତା ଥିବାରୁ ସରକାରଙ୍କୁ ପୁଣିଥରେ ଏହାକୁ ଖୋଲିବାକୁ ପଡ଼ିଲା।ଜେମସ ଡ଼ାଲ୍ଟନ୍ ହାଇୱେ ଆଲାସ୍କା,୬୬୫ କିମିର ଏହି ରାସ୍ତା ଯେଉଁଠି ଯିବା ଏତେ କଷ୍ଟ ଯେ ସେଠାରେ ଗାଡି ମଧ୍ୟ ଗଡେ ନାହିଁ।ଏଠି ଆଖପାଖରେ ଖାଇବା ପିଇବା ମିଳିବ ନାହିଁ।କାରାକରମ ହାଇୱେ ପାକିସ୍ତାନ,ପାହାଡ଼ କାଟି ତିଆରି ହେଇଥିବା

ଏହି ରାସ୍ତା ସବୁଠୁ ଉଚ୍ଚ ଏବଂ ଭୟାନୀୟ ରାସ୍ତା ଅଟେ।ଏହି ରାସ୍ତାଟି ବେଳେ ବେଳେ ଝରଣାରେ ପରିଣତ ହୋଇଯାଏ।ଆଉ ଏହି ରାସ୍ତା କୁ ଚିନର ଇଞ୍ଜିନୟର ମାନେ ଆଉ ପାକିସ୍ତାନ ମିଶି ବନାଇଥିଲେ।ଯୋଜିଲ୍ଲା ପାସ ଭାରତ।ଏହି ରାସ୍ତାଟି କାଶ୍ମୀରକୁ ଗଲାବେଳେ ପଡେ।ସମୁଦ୍ର ପତନ ଠାରୁ ୧୧୫୦୦ କିମି ଉଚ୍ଚତାରେ ରହିଛି।ଏହି ରାସ୍ତାରେ କୋଣସି ଲାଇଟ ନାହିଁ ତ ସେଥିପାଇଁ ଦେଖା ନା ଗଲେ ସିଧା ଉପରକୁ ଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *