ଖାଇବାର ଏହି 7 ନିୟମ ଶାସ୍ତ୍ରରେ କୁହାଯାଇଛି, ଯଦି ଆପଣ ପାଳନ କରନ୍ତି, ତେବେ ଆପଣ ସର୍ବଦା ସୁସ୍ଥ ରହିବେ

ଶାସ୍ତ୍ର ମନୁଷ୍ୟକୁ ସଫଳ ଜୀବନ ବଞ୍ଚିବାର ମାର୍ଗ କହିଥାଏ । ଏମିତିରେ ଶାସ୍ତ୍ରରେ ଧର୍ମ କର୍ମକୁ ନେଇକରି ଦୈନିକ ଜୀବନରୁ ଯୋଡି ହୋଇଥିବା ସବୁ ମହତ୍ତ୍ୱପୁର୍ଣ୍ଣ କଥା ବିଷୟରେ ଉଲ୍ଲେଖ ହୋଇଥାଏ , ଶାସ୍ତ୍ରରେ ଦୈନିକ ଜୀବନରେ ସବୁ କ୍ରିୟାର ପାଇଁ ଉଚିତ୍ ନିୟମ ଓ କାଇଦା କୁହାଯାଇଛି, ଯେଉଁଥିରେ ଭୋଜନ ସଂବନ୍ଧୀ ଜରୁରୀ ନିୟମର ଉଲ୍ଲେଖ କରାଯାଇଛି, ସେମିତି ଆଜିର ଆଧୁନିକ ଯୁଗରେ ଶାସ୍ତ୍ରର କଥା ଭୁଲିଯାଇଛନ୍ତି, କିନ୍ତୁ ବାସ୍ତବରେ ଯଦି ଏହି ନିୟମ ପାଳନ କରାଯାଏ ତେବେ ଜୀବନ ଧନ୍ୟ ହୋଇପାରେ , ଖାସ୍ କରି ଯଦି ଶାସ୍ତ୍ର ନିୟମନୁସାରେ ଭୋଜନ କରାଯାଏ , ତେବେ ଧାର୍ମିକ ଦୃଷ୍ଟି ଆମର ପାଇଁ ହିତକାରୀ ହେବ , ତାହା ସହ ଏହାର ପାଳନରୁ ଆମେ ସ୍ୱାସ୍ଥ୍ୟ ଲାଭ ବି ମିଳିବ , ଆଜି ଆମେ ଆପଣଙ୍କୁ ଭୋଜନ ସହ ଯୋଡି ହୋଇଥିବା କିଛି ୭ ଟି ନିୟମ ବିଷୟରେ କହିବାକୁ ଯାଊଛୁ ।

୧) ହିନ୍ଦୁ ଧର୍ମଶାସ୍ତ୍ରରେ ଅନ୍ନକୁ ଦେବତା ମାନାଯାଇଛି, ଏମିତିରେ ଶାସ୍ତ୍ରନୁସାରେ ଯେଉଁ ବ୍ୟକ୍ତି ଭୋଜନ ମାନେ ଅନ୍ନର ଅନାଦର କରିଥାଏ , କିମ୍ବା ନିୟମନୁସାରେ ଭୋଜନ କରେ ନାହିଁ , ତାକୁ ଅନ୍ନଦେବତା ରୁଷ୍ଟ ହୋଇଯାଆନ୍ତି , ଏଥିପାଇଁ ଶାସ୍ତ୍ରରେ ଭୋଜନ କରିବାପାଇଁ କିଛି ଜରୁରୀ ନିୟମ କୁହାଯାଇଛି, ଯାହାର ଅନୁସରଣ କରିଲେ ଦେବତା ପ୍ରସନ୍ନ ହୋଇଯାଆନ୍ତି , ଓ ବ୍ୟକ୍ତିକୁ ଆଜୀବନ ଆରୋଗ୍ୟ ରହିଥାଏ , ଚାଲନ୍ତୁ ଜାଣିବା ଭୋଜନ ସହ କିଛି ଜରୁରୀ ନିୟମଗୁଡୀକ ବିଷୟରେ ।

୨) ଶାସ୍ତ୍ର ଅନୁସାରେ ବିନା ଗାଧୋଇ କିମ୍ବା ହାତ ନଧୋଇ ଭୋଜନ କରିବା ଉଚିତ୍ ନୁହେଁ , ଏହାର କାରଣ କରାଯାଇଥିବା ଭୋଜନ ଶରୀରରେ ଲାଗେ ନାହିଁ , ଓ ଅନ୍ନ ସାଥିରେ ଦେବତା ନାରାଜ ହୋଇଯାଆନ୍ତି , ଶାସ୍ତ୍ରର କଥା ମାନିଲେ ଯେଉଁ ବ୍ୟକ୍ତି ବିନା ମୁହଁ ହାତ ଧୋଇ କିମ୍ବା ନ ଗାଧୋଇ ଅଳିଆ ସ୍ଥାନରେ ବସି ଭୋଜନ କରେ ତାକୁ ଆର୍ଥିକ ହାନୀ ସହିବାକୁ ପଡେ,  ତାହା ସହ ଘରେ ଧନର କମି ଓ ଆର୍ଥିକ ଅସୁବିଧାର ସାମ୍ଣା କରିବାକୁ ପଡିପାରେ , ଏହି କାରଣରୁ ସ୍ୱାସ୍ଥ୍ୟ ଖରାପ ରହିପାରେ ।

୩) ଶାସ୍ତ୍ର ନୁସାରେ ଭୋଜନ କରିବାର ଉପଯୁକ୍ତ ସ୍ଥାନ ତଳେ ଅଟେ, ଏହା ଛଡା ବିଛଣା, ଚେୟାର୍, ସୋଫା ଇତ୍ୟାଦିରେ ବସିକରି ଭୋଜନ କରିବା ଧାର୍ମିକ ଦୃଷ୍ଟୀକୋଣରୁ ଭୁଲ୍ ବୋଲି ଜଣାଯାଏ ।

୪) ସେମିତି ଶାସ୍ତ୍ରରେ ପ୍ରଥମେ ଭୋଜନର ଥାଳି ଗାଇ ପାଇଁ ବାହାର କରିବା ଉଚିତ୍ , ଯଦି କେଉଂ କାରଣ ବଶତଃ ଆପଣ ରୁଟୀ ଗାଇକୁ ଦେଇପାରୁନାହାନ୍ତି , ତେବେ ଭୋଜନ ଆରମ୍ଭ କରିବା ପୁର୍ବରୁ ଗ୍ରାସ ଭଗବାନଙ୍କ ନାଁରେ ରୁଟି ବାହର୍ କରିଦେବେ ,

୫) ବହୁତଥର ଭୋଜନ କରୁଥିବା ସମୟରେ କିଛି ଅଂଶ ତଳେ ପଡିଯାଏ , କିନ୍ତୁ ଆମେ ତାହାକୁ ଅଣଦେଖା କରିଦେଉ, ଏମିତିରେ ସେହି ଅନ୍ନ ତଳେ ପଡିଥିଲେ ତାହା ଗୋଡରେ ଲାଗିଯାଏ , ଯାହାକି ଭୁଲ୍ ଅଟେ, ଧାର୍ମିକ ଦୃଷ୍ଟିରୁ ଅନ୍ନକୁ ପାଦରେ ଲଗାଈବା ପାପ ହୋଇଥାଏ, ଏମିତିରେ ଭୋଜନ କରିବା ସମୟରେ ଅନ୍ନ ତଳେ ପଡିଗଲେ ତାହାକୁ ଉଠାଈରଖିଦିଅନ୍ତୁ, ଓ କେଉଁ ଚଢେଇ କିମ୍ବା ପିମ୍ପୁଡୀକୁ ଖାଇବାକୁ ଦେଇଦିଅନ୍ତୁ , ଯଦି ଆପଣ ଏମିତି କରିପାରୁନାହାନ୍ତି , ତେବେ ତାହାକୁ ଉଠାଇକରି ସେହି ସ୍ଥାନକୁ ସଫା କରିଦିଅନ୍ତୁ ।

୬) ବହୁତଥର ଏମିତି ହୋଇଥାଏ କି ଲୋକେ ନିଜ ଥାଳିରେ ଆବଶ୍ୟକତାରୁ ଅଧିକା ଭୋଜନ ଆଣିଥାନ୍ତି , କିନ୍ତୁ ଯେବେ ଭୋକ କମିଯାଏ , ତେବେ ସେହି ଥାଳିରେ ବଳକା ଖାଦ୍ୟ ଛାଡିଦିଅନ୍ତି, ଯେବେ କି ଥାଳିରେ ଅଇଁଠା ଭୋଜନ, ବାସ୍ତୁ ଓ ଜ୍ୟୋତିଷ୍ୟଶାସ୍ତ୍ରରେ ଭଲ ମାନାଯାଏ ନାହିଁ ଥାଳିରେ ଭୋଜନ ଛାଡିବା ଦ୍ୱାରା ଲକ୍ଷ୍ମୀ ମା ନାରାଜ୍ ହୋଇଯାଆନ୍ତି, ଓ ଏହାର କାରଣରୁ ଘରେ ଧନ ସଂବନ୍ଧିତ ନାନା ଅସୁବିଧା ଦେଖାଦିଏ , ହୋଇପାରିବ ଯଦି ସେହି ଅଇଁଠା ଖାଦ୍ୟକୁ କେଉଁଆଡେ ନ ପକାଇ କେଉଁ ପଶୁକୁ ଖୁଆଇଦିଅନ୍ତୁ ।

୭) ଧାର୍ମିକ ମାନ୍ୟତା ଅନୁସାରେ ବଞ୍ଚିଯାଇଥିବା ଖାଦ୍ୟକୁ ଅଳିଆଗଦାରେ ପକାଇବା, ଅପବିତ୍ର ସ୍ଥାନରେ ପକାଇବା, ଘରେ ଠିଆ ହୋଇ ଭୋଜନ କରିବା, ଜୋତା ପିନ୍ଧିକରି ଭୋଜନ କରିବା , ଦ୍ୱାରା ବ୍ୟକ୍ତିର ଆୟୁ ହ୍ରାସ ହୋଇଥାଏ ।

Leave a Reply

Your email address will not be published. Required fields are marked *