ହେ Bhagwan ପାଣିରେ ଲାଗିଲା ନିଆଁ,ସମୁଦ୍ରରୁ ନିଆଁ ଲିଭାଇବାକୁ ଲାଗିଲା ୫ ଘଣ୍ଟା ଲାଗିଗଲା…ଦେଖନ୍ତୁ Video

ସମୂଦ୍ରରେ ଅଚାନକ ଲାଗିଗଲା ନିଆଁ ଓ ଏହାଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଲୋକମାନେ ନିଜର ମତ ଦେଇ କହିଛନ୍ତି ଯେ, ସୃଷ୍ଟି ବିନାଶ ହେବାର ସମୟ ଆସିଗଲାଣି ଓ ଆଗକୁ ଏମିତି ଦୃଶ୍ୟ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ଘଟଣାଟି ମେକ୍ସିକୋର ଅଟେ। ଏଠାରେ ଥିବା ଏକ ସମୂଦ୍ରରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି। ଯେତେବେଳେ କିଛି ବୋଟ ଗ୍ୟାସ ଭର୍ତ୍ତି କରି କୂଳ ଆଡ଼କୁ ଯାଉଥିଲେ ସେତେବେଳେ ପ୍ରବଳ ବର୍ଷା ଓ ଘଡ଼ଘଡି ମାରୁଥିଲା।ଘଟଣାଟି ଏମିତି ଘଟିଥିଲା ଯେ, ବୋଟ ଗ୍ୟାସ ଭର୍ତି କରି ନେଉଥିବା ସମୟରେ ପ୍ରବଳ

ମାତ୍ରାରେ ଗ୍ୟାସ ଲିକ କରୁଥିଲା ଓ ଅଚାନକ ଏକ ବିଜୁଳି ମାରିବାରୁ ଏହା ଗ୍ୟାସ ସହିତ ପ୍ରତିକ୍ରିୟା କରି ନିଆଁ ଜଳିବାକୁ ଲାଗିଲା। ନିଆଁର ପ୍ରଭାବ ଏତେ ଜୋରରେ ଥିଲା ଯେ, ଏହାକୁ ଲିଭାଇବା ପାଇଁ ଦୀର୍ଘ ପାଞ୍ଚଘଣ୍ଟାର ସମୟ ଲାଗିଥିଲା।ପ୍ରାୟ ଚାରୋଟି ବୋଟ ମଟର ଲଗାଇ ନିଆଁ ଲିଭାଇବାକୁ ଚେଷ୍ଟା

କରୁଥିଲେ ଓ ଏହି ନିଆଁ ଦୀର୍ଘ ପାଞ୍ଚଘଣ୍ଟା ପରେ ଲିଭିବା ପରେ ଏଠାକାର ବିଭାଗ ସୂଚନା ଦେଇ କହିଥିଲେ ଯେ, ଦୁର୍ଘଟଣାରେ କାହାର ଜୀବନ ଯାଇନାହିଁ ଓ ଅଧିକ କିଛି କ୍ଷତି ପହଞ୍ଚିନାହିଁ, ତୁରନ୍ତ ଆକ୍ସନ ନିଆଯାଇ ଦୁର୍ଘଟଣାକୁ ଅଣ୍ଡର କଣ୍ଟ୍ରୋଲ କରାଯାଇଥିଲା।ଏହି ଘଟଣାଟି ସ୍ଥାନୀୟ ଲୋକଙ୍କ ସାମ୍ନାକୁ ଆସିବାପରେ

ସେମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସୋସିଆଲ ମିଡ଼ିଆରେ ଉପସ୍ଥାପନ କରିଥିଲେ। ଜଣେ ୟୁଜର୍ସ କମେଣ୍ଟ ଦେଇ କହିଥିଲେ, “ଦୁନିଆର ଅନ୍ତ ମାତ୍ର ଆଉ କିଛିଦିନ ରହିଗଲାଣି”। ଆଉଜଣେ ୟୁଜର୍ସ କମେଣ୍ଟ ଜରିଆରେ ଲେଖିଥିଲେ,” କଳିଯୁଗ ଶେଷ ହେବା ସମୟରେ ଏମିତି ଆହୁରି କିଛି ଜିନିଷ ଆମକୁ ଦେଖିବାକୁ ମିଳିବ

https://www.youtube.com/watch?v=wgRqUfbxIt4

Leave a Reply

Your email address will not be published. Required fields are marked *