ପୁରୀ Nimapada ବ୍ରିଜ ଉପରେ ସନ୍ଧ୍ୟା ହେଲେ ବ୍ରିଜ ଉପରେ ଘୁରୁଚି ବିଷ୍ଣୁ ର ଆତ୍ମା,ଆଉ କହୁଛି କେହି ପ୍ରେମ କରନି ନହେଲେ ମୋ ଭଳି..

ପୁରୀ ଜିଲ୍ଲା ନିମାପଡ଼ା ପୌରପରିଷଦ ଦକ୍ଷିଣ ସାହିରେ ଜଣେ ପ୍ରେମିକର କାହାଣୀ ଆପଣ ଶୁଣିଲେ ନିଶ୍ଚୟ ଭାବରେ ଭାବବିହ୍ଵଳ ହୋଇପଡି଼ବେ। ଏହି କାହାଣୀ ହେଉଛି ପ୍ରେମିକ ବିଷ୍ଣୁ ଭୋଇଙ୍କର, ନିମାପଡ଼ା ଥାନା ଦହିଜଙ୍ଗ ଅଞ୍ଚଳର ଜଣେ ଯୁବତୀଙ୍କୁ ବିଷ୍ଣୁ ନିଜର ମନଦେଇ ଭଲ ପାଉଥିଲେ, କେବଳ ଵିଷ୍ଣୁ ନୁହଁନ୍ତି ଯୁବତୀ ମଧ୍ୟ ବିଷ୍ଣୁଙ୍କୁ ସେମିତି ଭଲ ପାଉଥିଲେ।

ଜଣେ ଆଉଜଣଙ୍କୁ ଛାଡ଼ି ରହି ପାରିବେନାହିଁ ବୋଲି ଶପଥ ନେଇଥିଲେ। ଏହାପରେ ବିଷ୍ଣୁ ଝିଅଟିକୁ ନିଜ ସାଥିରେ ନେଇଆସିଥିଲା। ଏଥିରେ ଝିଅର ଘରଲୋକେ କ୍ରୋଧିତ ହୋଇ ବିଷ୍ଣୁଙ୍କ ଘରେ ପହଞ୍ଚିଲେ ଓ ସେଠାରେ ନିଜ ଝିଅକୁ କହିଥିଲେ, ଦେଖ ମାଆ ଆମେ ସମ୍ପୂର୍ଣ୍ଣ ରୀତିନୀତିରେ ତୋର ବିବାହ କରାଇବୁ ଝିଅକୁ ଏହି ମିଛ ପ୍ରତିଶ୍ରୁତି ସେମାନେ ନିଜା ସହିତ ଝିଅକୁ ନେଇଯାଇଥିଲେ।

ଏହାପରେ ପୁଅର ପରିବାର ଲୋକେ ମଧ୍ୟ ରାଜି ହୋଇ ଝିଅକୁ ଯିବାକୁ କହିଥିଲେ। କିନ୍ତୁ କିଛିଦିନ ପରେ ସବୁକିଛି ବଦଳି ଯାଇଥିଲା, ବିଷ୍ଣୁଙ୍କ ପ୍ରେମ ତ ପୂର୍ବଭଳି ରହିଥିଲା କିନ୍ତୁ ଝିଅଟି ସମ୍ପୂର୍ଣ୍ଣ ଭାବରେ ବଦଳିଗଲା ଓ ସେ ଵିଷ୍ଣୁଙ୍କ ଫୋନର ଉତ୍ତର ମଧ୍ୟ ଦେଲାନାହିଁ। ଏଥିରେ ବିଷ୍ଣୁ ସମ୍ପୂର୍ଣ୍ଣ ଭାଙ୍ଗିଗଲା ଓ ତା’ ରାତିର ନିଦ ହଜାଇ ବସିଲା।

ଘରେ ଖାଇବା ପିଇବା ମଧ୍ୟ ଭୁଲିଗଲା।କିନ୍ତୁ କିଛିଦିନ ପରେ ରାତିରେ ଯୁବତୀ ଜଣକ ବିଷ୍ଣୁଙ୍କୁ ଫୋନ କରିଥିଲେ ଓ କହିଥିଲେ,ବିଷ୍ଣୁ ତମ କଥା ଭାରି ମନେ ପଡ଼ୁଛି ଆସ ମୋତେ ଦେଖା କରିବାକୁ। ଏହିକଥା ଶୁଣି ବିଷ୍ଣୁର ଖୁସି କହିଲେ ନସରେ ସେ ତୁରନ୍ତ ରାତିରେ ଝିଅକୁ ଦେଖା କରିବାକୁ ଚାଲିଲା କିନ୍ତୁ ସେଠାରେ

ଆଉକିଛି ଘଟି ଯାଇଥିଲା।ଝିଅର ଘରଲୋକେ ପୂର୍ବରୁ ଯୋଜନା ବନାଇଥିଲେ। ବିଷ୍ଣୁ ଆସିବାପରେ ସେମାନେ ବିଷ୍ଣୁକୁ ଜୀବନରୁ ମାରିଦେଇ ଦହିଜଙ୍ଗ ଠାରେ ଥିବା ପୋଲ ତଳେ ତା’ ଶବକୁ ଫିଙ୍ଗି ଦେଇଥିଲେ। ସକାଳ ହେଲା ବିଷ୍ଣୁ ଘରକୁ ଫେରିନଥିଲା ଓ ବିଷ୍ଣୁର ଘରଲୋକ ଖବର ପାଇଥିଲେ କି, ତାଙ୍କ ପୁଅ ମରିଯାଇଛି

ଓ ତା’ ମୃତଦେହ ଉଦ୍ଧାର ହୋଇଛି।ଏହାପରେ ପରିବାର ଲୋକେ ତୁରନ୍ତ ସେଠାକୁ ଯାଇ ପୁଅର ଶବକୁ ଉଦ୍ଧାର କଲେ ଓ ସେଠାରେ ସେମାନେ ପୁଅ ମରିଯିବା ଦୁଃଖରେ ବହୁତ କାନ୍ଦ ବୋବାଳି ପକାଇଥିଲେ। ଏହାପରେ ଘରଲୋକେ ନିମାପଡ଼ା ପୋଲିସ ଥାନାରେ ପୁଅ ମରିବାର ଘଟଣା ବିଷୟରେ ସୂଚନା ଦେଇଥିଲେ

ଓ ପୁଅକୁ ନ୍ୟାୟ ମିଳିବା ପାଇଁ ଦାବି କରିଥିଲେ କିନ୍ତୁ ପୋଲିସ ଏହାଉପରେ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲା।ମିଡ଼ିଆରେ କଥା ସାମ୍ନାକୁ ଆସିବାପରେ ବିଷ୍ଣୁର ବାପା ଓ ମାଆ କହିଥିଲେ,ଆମେ ଦଳିତ ଲୋକ ହେଲୁ ବୋଲି କଣ ଆମେ ମଣିଷ ନୁହଁ ଓ ନ୍ୟାୟ ପାଇବାକୁ ଯୋଗ୍ୟ ନୁହଁ, ଆମ ପୁଅର ମୃତ୍ୟୁ ପରେ ଆମେ ନିମାପଡ଼ା

ପୋଲିସ ପାଖରେ ମାମଲା ରୁଜୁ କରିଥିଲୁ କିନ୍ତୁ ସେମାନେ ଏହାଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।ମିଡ଼ିଆରେ ଏହିସବୁ ଘଟଣା ଭାଇରାଲ ହେବାପରେ ଦେଖାଯାଉ ସ୍ଥାନୀୟ ନିମାପଡ଼ା ପୋଲିସ କେତେଦୂର ଘଟଣା ଉପରେ ତଦନ୍ତ କରୁଛି। ଏହିସବୁ ବିଷୟ ଉପରେ ଆପଣଙ୍କ ମତାମତ କଣ? ବିଷ୍ଣୁ ଏକ ଦଳିତବର୍ଗର ପିଲା ବୋଲି ସେ କଣ ନ୍ୟାୟ ପାଇବାକୁ ଯୋଗ୍ୟ ନୁହେଁ?

Leave a Reply

Your email address will not be published. Required fields are marked *